Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଏହି କାରଣରୁ ବ୍ଲକ୍ ହୋଇଥିଲା ରବିଶଙ୍କର ପ୍ରସାଦଙ୍କ twitter ଆକାଉଣ୍ଟ, ଜାଣନ୍ତୁ ପୁରା ମାମଲା

26/06/2021 at 6:11 PM

ନୂଆଦିଲ୍ଲୀ ୨୬।୬: ଟ୍ୱିଟର ଶୁକ୍ରବାର କେନ୍ଦ୍ର ସୂଚନା ଓ ପ୍ରାଦ୍ୟୋଗିକୀ ମନ୍ତ୍ରୀ ରବିଶଙ୍କର ପ୍ରସାଙ୍କ ଟ୍ୱିଟର ଆକାଉଣ୍ଟ ଘଣ୍ଟାକ ଲାଗି ବ୍ଲକ କରିଥିଲା। ଯାହାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା। ମାମଲାରେ ଟ୍ୱିଟରକୁ ଜବାବ ମଗାଯିବ ବୋଲି ସଂସଦୀୟ କମିଟି ଅଧ୍ୟକ୍ଷ ଶଶିଥରୁର ମଧ୍ୟ କହିଥିଲେ। ତେବେ ମ୍ୟୁଜିକ୍ ଡାଇରେକ୍ଟର ଏ.ଆର.ରହେମାନଙ୍କ ଗୀତ ‘ମା ତୁଝେ ସଲାମ’ ଓ ସୋନିଙ୍କ କାରଣରୁ ଟ୍ୱିଟର ଏପରି କାର୍ଯ୍ୟାନୁଷ୍ଠାନ କରିଥିବା ଜଣାପଡିଛି।

୨୦୧୭ରେ ରବିଶଙ୍କର ପ୍ରସାଦ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ୧୯୭୧ ଯୁଦ୍ଧ ବାର୍ଷିକ ଲାଗି ଭାରତୀୟ ସେନାକୁ ଶ୍ରଦ୍ଧାଞ୍ଜଳି ଦେବାକୁ ଏ.ଆର.ରହେମାନଙ୍କ ଏକ ଗୀତ ଅପଲୋଡ କରିଥିଲେ। ଏହି ଭିଡିଓରେ ବାଜୁଥିବା ଗୀତ ‘ମା ତୁଝେ ସଲାମ’ର କପି ରାଇଟ୍‌ ସୋନି ମ୍ୟୁଜିକଙ୍କ ନିକଟରେ ଅଛି। ଲୁମେନ୍‌ ଡାଟାବେସ୍‌ ଅନୁସାରେ ଏଥିଲାଗି ୨୪ ମେ ୨୦୨୧ରେ ଡିଏମସିଏ ନୋଟିସ ଜାରି କରାଯାଇଥିଲା, ଯାହା ଟ୍ୱିଟରଙ୍କୁ ଜୁନ ୨୫ ତାରିଖରେ ମିଳିଥିଲା। ଏହି ନୋଟିସ ମିଳିବା ମାତ୍ରେ ଟ୍ୱିଟର ତୁରନ୍ତ କାର୍ଯ୍ୟାନୁଷ୍ଠାନ କରିଥିଲେ।

ସୋନି ମ୍ୟୁଜିକ ଏହି ଗୀତ ଲାଗି କପି ରାଇଟ୍‌ ଦାବି କରିଥିଲେ ଓ ଟ୍ୱିଟର ନଜରରେ ଏହି ପୋଷ୍ଟକୁ କପି ରାଇଟର ଉଲ୍ଲଂଘନ ବୁଝା ଯାଇଥିଲା। ଏଣୁ ଟ୍ୱିଟର ରବିଶଙ୍କର ପ୍ରସାଦଙ୍କ ଆକାଉଣ୍ଟକୁ ବ୍ଲକ କରିଥିବା ବେଳେ କାର୍ଯ୍ୟାନୁଷ୍ଠାନକୁ ଆଇଟି ନିୟମ ବିରୋଧ ବୋଲି କୁହାଯାଇଥିଲା। କାରଣ ଆକାଉଣ୍ଟ ବ୍ଲକ କରିବା ପୂର୍ବରୁ ଟ୍ୱିଟର ପ୍ରସାଦଙ୍କୁ ଏ ବାବଦେ କୌଣସି ନୋଟିସ୍‌ ପଠାଇ ନଥିବା ସେ ଅଭିଯୋଗ କରିଛନ୍ତି। ଏଥିରୁ ଟ୍ୱିଟର ଦେଶର ନୂଆ ଆଇନକୁ ମାନିବାକୁ ଚାହେଁନା ବୋଲି ସ୍ପଷ୍ଟ ହୋଇଥିବା ରବିଶଙ୍କର ପ୍ରସାଦ କହିଛନ୍ତି। ଯଦି ସେ ଦେଶର ଆଇନକୁ ମାନୁ ଥାନ୍ତା ତେବେ ଏପରି କାହା ଆକାଉଣ୍ଟକୁ ଅଚାନକ ବ୍ଲକ କରୁନଥାନ୍ତା ବୋଲି କହିଛନ୍ତି।  

   Related Posts