ପଟ୍ଟାମୁଣ୍ଡାଇ୧୩|୧: ସମଲିଙ୍ଗୀ ବିବାହକୁ ନେଇ କେନ୍ଦ୍ରାପଡ଼ାରେ ଚର୍ଚ୍ଚା । ପଟ୍ଟାମୁଣ୍ଡାଇ ଅଞ୍ଚଳର ଜଣେ ଯୁବତୀ ମହାକାଳପଡ଼ା ଅଞ୍ଚଳର ଅନ୍ୟ ଜଣେ ଯୁବତୀଙ୍କୁ ଶନିବାର ନୋଟାରିରେ ବିବାହ କରିଛନ୍ତି । ତେବେ ପଟ୍ଟାମୁଣ୍ଡାଇ ଯୁବତୀଙ୍କ ବାପା ଅଭିଯୋଗ କରିଛନ୍ତି ଯେ, ତାଙ୍କ ଝିଅକୁ ପ୍ରଲୋଭିତ କରି ମହାକାଳପଡ଼ା ଯୁବତୀ ବିବାହ କରିଛନ୍ତି । ଏନେଇ ସେ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।…
କେନ୍ଦ୍ରାପଡ଼ା ସମଲିଙ୍ଗୀ ବିବାହରେ ଆସିଲା ନୂଆ ମୋଡ଼ । ପଟ୍ଟାମୁଣ୍ଡାଇ ଯୁବତୀଙ୍କ ବାପା ଆଣିଲେ ପ୍ରଲୋଭନର ଅଭିଯୋଗ । ତାଙ୍କ ଝିଅକୁ ପ୍ରଲୋଭିତ କରି ମହାକାଳପଡ଼ା ଯୁବତୀ ବିବାହ କରିଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ସେ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ।…
{"id":73568}କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳର ଜଣେ ଯୁବତୀ ଏବଂ ମହାକାଳପଡ଼ା ଅଞ୍ଚଳର ଅନ୍ୟଜଣେ ଯୁବତୀ ପୂର୍ବରୁ ସାଙ୍ଗ ହୋଇ ଗୋଟିଏ ଶ୍ରେଣୀରେ ପଢୁଥିଲେ । ପରେ କଟକରେ ସେମାନେ ଗୋଟିଏ କମ୍ପାନୀରେ ଚାକିରି ମଧ୍ୟ କଲେ । ଶନିବାର ଉଭୟ କେନ୍ଦ୍ରାପଡ଼ା ନୋଟାରୀରେ ବିବାହ କରିଛନ୍ତି । ସେପଟେ ନୋଟାରି ଆଶୁତୋଷ ମହାନ୍ତି କହିଛନ୍ତି ଯେ, ଉଭୟ ସାବାଳିକା, ତେଣୁ ଆଇନ ଅନୁଯାୟୀ ସେମାନେ ଏକାଠି ବୈବାହିକ ଜୀବନ ଅତିବାହିତ କରିପାରିବେ।
ବିବାହ କରିଥିବା ଯୁବତୀଙ୍କ ମଧ୍ୟରୁ ଜଣଙ୍କ ବୟସ ୨୭ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ୨୮ ବର୍ଷ। ଯଦିଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଉଭୟ ବିବାହ କରିବାରେ ଆଇନଗତ ଭାବେ କୈଣସି ଆପତ୍ତି ନାହିଁ, କିନ୍ତୁ ସାମାଜିକ ପରମ୍ପରା ଓ ଲୋକ ଲଜ୍ଜା ଏହି ଗୋପନ ପ୍ରେମକୁ ଓପନ କରିବାକୁ ଡରୁଛନ୍ତି।