Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଡ୍ୟାନସରଙ୍କ ପ୍ରେମ ଚୋରେଇନେଲେ ମ୍ୟାନେଜର… ବାହାଘର ପୂର୍ବରୁ ସବୁ ଭଣ୍ଡୁର କରିଦେଲା ଖଳନାୟକ !

8/01/2020 at 11:46 AM

 ଜଗତସିଂହପୁର ୦୮/୦୧-  ପ୍ରେମରେ ଟ୍ବିଷ୍ଟ ଆସେ ଏମିତି । ହଠାତ୍‌ ନାୟୀକା ହିରୋକୁ ଛାଡି ଭିଲିୟାନ ପ୍ରେମରେ ପଡେ । ଏହା ସିନେମା କାହାଣୀ ନୁହେଁ  ରିଅଲ ଷ୍ଟୋରୀ, ଯାହାକି ବଲିଉଡ୍ ହିଟ “ ଖଲନାୟକ” ର କାହାଣୀ  ସହ କିଛିଟା ମିଶେ ।

 ଜଗତସିଂହପୁର ଅଞ୍ଚଳରେ ଘଟଣାଟି ଘଟିଥିଲେ ବି କାହାଣୀର  ନାୟିକାଙ୍କ ଘର ନିମାପଡା  ଅଞ୍ଚଳରେ ଆଉ ବିଚରା ପ୍ରେମିକର ଘର ଆଠଗଡ଼ । ଉଭୟ ଏକ ଯାତ୍ରା ପାର୍ଟିରେ ଡ୍ୟାନ୍ସର ଭାବେ କାମ କରନ୍ତି ।ତେବେ ଅନେକ ଦିନରୁ  ସେମାନଙ୍କ ମଧ୍ୟରେ ପରିଚୟ ଏବଂ ୬ ବର୍ଷ ହେବ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିଲା । ଉଭୟ ଜଗତସିଂହପୁରର ଏକ ମନ୍ଦିରରେ ବିବାହ ଲାଗି ସ୍ଥିର କରିଥିଲେ । କିନ୍ତୁ ତା ଆଗରୁ ଆବିର୍ଭାବ ଘଟିଲା ତୃତୀୟ ପୁରୁଷଙ୍କର । ସେ ଯାତ୍ରା ପାର୍ଟିର ମ୍ୟାନେଜର ।  ନାୟିକା ତାଙ୍କ ଆଡକୁ ଢଳିଗଲେ । ବିବାହ ଆଗରୁ ନାୟିକାଙ୍କୁ ଧରି ଫେରାର ହୋଇଗଲେ ମ୍ୟାନେଜର । ତାପରେ ଘଟଣାକ୍ରମ ଆହୁରି ବିଚିତ୍ର  ଏବଂ ଆଶ୍ଟର୍ଯ୍ୟକର । ୬ ବର୍ଷକ ପ୍ରେମକୁ ଭୁଲିଗଲେ ପ୍ରେମିକା ।

ପୁରା ଘଟଣାଟି ହେଲା , ଏକ ଯାତ୍ରା ପାର୍ଟିର ଡ୍ୟାନ୍ସ ଗ୍ରୁପ୍‌ରେ  ଥିଲେ ଆଠଗଡ଼ ଅଞ୍ଚଳର ଜଣେ ଯୁବକ ଏବଂ ନିମାପଡା ଉତ୍ତରା ଅଞ୍ଚଳର ଜଣେ ଯୁବତୀ  । ମାସେ ତଳେ ସେମାନେ ଯାତ୍ରା ପାର୍ଟିରେ ସାମିଲ ହୋଇଥିଲେ , କିନ୍ତୁ ସେମାନଙ୍କ ମଧ୍ୟରେ  ଦୀର୍ଘ ୬ ବର୍ଷ ତଳୁ ପ୍ରେମ ସଂପର୍କ ଥିଲା । ତାଳଚେରେ ଏକ କାର୍ଯ୍ୟକ୍ରମରେ ପରସ୍ପରକୁ ଭେଟିବା ପରଠୁ ସଂପର୍କ ଏବଂ ପ୍ରେମ । ଦୁହେଁ  ଯାତ୍ରା ପାର୍ଟିରେ ଯୋଗ ଦେବା ପରେ ବିବାହ ନିଷ୍ପତ୍ତି ନେଇଥିଲେ । ବୁଧବାର  ଜଗତସିଂହପୁର ର ଗୋରଖନାଥ ପୀଠରେ ବାହାଘର ହୋଇଥାନ୍ତି । ସେଥିଲାଗି ପ୍ରେମିକ ସବୁ ପ୍ରସ୍ତୁତି କରିଥିଲେ । କିନ୍ତୁ ତା ଆଗରୁ ମଙ୍ଗଳବାର ହଠାତ୍‌ ପ୍ରେମିକା ଗାଏବ ।ଖୋଳତାଡ କରିବାରୁ ଜଣାପଡିଲା , ଯୁବତୀ ଜଣକୁ ଯାତ୍ରା ପାର୍ଟି ମ୍ୟାନେଜର ନେଇ ପଳାଇଛନ୍ତି ଏବଂ ଏକ ଅଜ୍ଞାତ ସ୍ଥାନରେ ରଖିଛନ୍ତି ।ଏହାପରେ ଡ୍ୟାନସର ଏବଂ ତାଙ୍କ ବନ୍ଧୁ ମାନେ  ମାହାଳ ଫାଣ୍ଡିରେ ପହଞ୍ଚି ମୌଖିକ ଭାବେ ଜଣାଇ ସାହାଯ୍ୟ ଲୋଡିଲେ । ପୋଲିସ ଖୋଳତାଡ କରିବାରୁ ଖବରପାଇଗଲେ ଯାତ୍ରା ପାର୍ଟି ମ୍ୟାନେଜର । ସେ ଭୟରେ ଫାଣ୍ଡିରେ ପହଞ୍ଚିଗଲେ ।ସେପଟେ ମ୍ୟାନେଜରଙ୍କ ଭିଣୋଇ ସଂପୃକ୍ତ ଯୁବତୀଙ୍କୁ ଆଣି ଯାତ୍ରା ପାର୍ଟିର ଆଖଡାଶାଳରେ ଛାଡିଦେଇ ଚାଲିଗଲେ ।

 ଏହାପରେ ଘଟଣାରେ ଆସିଲା ଅସଲ ଟ୍ବିଷ୍ଟ । ଡ୍ୟାନ୍ସଗ୍ରୁପ୍‌ କଳାକାରଙ୍କ ସହାୟତାରେ ଯୁବତୀ ଜଣକୁ  ଫାଣ୍ଡିକୁ ଆଣିଲା ପୋଲିସ । ତାଙ୍କ ବୟାନ ରେକର୍ଡ ବେଳେ ହିଁ ଚମକି ପଡିଲେ ପ୍ରେମିକ ଡ୍ୟାନସର । ଯୁବତୀ ଜଣକ ତାଙ୍କ ପୁରୁଣା ପ୍ରେମକୁ ଭାଙ୍ଗି ସାରିଥିଲେ। ଆଉ କହିଲେ ସେ  ଡ୍ୟାନସର ପ୍ରେମିକ ନୁହେଁ,ଯାତ୍ରାପାର୍ଟି ମ୍ୟାନେଜରଙ୍କୁ ଭଲ ପାଆନ୍ତି । ଏହାପରେ ପ୍ରେମିକଙ୍କ ସବୁ ସ୍ବପ୍ନ ଭାଙ୍ଗିଗଲା । ୬ ବର୍ଷର ପ୍ରେମରେ ପୂର୍ଣ୍ଣଚ୍ଛେଦ । ଶିଶୁପାଳ ହୋଇଥିବା ପ୍ରେମିକଙ୍କ ପ୍ରତିକ୍ରିୟା ଥିଲା, ମ୍ୟାନେଜର କୁଆଡେ ଯୁବତୀ ଜଣକୁ ଯାତ୍ରା ହିରୋଇନ କରିବାର ଲୋଭ ଦେଖାଇ ଛଡେଇନେଲେ ।ପ୍ରେମିକ ହାରିଗଲେ , ଆଉ ତାଙ୍କ ଭାଷାରେ ଖଳନାୟକ ଲୋଭ ଦେଖାଇ ନାୟୀକାଙ୍କୁ ଛଡାଇନେଲେ । ବାଃ ବାଃ ରେ ପ୍ରେମ ।ତେବେ ଶେଷ ଖବର ଅନୁଯାୟୀ, ଏହି ଘଟଣାରେ କେଶ୍ ହୋଇନଥିବା ବେଳେ ଯୁବତୀ ଜଣକୁ ନିମାପଡା ଘରେ ଛାଡିଛି ପୋଲିସ । 

   Related Posts