କରୋନା ଆତଙ୍କ: ନିଜର ୫୦୦୦ କର୍ମଚାରୀଙ୍କୁ ଘରେ ବସି କାମ କରିବାକୁ ପରାମର୍ଶ ଦେଲା ଟ୍ଵିଟର

Published By : Prameya-News7 Bureau | March 03, 2020 IST

ନୂଆଦିଲ୍ଲୀ ୦୩।୦୩- ଏବେ ବିଶ୍ଵର କୋଣ ଅନୁକୋଣରେ କରୋନାର ଭୟ। କରୋନାର ପ୍ରାଦୁର୍ଭାବ ବଢିବା ସହିତ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଘଟିବାରେ ଲାଗିଛି। କରୋନା ଭୂତାଣୁର ଭୟାବହତା ମଧ୍ୟରେ ଟ୍ଵିଟର କମ୍ପାନୀ ନିଜର ୫୦୦୦ ଗ୍ଲୋବାଲ କର୍ମଚାରୀଙ୍କୁ ଉତ୍ସାହିତ କରି ଘରୁ କାମ କରିବାକୁ କହିଛି।

ଏହି ସାମାଜିକ ଗଣମାଧ୍ୟମ କମ୍ପାନୀ ଟ୍ଵିଟର ବ୍ଲଗ ଅପଡେଟ୍ ହେବାର ଗୋଟିଏ ଦିନ ପରେ କର୍ମଚାରୀଙ୍କ ସମସ୍ତ ପ୍ରକାରର ଯାତ୍ରା ଏବଂ ଅଷ୍ଟିନ ଓ  ଟେକ୍ସାସର ସାଉଥ ଓ୍ଵେଷ୍ଟ କନଫରେନ୍ସ କାର୍ଯ୍ୟକ୍ରମକୁ ମଧ୍ୟ ବାତିଲ କରିଛି। ଟ୍ଵିଟର କହିଛି ଯେ, ହଂକ କଂଗ, ଜାପାନ ଓ ଦକ୍ଷିଣ କୋରିଆର କର୍ମଚାରୀ ଅଫିସ ନଆସି ଘରୁ ବସି କମ୍ପାନୀର କାମ କରିବା ବାଧ୍ୟତାମୂଳକ। କିନ୍ତୁ ଅନ୍ୟ ଅଫିସ ସେହି ମାନଙ୍କ ପାଇଁ ଖୋଲା ରହିବ ଯେଉଁମାନେ ଅଫିସ ଆସି କାମ କରିବାକୁ ଚାହିଁବେ।

ଆମେରିକାର କରୋନାର ପ୍ରାଦୁର୍ଭାବକୁ ଦୃଷ୍ଟିରେ ରଖି ଟ୍ଵିଟର ନିଜର କର୍ମଚାରୀଙ୍କୁ ଘରେ ବସି କାମ କରିବାକୁ ନିଷ୍ପତ୍ତି ନେଇଛି। ଟ୍ଵିଟର ସହିତ ଏଟି ଆଣ୍ଡ ଟି, ସିଟି ଗ୍ରୁପ ମଧ୍ୟ ବିଶେଷ କରି ଏସିଆରେ ନିଜର ଅନ୍ତରାଷ୍ଟ୍ରୀୟ ପରିଭ୍ରମଣ ସେବାକୁ ସ୍ଥଗିତ ରଖିଛନ୍ତି। ଫେସବୁକ ଓ ଗୁଗୁଲ ଆମେରିକାରେ ନିଜର କନଫରେନ୍ସ କାର୍ଯ୍ୟକ୍ରମକୁ ମଧ୍ୟ ବାତିଲ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.