Friday, November 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କାର୍ ଭିତରେ ଦୁଷ୍କର୍ମ କରି ଯୁବତୀଙ୍କୁ ଫିଙ୍ଗିଦେବା ଘଟଣା : ନୂଆ ତଥ୍ୟ ଓ ନୂଆ ଟ୍ବିଷ୍ଟ, ଜାଣନ୍ତୁ କ’ଣ

ଭୁବନେଶ୍ବର ୯|୧୧: କିଛି ମଣିଷଙ୍କ ଚରିତ୍ର , ପ୍ରବୃତ୍ତି ବେଳେ ବେଳେ ଏତେ ଜଟିଳ ଯେ, ତାହାକୁ ବୁଝିବା କାଠିକର । ଅଦ୍ଭୁତ ଆଉ ଅବିଶ୍ୱସନୀୟ । ଅନ୍ୟକୁ ବେଇଜ୍ଜତ କରିବାକୁ , ଦୋଷି-ଅଭିଯୁକ୍ତ ଭାବେ ଥାନା ଏବଂ କୋର୍ଟକୁ ଟାଣିବାକୁ ଅନେକ ଏପରି ଅନ୍ଧ ଏବଂ ଜିଦ୍‌ଖୋର ଯେ, ସେଥିପାଇଁ  ନିଜକୁ  ବି ବଦନାମ କରିବାକୁ ପଛାଉନାହାନ୍ତି । ନିଜ ଇଜ୍ଜତକୁ ବାଜିରେ ଲଗାଇ ଅନ୍ୟର ଚରିତ୍ର ସଂହାର କରିବା , ବିନାଦୋଷରେ ଅନ୍ୟକୁ ଅପମାନିତ କରି ଅକଥ୍ୟ ଯନ୍ତ୍ରଣା ଦେବା ଘଟଣା ବଢି ବଢି ଚାଲିଛି । ଏକତରଫା ପ୍ରେମ , ଝିଅଙ୍କୁ ଅଶ୍ଲିଳ ଆଚରଣ , ଅସଦବ୍ୟବହାର ଓ ଦୁଷ୍କର୍ମ ଘଟଣା ପ୍ରତିଦିନ ଗଣମାଧ୍ୟମରେ ରହୁଛି । ଏହାର ପରିଣତି ମଧ୍ୟ ଭୟଙ୍କର ।

ଯଦିଓ ଏପରି ଅଭିଯୋଗ ଓ ଘଟଣାର ସଂଖ୍ୟା ଅଧିକ । ତେବେ ତାହାର ବିପରୀତ ଘଟଣାବି କିଛି କମ୍‌ ନୁହେଁ । ଗତକିଛି ଦିନ ଧରି  ଏପରି ମିଛ ଅଭିଯୋଗର ସଂଖ୍ୟା ଚିନ୍ତାଜନକ ହେଲାଣି । ଜଣେ ବଳାତ୍କାର ପୀଡିତାର ଯନ୍ତ୍ରଣା ବେଦନାଦାୟକ , ଦୁଃଖଦ ଓ ଚିନ୍ତାର କାରଣ । ଠିକ୍ ସେମିତି ଜଣେ ନିର୍ଦ୍ଦେଷକୁ ଦୋଷୀ ସଜାଇବା ଓ ତାର ଚରିତ୍ର ସଂହାର ବି କମ୍ ବ୍ୟଥାଦାୟକ ନୁହେଁ । ନ୍ୟାୟର ନିକିତିରି ସତ ଘଟଣା , ସତ ଅଭିଯୋଗ  ସହ ମିଛ ଘଟଣା ଏବଂ ମିଛ ଅଭିଯୋଗ ବି ସମାନ । କାରଣ ମିର୍ଦ୍ଦେଷକୁ ଦଣ୍ଡିତ କରାଯିବା ଆଇନସମ୍ମତ ନୁହେଁ । କୋର୍ଟ ବି ଏନେଇ ମତ ସ୍ପଷ୍ଟ କରିଛନ୍ତି । ତେଣୁ ଅଭିଯୋଗର ସତ୍ୟତା ଯେତିକି ଗୁରୁତ୍ୱପୂର୍ଣ୍ମ, ମିଛ ଅଭିଯୋଗ ବି ସେତିକି ଯନ୍ତ୍ରଣାଦାୟକ । ମିଛ ସବୁବେଳେ ମିଛ । ତେଣୁ ବୟାନ, ବକ୍ତବ୍ୟ ,ଆରୋପ ଯାହା ବି ହେଉ ମିଛ ହୋଇଥିଲେ ସାଂଘାତିକ ।

ଗଣମାଧ୍ୟମରେ  ଏବେ ଅସଦାଚରଣ, ଦୁଷ୍କର୍ମ ,ନାରୀ ନିର୍ଯାତନ ଆଦି ଅଘଟଣ ଏକ ନିତିଦିନିଆ ଖବର ପାଲଟିଛି । ଶିକ୍ଷିତ, ସଚେତନ ଦାବି କରୁଥିବା ମଣିଷ, ଶୃଙ୍ଖଳାର  ନୀତି ନିୟମ, ମାନବୀୟ ଆଚରଣର ସୀମାକୁ  ବାରମ୍ବାର ଭାଙ୍ଗି ଚାଲିଛି । ଏପରି କୁତ୍ସିତ କାରନାମାର ଜଘନ୍ୟ ଅଭିଯୁକ୍ତ, ଅପରାଧୀ ମାନଙ୍କୁ  ଚେକ୍‌ ଦେବା ଆମ ଆଇନ-ଶୃଙ୍ଖଳା ବ୍ୟବସ୍ଥାରେ ଏକ ବଡ ଚ୍ୟାଲେଞ୍ଜ ।

ତେବେ ଏପରି ସତ ଘଟଣାର ଆଢୁଆଳରେ କିଛି ମିଛ ଅଭିଯୋଗ ବି ବଢି ବଢି ଗଲାଣି । ଅଦାଲତଙ୍କ ସ୍ପଷ୍ଟ ନିର୍ଦ୍ଦେଶ,ଆଇନରେ ବ୍ୟବସ୍ଥା ଥାଇ ବି ମିଛର ସାହାରା ନେଇ କିଛି ନିଜର  ସ୍ୱାର୍ଥ , କାମନା ହାସଲ ଲାଗି ପ୍ରୟାସ କରିବାର ନଜିର ବଢି ବଢି ଚାଲିଛି । ଅଭିଯୋଗ ସତ ହୋଇଥିଲେ ଯେମିତି ସଂଘାତିକ , ମିଛ ହୋଇଥିଲେ ବି ସେତିକି ସଂଘାତିକ । କାରଣ ନ୍ୟାୟ ପାଇବା ପୀଡିତ ଓ ନିର୍ଯାତିତଙ୍କର ହକ୍  । ଏପରି ପ୍ରଶ୍ନ ଏବଂ ଆଲୋଚନାକୁ ଏବେ ଆହୁରି ସରଗରମ କରିଛି ନିକଟରେ ଘଟିଥିବା କାର୍‌ ରେ ଯୁବତୀଙ୍କୁ ଅପହରଣ ଅଭିଯୋଗ । ଘଟଣାର ପ୍ରକୃତ ସତ୍ୟ କ’ଣ , ଏହା ହିଁ ବଡ଼ ପ୍ରଶ୍ନ ।

ଗଣ ଦୁଷ୍କର୍ମ ନା ଷଡଯନ୍ତ୍ର ? ଅଭିଯୋଗକାରିଣୀଙ୍କ  ଅଭିଯୋଗ ବିରୋଧରେ କାହିଁକି ପାଲଟା ଅଭିଯୋଗ ?  କିଏ ସେ ପୀଡିତା , କିଏ  ପୀଡିତ ?  ଖୋର୍ଦ୍ଧା ସହ ରାଜଧାନୀ ଭୁବନେଶ୍ବରରେ  ଏକ ବଳାତ୍କାର ଅଭିଯୋଗ ନେଇ  ଅନେକ ପ୍ରଶ୍ନ, ତୀବ୍ର ଆଲୋଡନ ?  ଗତ  ବୁଧବାର ସଂଧ୍ୟାରେ ଖୋର୍ଦ୍ଧା ପିଏନ କଲେଜ ନିକଟ ରାସ୍ତାରୁ ମୁମୂର୍ଷୁ ଅବସ୍ଥାରେ ଜଣେ ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା ।

ଖଣ୍ଡଗିରିରୁ ଖୋର୍ଦ୍ଧା ଆସିବା ବାଟରେ ତାଙ୍କୁ ଗଣଦୁଷ୍କର୍ମ  କରାଯାଇଥିଲା , ତାପରେ କାରରୁ ଠେଲିଦିଆଯାଇଥିଲା । ଏହି ଅଭିଯୋଗ କରିଥିଲେ ପୀଡିତା । ସେହି ଅଭିଯୋଗ ଭିତ୍ତିରେ  ଖଣ୍ଡଗିରି ପୋଲିସ  ଜଣେ ଅଭିଯୁକ୍ତକୁ ଅଟକ ରଖିଛି । ତଦନ୍ତ ଜାରି ରହିଥିବା ବେଳେ  ଘଟଣାରେ ଟ୍ବିଷ୍ଟ  , ଆଲୋଡନର କାରଣ ହୋଇଛି । ଅଭିଯୁକ୍ତର ପରିବାର , କହିଛନ୍ତି ଏହା ଏକ ଷଡଯନ୍ତ୍ର । ପୀଡିତା କୁହାଯାଉଥିବା ମହିଳାଙ୍କ  ଅଭିଯୋଗ ପୁରା ମିଛ । 

ଗଣ ଦୁଷ୍କର୍ମ ଅଭିଯୋଗକୁ ନେଇ ସସ୍‌ପେନ୍‌ସ୍‌ । କ’ଣ ସତ ?   ପୀଡ଼ିତା ନା’ ଅଭିଯୁକ୍ତ , ସତ କାହା କଥାରେ ?  ଏହି  କଥାକୁ ନେଇ ଘଟଣା ସରଗରମ । ପୋଲିସ ତଦନ୍ତ ବେଶ୍ ସନ୍ତର୍ପଣରେ ଆଗକୁ ବଢୁଛି । ସବୁ ଦିଗରୁ ଛାନ୍‌ଭିନ୍ନ କରୁଛି ପୋଲିସ । ଭୁବନେଶ୍ବର କୋର୍ଟରେ ୧୬୪ଧାରାରେ ପୀଡ଼ିତାଙ୍କ ବୟାନ ରେକର୍ଡ଼ କରାଯାଇଛି ।ଏପଟେ ଅଭିଯୋଗ ଗରୁତ୍ବ ବି ।  ମହିଳା କମିଶନ ଅଧ୍ୟକ୍ଷା ମଧ୍ୟ ପୀଡ଼ିତାଙ୍କୁ ଭେଟି ତାଙ୍କର ବୟାନ ରେକର୍ଡ଼ କରିଛନ୍ତି । 

କାହା କଥାରେ କେତେ ଭରସା ?  ଅଭିଯୋଗ ଆଉ  ପ୍ରତ୍ୟାରୋପରେ ଦମ୍‌ କେତେ ? ତଦନ୍ତ ବି ଜଟିଳ । ପୀଡିତାଙ୍କ ବୟାନ ରେକର୍ଡ କରାଯାଇଥିଲେ ବି , ସେଥିରେ ସନ୍ଦେହ । କାରଣ ଅଭିଯୋଗକାରିଣୀ ପୀଡିତା ବୟାନ ବଦଳାଉଛନ୍ତି ।ତଥାପି ସବୁ ଦିଗକୁ ଦେଖୁଛି ପୋଲିସ । ଅଭିଯୁକ୍ତ ଯୁବକକୁ ଅଟକ ରଖି ସତ ଖୋଲତାଡ ଜାରି ରହିଛି ।

ଆରୋପ ଏବଂ ପ୍ରତ୍ୟାରୋପରୁ ପୋଲିସ ପାଇଁ ଚ୍ୟାଲେଞ୍ଜ ବଢିଛି । କିନ୍ତୁ ଏପଟେ ଅଭିଯୋଗକାରିଣୀଙ୍କ  ଅତୀତର କିଛି କାରନାମା  ସାରା ଘଟଣାକ୍ରମକୁ ପ୍ରଭାବିତ କରିବାର ଆଶଙ୍କା ବଢାଇଛି । କାରଣ , ସଂପୃକ୍ତ ଅଭିଯୋଗକାରିଣୀ   ବା ଗଣଦୁଷ୍କର୍ମ ପୀଡିତା କହୁଥିବା  ଯୁବତୀ ଜଣକ ଜଣେ ବିଧାୟକଙ୍କ ପତ୍ନୀ ବୋଲି ପୂର୍ବରୁ ବାରମ୍ବାର ଅଭିଯୋଗ କରିଆସିଛନ୍ତି ।ଅତୀତରେ ଏନେଇ ବେଶ୍ ତମ୍ବିତୋଫାନ କରି ସେ ଖବରରେ ରହିଥିଲେ । ବିଧାୟକଙ୍କ କ୍ବାଟର ଆଗରେ ତାଙ୍କ ଧାରଣା ଚର୍ଚ୍ଚାରେ ଥିଲା ।

ଅତୀତର ଅଭିଯୋଗ ଆଉ ଦୃଶ୍ୟ ଏବଂ ଏବେ ତାଙ୍କ  ଅଭିଯୋଗ ନେଇ ଅଭିଯୁକ୍ତଙ୍କ ପରିବାରର ପ୍ରତିଅଭିଯୋଗ । ଏହା କେବଳ ଅନେକ ପ୍ରଶ୍ନବାଚୀ ସୃଷ୍ଟିକରୁନି . ସନ୍ଦେହ ବଢାଇ ଦେଇଛି । ତଦନ୍ତରେ ହିଁ ସତ ଓ ମିଛର ପର୍ଦ୍ଦାଫାସ୍‌ ହେବ । ଡାକ୍ତରି ରିପୋର୍ଟ ଏବଂ ବିଭିନ୍ନ ଦିଗ ନେଇ ଛାନଭିନ୍‌ ସହ ସତ୍ୟ ଉନ୍ମୋଚନ  କରିବା  ପୋଲିସର କାମ ।

ପୀଡିତାଙ୍କ ଅଭିଯୋଗ ସତ  ହୋଇଥାଇପାରେ , ଏପଟେ ଅଭିଯୁକ୍ତର ପରିବାର ଲୋକଙ୍କ କଥାରେ ଦମ୍‌ ବି ଥାଇପାରେ । ଅଥବା ଓଲଟ ପାଲଟ ବି ହୋଇପାରେ ।  ଏସବୁ ଆମେ ଆଲୋଚନା କରିବାକୁ ଚାହୁଁନୁ , ଆମେ ଚାହୁଛୁ ସତ ପ୍ରମାଣିତ ହେଉ , ଏବଂ ପ୍ରତ୍ଟେକଙ୍କୁ ଯଥାର୍ଥ ବିଚାର ଓ ଉପଯୁକ୍ତ ନ୍ୟାୟ ମିଳୁ । ସନ୍ଦେହ ନରହୁ ।   

ସଙ୍ଗୀନ ଅଭିଯୋଗ । ତାହାକୁ ନେଇ କିନ୍ତୁ ସନ୍ଦେହ । କାର୍‌ରେ ଗଣଦୁଷ୍କର୍ମ ଅଭିଯୋଗ ଘଟଣାରେ ଏପରି ସ୍ଥିତି ନିଶ୍ଚିତ ଭାବେ ଚିନ୍ତାଜନକ । ପୋଲିସର ତଦନ୍ତ ରିପୋର୍ଟକୁ ଆପେକ୍ଷା ବେଳେ , ଅଭିଯୋଗକାରିଣୀଙ୍କ  ବିରୋଧରେ ଅଭିଯକ୍ତଙ୍କ ଆତ୍ମୀୟଙ୍କ ପାଲଟା ଅଭିଯୋଗ ଆଉ ଅଭିଯୋଗକାରିଣୀଙ୍କ ଅତୀତର କାରନାମା  ହିଁ ସନ୍ଦେହର କାରଣ ।

1330 Views

   ସମ୍ବନ୍ଧିତ ଖବର