Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଝାଡ଼ଖଣ୍ଡରେ ବିଜେପିକୁ ବଡ଼ ଝଟକା: କେବଳ ୧୬ଟି ରାଜ୍ୟରେ ରହିଲା ବିଜେପି ସରକାର, ବିଜେପିକୁ କାହିଁକି ଦେଖିବାକୁ ପଡିଲା ପରାଜୟର ମୁହଁ, ଜାଣନ୍ତୁ

23/12/2019 at 10:05 PM

ଝାଡଖଣ୍ଡ୨୩/୧୨: ଝାଡ଼ଖଣ୍ଡରେ ବିଜେପିକୁ ବଡ଼ ଝଟକା । ବିଜେପି ହାତରୁ ଖସିଲା ଆଉ ଏକ ରାଜ୍ୟ । ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ବିଜେପିକୁ ପରାଜୟର ମୁହଁ ଦେଖିବାକୁ ପଡ଼ିଛି । ଜେ.ଏମ୍.ଏମ୍-କଂଗ୍ରେସ-ଆର୍.ଜେ.ଡି ମେଣ୍ଟକୁ ସଂପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ମିଳିଛି । ହେମନ୍ତ ସୋରେନଙ୍କ ନେତୃତ୍ବରେ ଏହି ମେଣ୍ଟ ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛି । ଝାଡ଼ଖଣ୍ଡରେ ବିଜେପିକୁ ବଡ଼ ଝଟ୍‌କା। ଏବେ କେବଳ ୧୬ଟି ରାଜ୍ୟରେ ବିଜେପି ସରକାର ରହିଲା

ବିଜେପିକୁ ବଡ଼ ଝଟ୍‌କା ଲାଗିଛି।ଯେତେବେଳେ ସାରା ଦେଶରେ CAAକୁ ନେଇ ପ୍ରତିବାଦ ଓ ବିରୋଧ ପ୍ରଦର୍ଶନ ଜାରି ରହିଛି ସେତିକିବେଳେ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ବିଜେପି ପାଇଁ ଆଉ ଏକ ବଡ଼ ଧକ୍କା ହୋଇଛି ।ମହାରାଷ୍ଟ୍ର ପରେ ବିଜେପି ହାତରୁ ଚାଲିଯାଇଛି ଆଉ ଏକ ରାଜ୍ୟ । ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା-କଂଗ୍ରେସ-ଆର୍ଜେଡି ମହାମେଣ୍ଟ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ଗରିଷ୍ଠତା ହାସଲ କରିଛନ୍ତି । ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ ସରକାର ଗଢ଼ିବା ପାଇଁ ୪୧ଟି ଆସନ ଦରକାର ଥିଲା ।ଜେଏମ୍ଏମ୍-କଂଗ୍ରେସ-ଆର୍ଜେଡି ମେଣ୍ଟ ୪୫ରୁ ଅଧିକ ଆସନରେ ଜିତିଛନ୍ତି

୨୦୧୪ ଝାଡ଼ଖଣ୍ଡ ନିର୍ବାଚନରେ ବିଜେପି ୩୭ ଏବଂ ଆଜ୍ସୁ ପାର୍ଟି ୫ଟି ଆସନରେ ଜିତିଥିଲା । କିନ୍ତୁ ଏଥର ବିଜେପି ନିଜର ସହଯୋଗୀ ଦଳଙ୍କୁ ନଜର ଅନ୍ଦାଜ କରି ଏକୁଟିଆ ନିର୍ବାଚନ ଲଢ଼ିଥିଲା। ୨୦୦୦ ମସିହାରେ ଝାଡ଼ଖଣ୍ଡ ରାଜ୍ୟ ଗଠନ ପରଠାରୁ ଦୁଇଦଳ ଏକାଠି ନିର୍ବାଚନ ଲଢ଼ିଆସୁଥିଲେ । ଏପରିକି ଏନ୍ଡିଏର ସହଯୋଗୀ ଦଳ ଥିବା ଲୋକ ଜନଶକ୍ତି ପାର୍ଟିର ମେଣ୍ଟ ପ୍ରସ୍ତାବକୁ ମଧ୍ୟ ବିଜେପି ପ୍ରତ୍ୟାଖାନ କରିଦେଇଥିଲା ।ଗୋଟିଏ ପଟେ ବିଜେପି ନିଜର ସହଯୋଗୀ ଦଳଙ୍କୁ ନଜର ଅନ୍ଦାଜ କରିଥିବା ବେଳେ ବିରୋଧି ଦଳ କିନ୍ତୁ ଏକଜୁଟ୍ ହୋଇ ଲଢ଼ିଥିଲେ ।୨୦୧୪ରେ ଅଲଗା ଅଲଗା ଲଢ଼ିଥିବା କଂଗ୍ରେସ, ଜେଏମ୍ଏମ୍ ଓ ଆର୍ଜେଡି ଏଥର ଏକାଠି ଲଢ଼ି ଦ୍ବିତୀୟ ଥର ପାଇଁ ସରକାର ଗଠନ ଲାଗି ବିଜେପିର ସ୍ବପ୍ନକୁ ଛାରଖାର କରିଦେଇଛନ୍ତି ।

ବିଜେପି ନିଜର ବଡ଼ ନେତା ସରଜୁ ରାୟଙ୍କୁ ଟିକେଟ୍ ନ ଦେବା ମଧ୍ୟ ମହଙ୍ଗା ପଡ଼ିଛି । ସେ ଜାମସେଦପୁର-ଇଷ୍ଟ ସିଟ୍ରୁ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ବିରୋଧରେ ଲଢ଼ିଛନ୍ତି । ନିକଟରେ ମହାରାଷ୍ଟ୍ରରେ ବିଜେପି ସରକାରରୁ ବିଦା ହୋଇଥିଲା । ଏବେ ପୁଣିଥରେ ଝାଡ଼ଖଣ୍ଡରୁ ବିଜେପି ହାତରୁ କ୍ଷମତା ଚାଲିଯାଇଛି ।

୨୦୧୭ ଡିସେମ୍ବରରେ ବିଜେପି ଦେଶର ୭୫ ପ୍ରତିଶତ ଅଞ୍ଚଳରେ ଶାସନ କରୁଥିବା ବେଳେ ୨୦୧୯ ଡିସେମ୍ବରରେ ଏହା ୩୫ ପ୍ରତିଶତକୁ ଖସିଆସିଛି ।ଏବେ ଦେଶର କେବଳ ୧୬ଟି ରାଜ୍ୟରି ବିଜେପି ସରକାର ରହିଯାଇଛି । ଜାତୀୟ ପ୍ରସଙ୍ଗକୁ ଇସ୍ୟୁ କରି ନିର୍ବାଚନ ଲଢ଼ିବା ଏବଂ ସ୍ଥାନୀୟ ପ୍ରସଙ୍ଗକୁ ଅଣଦେଖା କରିଦେବା ବିଜେପିକୁ ମହଙ୍ଗା ପଡ଼ିଥିବା କୁହାଯାଉଛି । ସେହିପରି ପିଆଜ ଦରବୃଦ୍ଧି ଏବଂ ନାଗରିକତା ଆଇନ ବିରୋଧୀ ଆନ୍ଦୋଳନ ମଧ୍ୟ ବିଜେପି ପ୍ରତି ସମର୍ଥନ କମିବାର ଅନ୍ୟ ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି । ଝାଡ଼ଖଣ୍ଡରେ ଜେଏମ୍ଏମ୍ ସବୁଠୁ ବଡ଼ ଦଳ ଭାବେ ଉଭା ହୋଇଛି ।ଏହାର ନେତା ହେମନ୍ତ ସୋରେନ୍ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ।

 ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ପରେ ଟ୍ବିଟ୍  କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ୍  କରି ଜେଏମ୍ ଏମ୍ ର ହେମନ୍ତ ସୋରେନ ଏବଂ ତାଙ୍କ ମେଣ୍ଟକୁ ଶୁଭେଚ୍ଛା ଜଣାଇଛନ୍ତି। ରାଜ୍ୟର ସେବା କରିବାକୁ ସେମାନଙ୍କୁ ସୁଯୋଗ ମିଳିଥିବାରୁ ମୋଦି ସେମାନଙ୍କୁ ଶୁଭକାମନା ଜଣାଇଛନ୍ତି। ସେହିପରି ବିଜେପି ଅଧ୍ୟକ୍ଷ ଅମିତ ଶାହ ଟ୍ବିଟ୍  କରିଛନ୍ତି ଯେ ଝାଡ଼ଖଣ୍ଡ ଜନତାଙ୍କ ଦ୍ବାରା ଦିଆଯାଇଥିବା ଜନାଦେଶର ଆମେ ସମ୍ମାନ ଦେଉଛୁ। ବିଜେପିକୁ ସେବା କରିବାକୁ ଲୋକେ ୫ ବର୍ଷ ସମୟ ଦେଇଛନ୍ତି। ରାଜ୍ୟର ନିରନ୍ତର ବିକାଶ ଲାଗି ବିଜେପି ପ୍ରତିବଦ୍ଧ ଅଟେ।

   Related Posts