ଟ୍ୱିଟରର ବଡ ଘୋଷଣା : କର୍ମଚାରୀଙ୍କ ପାଇଁ ଅନଲିମିଟେଡ଼ ୱାର୍କ ଫ୍ରମ୍ ହୋମ୍

Published By : Prameya-News7 Bureau | May 13, 2020 IST

ନୂଆଦିଲ୍ଲୀ ୧୩/୦୫ : ଲକ ଡାଉନ ଯୋଗୁଁ ଅନେକ କମ୍ପାନୀ ନିଜ କର୍ମଚାରୀଙ୍କୁ ୱାର୍କ ଫ୍ରମ ହୋମ ପରାମର୍ଶ ଦେଇଛନ୍ତି | ଅନେକ ସରକାରୀ ତଥା ବେସରକାରୀ କମ୍ପାନୀର କର୍ମଚାରୀ ୱାର୍କ ଫ୍ରମ ହୋମ କରୁଛନ୍ତି | କରୋନା ସଂକ୍ରମଣ ରୋକିବା ପାଇଁ ଏବେ ଯାଏଁ କୌଣସି ଭ୍ୟାକସିନ ବାହାରିନି | ବୈଜ୍ଞାନିକମାନେ ଲଗାତାର ଏହି ଦିଗରେ ପ୍ରୟାସ ଜାରି ରଖିଛନ୍ତି | ଏହି ଭୟାବହ ମହାମାରୀରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଏକମାତ୍ର ଉପାୟ ସାମାଜିକ ଦୂରତା | ଏହାକୁ ଦୃଷ୍ଟିରେ ରଖି ଟ୍ୱିଟର ନିଜ କର୍ମଚାରୀଙ୍କ ପାଇଁ ଏକ ବଡ ଘୋଷଣା କରିଛି | ଟ୍ୱିଟର ସିଇଓ ଜେକ୍ ଡୋର୍ଶୀ ନିଜ କର୍ମଚାରୀଙ୍କୁ ସବୁଦିନ ପାଇଁ ୱାର୍କ୍ ଫ୍ରମ୍ ହୋମ୍ କରିବାକୁ ବିକଳ୍ପ ଦେଇଛନ୍ତି | ଅର୍ଥାତ ଟ୍ୱିଟର କର୍ମଚାରୀ କୋଭିଡ୍-୧୯ ସମସ୍ୟା ଦୂର ହେବାପରେ ମଧ୍ୟ ୱାର୍କ ଫ୍ରମ୍ ହୋମ୍ କରିପାରିବେ |

{"id":269174,"sizeSlug":"large"}

ସୂଚନାଯୋଗ୍ୟ ଯେ, ଟ୍ୱିଟର ପୂର୍ବରୁ ଫେସବୁକ, ଗୁଗଲ୍ ଏବଂ ଅନ୍ୟ ବଡ ବଡ ମଲ୍ଟିନ୍ୟାସନାଲ୍ କମ୍ପାନୀ ମଧ୍ୟ ଏହିଭଳି ପଦକ୍ଷେପ ନେଇଛନ୍ତି | କମ୍ପାନୀ ନିଜର ସମସ୍ତ କର୍ମଚାରୀଙ୍କୁ ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ ୱାର୍କ ଫ୍ରମ୍ ହୋମ୍ କରିବାକୁ ଅନୁମତି ଦେଇଛି | ଜେକ୍ ଡୋର୍ଶୀ ମଙ୍ଗଳବାର ଦିନ ନିଜର ସମସ୍ତ କର୍ମଚାରୀଙ୍କୁ ଏକ ଇ-ମେଲ୍ କରିଥିଲେ | ଇ-ମେଲ୍ ଜରିଆରେ ସେ କର୍ମଚାରୀଙ୍କୁ ଅନିଶ୍ଚିତ ସମୟ ଯାଏଁ ୱାର୍କ ଫ୍ରମ୍ ହୋମ୍ କରିବାକୁ ବିକଳ୍ପ ପ୍ରଦାନ କରିଛନ୍ତି | ତେବେ ଏହି ବିକଳ୍ପ ଅଫିସର ସଫେଇ କର୍ମଚାରୀ ଏବଂ ସୁରକ୍ଷାକର୍ମୀଙ୍କ ପାଇଁ ଲାଗୁ କରାଯାଇନାହିଁ | ଯେଉଁମାନେ ଅନଲାଇନ୍ କିମ୍ବା କମ୍ପ୍ୟୁଟରରେ କାମ କରୁଛନ୍ତି ସେମାନଙ୍କ ପାଇଁ ଏହି ବିକଳ୍ପ ଲାଗୁ କରାଯାଇଛି | 

{"id":269175,"width":584,"height":389,"sizeSlug":"large"}

ଟ୍ୱିଟର ମୁଖପାତ୍ର ଗଣମାଧ୍ୟମରେ କହିଛନ୍ତି ଯେ, କମ୍ପାନୀ କର୍ମଚାରୀଙ୍କ ପ୍ରତି ବିଚାରଶୀଳ | ସର୍ବ ପ୍ରଥମେ ୱାର୍କ୍ ଫ୍ରମ୍ ହୋମ୍ ମଡେଲ ଆରମ୍ଭ କରିଥିବା କମ୍ପାନୀ ମଧ୍ୟରେ ଟ୍ୱିଟର୍ ମଧ୍ୟ ସାମିଲ ଥିଲା | ଜେକ୍ ଡୋର୍ଶୀ କହିଛନ୍ତି ଯେ, ସେପ୍ଟେମ୍ବର ମାସ ପୂର୍ବରୁ ଅଫିସ ଖୋଲିବାର କୌଣସି ସମ୍ଭାବନା ନାହିଁ | ଟ୍ୱିଟର ପୂର୍ବରୁ ନିଜର ୫ ହଜାର କର୍ମଚାରୀଙ୍କୁ ୱାର୍କ ଫ୍ରମ୍ ହୋମ୍ କରିବାକୁ ପରାମର୍ଶ ଦେଇଥିଲା | ଟ୍ୱିଟର୍ ପ୍ରଥମ ଟେକ୍ କମ୍ପାନୀ ଯିଏ ଏତେ ସଂଖ୍ୟକ କର୍ମଚାରୀଙ୍କୁ ୱାର୍କ ଫ୍ରମ୍ ହୋମ୍ ନିର୍ଦେଶ ଦେଇଥିଲା | 

{"id":269176,"sizeSlug":"large"}

ଇ-କମର୍ସ କମ୍ପାନୀ ଆମାଜନ୍ ଇଣ୍ଡିଆ ନିଜ କର୍ମଚାରୀଙ୍କୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ୱାର୍କ ଫ୍ରମ୍ ହୋମ୍ ଅନୁମତି ଦେଇଛି | ଫେସବୁକ୍ ନିଜ ଅଫିସ ଜୁଲାଇ ୬ ତାରିଖରେ ଖୋଲିବାକୁ ଘୋଷଣା କରିଛି | ଗୁଗଲ ଜୁଲାଇ ଆରମ୍ଭରେ ଅଫିସ ଖୋଲିବାକୁ ନିଷ୍ପତ୍ତି ନେଇଛି | ବର୍ତ୍ତମାନ ଅଧିକାଂଶ କର୍ମଚାରୀ ଘରୁ ହିଁ କାମ କରୁଛନ୍ତି |  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.