Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଖୋଦ ଟ୍ୱିଟର ସିଇଓଙ୍କ ଆକାଉଣ୍ଟ ହେଲା ହ୍ୟାକ୍, ପୁରା ୩୦ ମିନିଟ୍ ହ୍ୟାକ କରି ରଖିଲେ ହ୍ୟାକର

1/09/2019 at 4:48 PM

ଲୋକପ୍ରୀୟ ସୋସାଲ ମିଡିଆ ଟ୍ୱିଟରର ମୁଖ୍ୟ କାର୍ଯ୍ୟନିର୍ବାହୀ ଜେକ୍ ଡର୍ସିଙ୍କ ବ୍ୟକ୍ତିଗତ ଆକାଉଣ୍ଟ ହ୍ୟାକ୍ ହେବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତାଙ୍କ ଆକାଉଣ୍ଟକୁ ଅଧଘଣ୍ଟା ପରେ ରିକୋଭର କରାଯାଇଥିଲା। ନିଜକୁ ‘ଚକେଲ ସ୍କ୍ୱାର୍ଡ ‘ ବୋଲି ଦାବି କରୁଥିବା ଏକ ହ୍ୟାକର ଗୋଷ୍ଠୀ ଏଭଳି କାମ କରିଥିବା ଦାବି କରିଛନ୍ତି। ତେବେ ହ୍ୟାକରମାନଙ୍କ କବଳରୁ ଡର୍ସିଙ୍କ ଟ୍ୱିଟର ଅକାଉଣ୍ଟକୁ ସଫଳତାର ସହ ରିକୋଭର କରାଯାଇଥିବା ଟ୍ୱିଟର ପକ୍ଷରୁ ସୂଚନା ଦିଆଯାଇଛି।

ଆକାଉଣ୍ଟ ହ୍ୟାକ କରିବା ପରେ ହ୍ୟାକରମାନେ କିଛି ଆପତ୍ତିଜନକ ମନ୍ତବ୍ୟ ଟ୍ୱିଟ୍ କରିଥିଲେ। ହେଲେ ରିକୋଭର ହେବା ପରେ ସେ ସବୁକୁ ହଟାଇଦିଆଯାଇଥିବା ଟ୍ୱିଟର ପକ୍ଷରୁ ଏ ନେଇ ଜାରି ସ୍ପଷ୍ଟିକରଣରେ କୁହାଯାଇଛି। ତେବେ ଟ୍ୱିଟର ସିଇଓଙ୍କ ଆକାଉଣ୍ଟ୍ ହ୍ୟାକ୍ ହେବା ପ୍ରଚାରିତ ହେବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଯଦି ସିଇଓଙ୍କ ଆକାଉଣ୍ଟ ସୁରକ୍ଷିତ ନୁହେଁ ସେକ୍ଷେତ୍ରରେ ୟୁଜରଙ୍କ ଆକାଉଣ୍ଟ କଥା ପଚାରେ କିଏ ବୋଲି ଅନେକ ୟୁଜର ଅଭିଯୋଗ କଲେଣି। କେବଳ ସେତିକି ନୁହେଁ ଟୁ ଷ୍ଟେପ୍ ଭେରିଫିକେସନରେ ସିଇଓଙ୍କ ଆକାଉଣ୍ଟକୁ କାହିଁକି ସୁରକ୍ଷିତ କରାଗଲାନି ବୋଲି ମଧ୍ୟ ଏବେ ପ୍ରଶ୍ନ କରୁଛନ୍ତି ୟୁଜର।

ତେବେ ଟ୍ୱିଟର ପକ୍ଷରୁ ଜାରି ବିଜ୍ଞପ୍ତିରେ ଡର୍ସିଙ୍କ ଆକାଉଣ୍ଟ ହ୍ୟାକ୍ ନୁହେଁ ଟେଲିକମ କମ୍ପାନୀମାନଙ୍କ ତ୍ରୁଟି ଯୋଗୁ ହୋଇଥିବା କୁହାଯାଇଛି। ତେବେ ଟ୍ୱିଟରର ପ୍ରଥମ ସ୍ପଷ୍ଟିକରଣ କିନ୍ତୁ ସତ୍ୟ ବୋଲି କହୁଛନ୍ତି ୟୁଜର। ତେବେ ଯେଉଁ କଣ୍ଟାକ୍ଟ ନମ୍ବର ସହ ଡର୍ସିଙ୍କ ଆକାଉଣ୍ଟ ସଂଯୁକ୍ତ ଥିଲା ସେହି ମୋବାଇଲ ସର୍ଭିସ ପ୍ରୋଭାଇଡରଙ୍କ ତ୍ରୁଟି ଯୋଗୁ ଏତେ ସବୁ କଥା ହୋଇଛି ବୋଲିଏବେ ଟ୍ୱିଟର ପକ୍ଷରୁ କୁହାଯାଉଛି।

   Related Posts