ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ଦିନ ବନ୍ଦ ଥିଲା ମଠର କ୍ୟାମେରା: ପ୍ରମାଣ ଲିଭାଇବା ସନ୍ଦେହ

Published By : Prameya-News7 Bureau | September 27, 2021 IST

ପ୍ରୟାଗରାଜ ୨୭/୦୯ : ଆଖଡ଼ା ପରିଷଦ ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ଯେମିତି ସବୁଦିନ ପାଇଁ ରହସ୍ୟ ପାଲଟିଯିବ ସେଥିପାଇଁ ପ୍ରତ୍ୟେକ କ୍ଷେତ୍ରରେ ପ୍ରମାଣ ଲିଭାଇବାକୁ ଚେଷ୍ଟା କରାଯାଇଛି। ଏହି ଘଟଣାକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। କୁହାଯାଉଛି ଯେ ଏହି ରହସ୍ୟମୟ ମୃତ୍ୟୁ ପଛରେ ମଠରେ ଲାଗିଥିବା ଏଚଡ଼ି କ୍ୟାମେରା ମଧ୍ୟ ଅଛି ଯାହା ଘଟଣା ଦିନ ବନ୍ଦ ଥିଲା। ପ୍ରଥମ ମହଲାର ନିଜର ବିଶ୍ରାମ କକ୍ଷରୁ ପ୍ରତୀକ୍ଷାଳୟ ଯାଏଁ ମହନ୍ତ କେତେବେଳେ ଓ କେମିତି ଯାଇଥିଲେ ? ସେହି କୋଠରୀରେ ଆଗରୁ କିଏ ଉପସ୍ଥିତ ଥିଲା କି ନା ସେ ଯିବା ପରେ କିଏ କୋଠରୀ ଭିତରକୁ ଯାଇଥିଲା ? ଏହିସବୁ ପ୍ରଶ୍ନର ଉତ୍ତର ଖୋଜିବା ମୁସ୍କିଲ ହୋଇଯାଇଛି। କାରଣ ମଠର ପ୍ରବେଶ ଦ୍ୱାରରୁ ଆରମ୍ଭ କରି ସେହି କକ୍ଷ ଯାଏଁ ଲାଗିଥିବା କ୍ୟାମେରାରେ ସେଦିନର କୌଣସି ରେକଡିଂ ନାହିଁ। ସେଥିପାଇଁ ମହନ୍ତଙ୍କ ମୃତ୍ୟୁ ସତ୍ୟ ଖୁଲାସା କରିବା ସିବିଆଇ ପାଇଁ ମୁସ୍କିଲ ହୋଇଯାଇଛି। ମଠର କିଛି ସାଧୁ କହିଛନ୍ତି ଯେ ବିଜୁଳି ନଥିବାରୁ ମଠର କ୍ୟାମେରା ହଠାତ ବନ୍ଦ ହୋଇଯାଇଥିଲା। ଆହୁରି ମଧ୍ୟ ଜଣାପଡିଛି ଯେ କ୍ୟାମେରା ସହ ଜଡିତ ଏକ ଡିଭିଆର ମେସିନ କିଛି ଦିନ ପୂର୍ବରୁ ଖରାପ ହୋଇଯାଇଥିଲା।

{"id":518439,"sizeSlug":"full","linkDestination":"none"}

ତଦନ୍ତରୁ ଜଣାପଡିଛି ଯେ ସେଦିନ ବକ୍ସି ବନ୍ଧ ଉପକେନ୍ଦ୍ର ସହ ଜଡିତ ଏସପି ମାଲାବୀୟ ଫିଡ଼ରରେ ୧୨.୧୬ ରୁ ୧୨.୫୮ ଯାଏଁ ୪୨ ମିନିଟ ପାଇଁ ବିଜୁଳି ସେବା ଠପ ହୋଇଯାଇଥିଲା। କିନ୍ତୁ ମଠର ସନ୍ଥ ଓ ସେବକ ବିଜୁଳି ଅବ୍ୟାହତ ହୋଇଥିବା ବାହାନା କରିବା ସନ୍ଦେହ ପ୍ରକାଶ କରିଛି। କାରଣ ମଠରେ ୬୩ କେଭିଏ କ୍ଷମତା ବିଶିଷ୍ଟ ଜେନେରେଟର ମଧ୍ୟ ଲାଗିଛି। ତାଛଡା ୪ କିଲୋୱାଟର ଇନଭର୍ଟର ମଧ୍ୟ ଅଛି। ସେଥିପାଇଁ ବିଜୁଳି ସେବା ଠପ ହେବାର ପ୍ରଭାବ ମଠ ଉପରେ ପଡିବା କାଠ ନୁହେଁ।

{"id":518440,"sizeSlug":"full","linkDestination":"none"}

ଏହି ଯାଞ୍ଚରେ ବାଘମ୍ବରୀ ମଠରେ ଲାଗିଥିବା ମୋଟ ୪୩ ରୁ ୧୫ କୋଠରୀ ଘଟଣା ଦିନ ବନ୍ଦ ଥିଲା ଯାହା ମହନ୍ତଙ୍କ ବିଶ୍ରାମ କକ୍ଷରୁ ବାହାରକୁ ଆସିବା ପରେ ତଳ ମହଲାରେ ଅଛି ଯେଉଁଠୁ ମହନ୍ତଙ୍କ ଶବ ମିଳିଥିଲା। ମଠରେ ଲାଗିଥିବା ସମସ୍ତ କ୍ୟାମେରା କ୍ଲାଉଡ଼-୯ କମ୍ପାନୀର ଏବଂ ଏହାର ମନିଟର କଣ୍ଟ୍ରୋଲ ମହନ୍ତଙ୍କ ବ୍ୟକ୍ତିଗତ କକ୍ଷରେ ରହିଛି। ଏହି କକ୍ଷକୁ ସିବିଆଇ ସିଲ କରିଦେଇଛି। କିନ୍ତୁ କ୍ୟାମେରା ସହ ଜଡିତ ଡିଭିଆର ମେସିନ ମହନ୍ତଙ୍କ କକ୍ଷ ବାହାରେ ଲଗାଯାଇଥିଲା ଓ ଘଟଣା ପରେ ତାକୁ ବାହାର କରାଯାଇଥିଲା। ଏହି ଡିଭିଆର ବ୍ୟାକଅପ୍ ସହିତ ଟ୍ୟାମ୍ପରିଂ କରିବାର ମଧ୍ୟ ଆଶଙ୍କା କରାଯାଉଛି। କ୍ୟାମେରା ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବ ହାସିମ ଅଲି କହିଛନ୍ତି ଯେ ମଠର କ୍ଲାଉଡ଼-୯ କ୍ୟାମେରାର ଡିଭିଆର ଗରମ ଯୋଗୁଁ କିଛି ଦିନ ପୂର୍ବରୁ ଖରାପ ହୋଇଯାଇଥିଲା। ଏନେଇ ମହନ୍ତଙ୍କୁ ସୂଚନା ମଧ୍ୟ ଦିଆଯାଇଥିଲା। ଏହି ଡିଭିଆରରୁ ୮ ରୁ ୧୦ ଦିନର ବ୍ୟାକଅପ ହାସଲ କରାଯାଇପାରେ। କିନ୍ତୁ କ୍ୟାମେରା କେବେଠୁ ଓ କିଭଳି ନିଷ୍କ୍ରିୟ ହୋଇଥିଲା ବର୍ତ୍ତମାନ ଏହାର ତଦନ୍ତର ବିଷୟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.