Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଅଭିନେତ୍ରୀ ମାନୁନାହାନ୍ତି କିନ୍ତୁ ମାମଲା ରଫାଦଫା ପାଇଁ ଭିତିରି ଚାଲ୍ : ହାଇପ୍ରୋଫାଇଲ୍ ପ୍ରେମ-ପ୍ରତାରଣାରେ ଟ୍ବିଷ୍ଟ୍

26/12/2019 at 12:21 PM

ଭୁବନେଶ୍ବର ୨୬।୧୨: ପ୍ରେମ-ପ୍ରତାରଣା ଚର୍ଚ୍ଚାରେ ଓଡିଆ ଅଭିନେତ୍ରୀ । ଏବେ ଅଭିନେତ୍ରୀଙ୍କ ଗୁପ୍ତ ଚାଲ୍ ନେଇ ଆଲୋଚନା । ପ୍ରେମର ନାଟକ କରି ପ୍ରତାରଣା କରିଥିବା ପ୍ରସଙ୍ଗକୁ ମାନୁନାହନ୍ତି କିନ୍ତୁ ମାମଲାକୁ ରଫାଦଫା କରିବାକୁ ବନ୍ଧୁଙ୍କ ସାହାଯ୍ୟରେ କରୁଛନ୍ତି ଭିତିରି ଉଦ୍ୟମ । ସ୍ପଷ୍ଟ ଭାବେ ସଂପର୍କକୁ ଖଣ୍ଡନ କରୁନାହାନ୍ତି କିମ୍ବା ମୁହଁ ଖୋଲି ଆଗକୁ ଆସିନାହାନ୍ତି । ସବୁ ଚୁପ୍ ଚାପ୍ ଏବଂ ଭିତିରିଆ ସାଫ୍ ଉଦ୍ୟମ ।

ଜଣେ ଅଣ ଓଡିଆ ଯୁବକ ସେହି ଅଭିନେତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିବା ପରେ ଚାରିଆଡେ ଚର୍ଚ୍ଚା ଜୋର ଧରିଥିଲା । ଏବେ କିନ୍ତୁ ଘଟଣାରେ ନୂଆ ମୋଡ ଆସିଛି । ଅଭିନେତ୍ରୀ ଜଣଙ୍କ ଘଟଣାରୁ ସ୍ବୀକାର କରୁନଥିବା ବେଳେ ସଂପୂର୍ଣ୍ଣ ଭାବେ ଖଣ୍ଡନ ମଧ୍ୟ କରିନଥିବା ଜଣାପଡିଛି । ଶୁଣିବାକୁ ମିଳୁଛି ଯେ, ସଂପୃକ୍ତ ଯୁବକଙ୍କ ସହ ମାମଲା ରଫାଦଫା କରିବାକୁ ନିଜ ବନ୍ଧୁଙ୍କ ଜରିଆରେ ଅଭିନେତ୍ରୀ ଜଣଙ୍କ ଆଲୋଚନା କରୁଛନ୍ତି । ଯାହାର କିଛି ଅଡିଓ ଭାଇରାଲ ହେବାରେ ଲାଗିଛି। ତେବେ ଯୁବକ ଜଣଙ୍କ ପ୍ରସ୍ତାବରେ ରାଜି ହୋଇନଥିବା ଅଡିଓଙ୍କୁ ଜଣାପଡିଛି ।

ଆନ୍ଧ୍ରପ୍ରଦେଶ ବିଶାଖାପାଟଣାର ପଦ୍ମାରାଜୁ ଶିବ କୁମାର ମୁମ୍ବାଇରେ ଚାକିରି କରନ୍ତି। ଶିବ ବିବାହ କରିବା ଲାଗି ୨୦୧୮ ମସିହା ଅଗଷ୍ଟ ମାସରେ ମ୍ୟାଟ୍ରିମନିଆଲ୍‌ ସାଇଟ୍ ରେ ଏକ ଆକାଉଣ୍ଟ ଖୋଲିଥିଲେ। ମ୍ୟାଟ୍ରିମନିଆଲ୍‌ ସାଇଟ୍ ରେ ରାଜୁଙ୍କ ପ୍ରୋଫାଇଲ୍‌ ଦେଖି ଓଲିଉଡ୍‌ର ଜଣେ ଅଭିନେତ୍ରୀ ତାଙ୍କୁ ଯୋଗାଯୋଗ କରିଥିଲେ। ଏହାପରେ ଉଭୟେ କିଛି ଦିନ ଫୋନ୍‌ରେ କଥା ହୋଇଥିଲେ । ଶିବଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କଠାରୁ ସଂପୃକ୍ତ ଅଭିନେତ୍ରୀ ଜଣଙ୍କ ୨ଲକ୍ଷ ଟଙ୍କା ନେଇଥିଲେ। ଟଙ୍କା ଦେବାର କିଛି ଦିନ ପରେ ଦେଢ ଲକ୍ଷ ଟଙ୍କାର ସୁନା ଚେନ୍‌ ଓ ଏକ ଲାପ୍‌ଟପ୍‌ ଦେଇଥିଲେ ଶିବ। ପରେ ଅଭିନେତ୍ରୀ ଜଣଙ୍କ ତାଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ। ଏହାସହ ଧମକଚମକ ମଧ୍ୟ ଦେଇଥିଲେ। ଏପରିକି ତାଙ୍କୁ ଫୋନ୍‌ କଲେ ଦୁଷ୍କର୍ମ ମାମଲାରେ ଫସାଇଦେବାକୁ ଧମକ ଦେଇଥିଲେ।

ଅଭିନେତ୍ରୀଙ୍କୁ ବିଭିନ୍ନ ସମୟରେ ଟଙ୍କା ଲାପଟପ ଓ ସୁନାଚେନ ଗିଫ୍ଟ ଆକାରରେ ଦେଇଥିବା କହି ଯୁବକ ଜଣଙ୍କ ଏକ ଭିଡିଓ ଜାରି କରିଛନ୍ତି । ଅନ୍ୟପଟେ ଅଭିନେତ୍ରୀ ଜଣଙ୍କ ଅଭିଯୋଗ କରିଥିଲେ ଯେ, ଯୁବକ ଜଣଙ୍କ ଜଣେ ସାଇକୋ, ଏପରିକି ଅନ୍ୟ ଝିଅମାନଙ୍କ ସହିତ ତାଙ୍କର ସମ୍ପର୍କ ବି ଥିଲା । ଏବେ ମାମଲା ହାଟରେ ଗଡ଼ିବା ପରେ ଉଭୟଙ୍କ ବାର୍ତ୍ତାଳାପ ଏବେ ଭାଇରାଲ୍ ହୋଇଛି।

ଏତେ ଘଟଣା ପରେ ଅଭିନେତ୍ରୀ ଜଣଙ୍କ କାହିଁକି ନିଜର ପକ୍ଷ ରଖିବାକୁ ରାଜି ହେଉନାହାନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।   ସେପଟେ ଅଭିନେତ୍ରୀଙ୍କ ପକ୍ଷରୁ ରବିଙ୍କ ସହିତ ଆଲୋଚନା କରିଥିବା ଯୁବକ ଜଣଙ୍କ କିଏ ?  ତାଙ୍କର ସେହି ଯୁବତୀଙ୍କ ସହିତ ସମ୍ପର୍କ କଣ ତାହା ଏବେ ସନ୍ଦେହ ସୃଷ୍ଟି କରିଛି ।

   Related Posts