Wednesday, March 20, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଲବମ ଅଭିନେତ୍ରୀ ସିମରନଙ୍କୁ ପାଗଳଭଳି ଭଲ ପାଉଥିବା ଆଉ ଜଣେ କଳାକାର ‘ଈଶ୍ବର’ କିଏ? ମାମଲାରେ ନୂଆ ଟ୍ବିଷ୍ଟ

ଝାରସୁଗୁଡା ୧୦|୧: ସିମରନ୍ ମୃତ୍ୟୁ ଘଟଣାରେ ଟ୍ବିଷ୍ଟ । ଆଲବମ କୁଇନଙ୍କ ବାପାଙ୍କ ଅଭିଯୋଗ ଆଧାରରେ ପୋଲିସ ରୁଜୁ କଲା ହତ୍ୟା ମାମଲା । ସେପଟେ ଆଉ ଜଣେ ଯୁବକ କଳାକାର ଇଶ୍ବର ନାଁ ବି ଏହି ଘଟଣାରେ ସାମ୍ନାକୁ ଆସିଛି ।

ସେଲଫି ବେବୋ ମୃତ୍ୟୁ ଘଟଣାରେ ଟ୍ବିଷ୍ଟ ।  ହତ୍ୟା ମାମଲା ରୁଜୁ କଲା ବୁର୍ଲା ପୋଲିସ । ସେପଟେ ଆଉ ଜଣେ ଯୁବ କଳାକାରଙ୍କ ନାଁ ବି ଏହି ଘଟଣାରେ ସାମ୍ନାକୁ ଆସିଛି । ଇଶ୍ବର ନାମକ ଜଣେ ଯୁବକ କୁଆଡ଼େ ଭଲ ପାଉଥିଲେ ସିମ୍ ରନଙ୍କୁ । ବଲାଙ୍ଗିରର ଏହି କଳାକାର ସେଲଫି ବେବୋଙ୍କୁ ପ୍ରେମରେ ପାଗଳ ଥିଲେ  । ତେଣୁ ଇଶ୍ବରଙ୍କ ଉପରେ ସନ୍ଦେହ ପ୍ରକଟ କରିଛନ୍ତି ସିମରନଙ୍କ ବାପା…

ସେପଟେ ଆଲବମ୍‌ କୁଇନଙ୍କ ମୃତ୍ୟୁ ଘଟଣାର ତଦନ୍ତ ନିଜେ ଏସଡିପିଓ କରୁଛନ୍ତି । ଗିରଫ ଅଭିଯୁକ୍ତ  ଧ୍ରୁବରାଜ ସୁନାକୁ ରିମାଣ୍ଡରେ ଆଣି ତଥ୍ୟ ଓଗାଳିବ ପୋଲିସ । ଗତ ଗୁରୁବାର ସମ୍ବଲପୁର ଗୋଇରା ମଠ ପାଖ ମହାନଦୀ ପୋଲ ତଳୁ ସିମରନଙ୍କ ରକ୍ତ ଭିଜା ମୃତ ଦେହ ଉଦ୍ଧାର ହୋଇଥିଲା ।

କେମିତି ହେଲା ଆଲବମ୍‌ କୁଇନ୍‌ଙ୍କ ମୃତ୍ୟୁ ? ଘଟଣା ପଛରେ କଣ ରହିଛି ରହସ୍ୟ ? ତଦନ୍ତ ଆଗେଇବା ପରେ ଗୁମର ଫିଟିବା ନେଇ ଆଶା କରାଯାଉଛି …

315 Views

   ସମ୍ବନ୍ଧିତ ଖବର