Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ପରାଗ ଅଗ୍ରୱାଲ ସିଇଓ ହେଲାପରେ ବଦଳିଲା ଏହି ନିୟମ: ବିନା ଅନୁମତିରେ କାହାର ବ୍ୟକ୍ତିଗତ ଫଟୋ-ଭିଡିଓ ସେୟାର କରିପାରିବେନି ୟୁଜର୍ସ

2/12/2021 at 5:14 PM

ନୂଆଦିଲ୍ଲୀ ୦୨/୧୨ : ବର୍ତ୍ତମାନ ପ୍ରାୟ ସମସ୍ତେ ସୋସିଆଲ ମିଡିଆରେ ସକ୍ରିୟ ରହୁଛନ୍ତି। ସେହି କ୍ରମରେ ଟ୍ୱିଟର ଏକ ଲୋକ ପ୍ରିୟ ଆପ୍‌ । ଏହି ଆପ ଦ୍ୱାରା ସମସ୍ତେ ନିଜକୁ ଅପଡେଟ୍‌ ରଖିପାରୁଛନ୍ତି । ଟ୍ୱିଟରର ପୂର୍ବତନ ସିଇଓ ଜ୍ୟାକ ଡୋର୍ସି ପଦବୀ ଛାଡିବା ପରେ ସୋମବାର ଦିନ ଭାରତୀୟ ବଂଶୋଦ୍ଭବ ପରାଗ ଅଗ୍ରୱାଲ ଟ୍ୱିଟର ସିଇଓ ନିଯୁକ୍ତ ହୋଇଛନ୍ତି।

ପରିଚାଳନା କାର୍ଯ୍ୟଭାର ନେବା ଜୋୀା ପରାଗ କିଛି ନୂଆ ନିୟମ ସହ ମାର୍ଗଦର୍ଶିକା ଜାରି କରିଛନ୍ତି। ସେ କହିଛନ୍ତି ଜଣଙ୍କର ବ୍ୟକ୍ତିଗତ ଫଟୋ କିମ୍ବା ଭିଡିଓ ସେହି ବ୍ୟକ୍ତିଙ୍କ ବିନା ଅନୁମତିରେ କେହି ଟ୍ୱିଟରରେ ବ୍ୟବହାର କରିପାରିବେ ନାହିଁ। ସମ୍ପ୍ରତି ଉତ୍ପିଡ଼ନ ବିରୋଧି କାର୍ଯକଳାପକୁ ଅଧିକ ଶଶକ୍ତ କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରିଛି ବୋଲି ଟ୍ୱିଟର କହିଛି। ଉତ୍ପିଡ଼ନକୁ ଦୃଷ୍ଟିରେ ରଖି ଏହି ନିୟମ କରାଯାଇଛି ବୋଲି ଟ୍ୱିଟର ସ୍ପଷ୍ଟ କରିଛି।

ନୂଆ ନିୟମ ଅନୁଯାୟୀ କେବଳ ପ୍ରମୁଖ ଚେହେରା(ପବ୍ଲିକ ଫିଗର୍)ଙ୍କ ଛଡ଼ା ଯଦି ଅନ୍ୟ କୌଣସି ୟୁଜର୍ସଙ୍କ ଫଟୋ ତାଙ୍କୁ ନପଚାରି ଟ୍ୱିଟରରେ ବ୍ୟବହାର କରାଯାଇଛି ସମ୍ପୃକ୍ତ ବ୍ୟକ୍ତି ବ୍ୟବହୃତ ଫଟୋକୁ ଟ୍ୱିଟର ହଟେଇବା ପାଇଁ କହିପାରିବେ। ଏବେ ନିଜର ବ୍ୟକ୍ତିଗତ ସୂଚନା ପ୍ରଚାର କରିବା ପାଇଁ ବାଧ୍ୟ କରିବା ବା କାହାକୁ ଏଥିପାଇଁ ପ୍ରୋତ୍ସାହନ ଦେବା ଗୋପନୀୟତା ନୀତିରେ ଅନ୍ତର୍ଭୁକ୍ତ।

ଟ୍ୱିଟର କହିଛି ଯଦି କୌଣସି ବ୍ୟକ୍ତିଙ୍କର ଫଟୋ ବା ଭିଡିଓ ବ୍ୟବହାର କରାଯାଉଛି ତେବେ ତାଙ୍କ ବ୍ୟକ୍ତିଗତ ସୁରକ୍ଷାରେ ଆଞ୍ଚ ଆସିବା ସହ ତାଙ୍କର ମାନସିକ ବା ଶାରୀରିକ ଭାବେ କ୍ଷତି ପହଞ୍ଚି ପାରେ । ତେଣୁ ଏହିଭଳି ଅଭିଯୋଗ ଯଦି ସମ୍ପୃକ୍ତ ବ୍ୟକ୍ତି କିମ୍ୱା ତାଙ୍କର ଅଭିଭାବକଙ୍କ ଠାରୁ ଆସେ ତାହେଲେ ଟ୍ୱିଟର ନିଜଆଡ଼ୁ ଏହି ଫଟୋ କମ୍ବା ଭିଡିଓକୁ ହଟାଇଦେବ ।

ଏହା ପୂର୍ବରୁ ପରାଗ ମାଇକ୍ରୋସଫ୍ଟ ଗବେଷଣା ବିଭାଗ ଓ ୟାହୁ ସହ କାମ କରିସାରିଛନ୍ତି । ସେ ମୁମ୍ବାଇର ଇଣ୍ଡିଆନ ଇନିଷ୍ଟିଚିଉଟ୍ ଅଫ ଟେକ୍ନୋଲୋଜିରୁ ନିଜର ଉଚ୍ଚ ଶିକ୍ଷା ସମାପ୍ତ କରିବା ପରେ ଏବେ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟରେ ନିର୍ଦ୍ଦେଶକ ମଧ୍ୟ ଅଛନ୍ତି। ୨୦୧୮ ମସିହାରେ ସେ ଏଡମ ମେସେଞ୍ଜରୁ ପଦୋନ୍ନତି ପାଇ ଟ୍ୱିଟରରେ ମୁଖ୍ୟ ବୈଷୟିକ ଅଧିକାରୀ ରୂପେ ଅବସ୍ଥାପିତ ହୋଇଥିଲେ। ସୂଚନା ଥାଉକି ଟ୍ୱିଟରର ସହ ସଂସ୍ଥାପକ ଯ୍ୟାକ ଡର୍ସି ସିଇଓ ପଦରୁ ଇସ୍ତଫା ଦେବାପରେ ପରାଗଙ୍କୁ ନୂଆ ସିଇଓ ଭାବେ ଦାୟିତ୍ୱ ମିଳିଛି ।

   Related Posts