Whats App ପରେ ଏବେ tweeter ସ୍ୱୀକାର କଲେ data breach, ଜାଣନ୍ତୁ କ’ଣ କରିବେ ଆପଣ
22/12/2019 at 6:39 PM

ନୂଆଦିଲ୍ଲୀ ୨୨ ।୧୨ : କିଛି ଦିନ ପୂର୍ବରୁ ସୋସିଆଲ ମିଡିଆ ହ୍ୱାଟସ୍ ଆପ୍ ଇସ୍ରାଏଲି ଗୁଇନ୍ଦା ସଫ୍ଟୱେର ପେଗାସସ୍ ଦ୍ୱାରା ସାରା ବିଶ୍ୱର ୟୁଜର ପ୍ରଭାବିତ ହୋଇଥିବା ବେଳେ ଏବେ ଅନ୍ୟତମ ପ୍ରମୁଖ ସୋସିଆଲ ମିଡିଆ ଟ୍ୱିଟର ମଧ୍ୟ ସେହି ଆଶଙ୍କା ପ୍ରକାଶ କରିଛି। ଏଣୁ ଯେଉଁ ୟୁଜରମାନେ ଏଣ୍ଡ୍ରଏଡ୍ରେ ଟ୍ୱିଟର ବ୍ୟବହାର କରୁଛନ୍ତି ସେମାନଙ୍କୁ ତୁରନ୍ତ ସେମାନଙ୍କ ପାଶୱାର୍ଡ ବଦଳାଇ ଦେବାକୁ ଟ୍ୱିଟର ଇ-ମେଲ କରିଛନ୍ତି ।

ଟ୍ୱିଟର ଆପ୍ରେ ମାଲିସିୟସ୍ କୋଡ୍ ଇନ୍ସର୍ଟ ହୋଇଥିବାର ନିଜେ ଟ୍ୱିଟର ସ୍ୱୀକାର ମଧ୍ୟ କରିଛନ୍ତି। ଏଣୁ ମୋବାଇଲ ଫୋନରେ ଯଦି ଟ୍ୱିଟର ଚଲାଉଛନ୍ତି ତେବେ ଏଥିପ୍ରତି ତୁରନ୍ତ ସତର୍କ ହୋଇଯାଆନ୍ତୁ । ଅତୀତରେ ହ୍ୱାଟସ୍ ଆପରେ ଜାସୁସୀ ଲାଗି ଏନଏସଓ ଗ୍ରୁପ ବା କ୍ୟୁ ସାଇବର ଟେକ୍ନୋଲଜି ବିକଶିତ କରିଥିବା ପେଗାସସ ସ୍ପାଇୱେର ପ୍ରଭାବିତ କରିସାରିଛି। ୟୁଜରଙ୍କ ଅନୁମତି ବିନା ଏହି ସଫ୍ଟୱେର ଫୋନରେ ମନକୁ ମନ ଇନଷ୍ଟଲ ହୋଇଯାଏଓ ପରେ ୟୁଜରଙ୍କ ବ୍ୟକ୍ତିଗତ ତଥ୍ୟ ଉପରେ କଡା ନଜର ରଖିବା ସହ ପ୍ରତିମୂହୁର୍ତ୍ତରେ ୟୁଜରଙ୍କ ଜିପିଏସ ଲୋକେସନ ଟ୍ରେସ କରିଥାଏ। ଫଳରେ ଦେଶର ଅନେକ ସାମାଜିକ କାର୍ଯ୍ୟକର୍ତ୍ତାଙ୍କ ସହ ସାମ୍ବାଦିକ ବି ପ୍ରଭାବିତ ହୋଇଥିବାର ନଜିର ରହିଛି।

ତେବେ ଏ ନେଇ ଟ୍ୱିଟର ଅଗ୍ରୀମ ସତର୍କତା ଜାରି କରିବା ପରେ ଭାରତୀୟ ୟୁଜରମାନେ ସତର୍କ ହୋଇଯାଇଛନ୍ତି। ଏହିକୋଡ ଫୋନରେ ଏନାକ୍ଟ ହୋଇଗଲେ ଆପଣଙ୍କ ଆକାଉଣ୍ଟକୁ ନିଜ ନିୟନ୍ତ୍ରଣକୁ ନେଇଯିବାର ଆଶଙ୍କା ରହିଛି। ଫଳରେ ଆପଣଙ୍କ ଫୋନର ନନ ପବ୍ଲିକ ଆକଉଣ୍ଟ ସାର୍ବଜନିକ ହେବାର ବି ଭୟ ରହିଛି। ଏଣୁ ତୁରନ୍ତ ଫୋନର ଆପ୍ ରି ଇନଷ୍ଟଲ କରିବା ଲାଗି ୟୁଜରଙ୍କୁ ପରାମର୍ଶ ଦିଆଯାଇଛି। ତେବେ ଏହି କୋଡ ଇନସର୍ଟ ହେବା ପରେ ଉଭୟ ଟ୍ୱିଟର ଓ ଫେସ୍ ବୁକ୍ ସେମାନଙ୍କ ଷ୍ଟେଟ୍ ଲିଙ୍କଡ ଆକଉଣ୍ଟଗୁଡିକୁ କ୍ରାକ୍ ଡାଉନ କରିଥିବା ଜଣାପଡିଛି। ଫଳରେ ୮୮ ହଜାରରୁ ଊର୍ଦ୍ଧ୍ୱ ଆକାଉଣ୍ଟ ବ୍ଲକ୍ ହୋଇଯାଇଥିବା ଜଣାପଡିଛି।