Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ମାଡ ମାରିବା ଘଟଣାରେ ଟ୍ଵିଷ୍ଟ

3/08/2018 at 12:35 PM

ଏଜି ଛକରେ ବରିଷ୍ଠ ପୋଲିସ ଅଫିସରଙ୍କ ଝିଅକୁ ଟ୍ରାଫିକ୍ କନଷ୍ଟେବଳ ମାଡ ମାରିବା ଅଭିଯୋଗରେ ଟ୍ବିଷ୍ଟ । ଏହି ଘଟଣାରେ ସମ୍ପୃକ୍ତ ମହିଳା ଟ୍ରାଫିକ୍ କନଷ୍ଟେବଳ ଏବେ ପୋଲିସରେ ଅଭିଯୋଗକରିଛନ୍ତି । କ୍ୟାପିଟାଲ ଥାନାରେ ସେ ଦେଇଛନ୍ତି ଏତଲା । ପୋଲିସ ସିଟିଟିଭି ଫୁଟେଜ ଆଧାରରେ ତଦନ୍ତ ଜାରି ରଖିଛି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ମିଳିଛି । ଗତକାଲି ସନ୍ଧ୍ୟାରେ ଏଜି ଛକ ଟ୍ରାଫିକରେ ବରିଷ୍ଠ ଆଇପିଏସ ଅଧିକାରୀ ପ୍ରଣବିନ୍ଦୁ ଆଚାର୍ଯ୍ୟଙ୍କ ଝିଅ ଟ୍ରାଫିକ ନିୟମ ଉଲଂଘନ କରିଥିଲେ । ଏହାକୁ ନେଇ ସେଠାରେ କାର୍ଯ୍ୟରତ ମହିଳା ପୋଲିସ କନେଷ୍ଟବଳ ପୋଲିସ ଅଧିକାରୀଙ୍କ ଝିଅଙ୍କ ଗାଡ଼ିକୁ ଅଟକାଇଥିଲେ । ଗାଡ଼ିରେ ଥିବା ପୋଲିସ ଅଫିସରଙ୍କ ଝିଅ ଓ ସ୍ତ୍ରୀ ବାହାରକୁ ଆସି ଟ୍ରାଫିକ କନଷ୍ଟେବଲଙ୍କ ସହ ଯୁକ୍ତିତର୍କ କରିଥିଲେ । ଏହାକୁ ନେଇ ଏଜି ଛକରେ କିଛି ସମୟ ପାଇଁ ଟ୍ରାଫିକ ଜାମ ହୋଇଥିଲା । ତେବେ ନିୟମ ଉଲଂଘନ କିମ୍ବା ମାତ୍ରାଧିକ ଆଚରଣକୁ ଅସ୍ବୀକାର କରିଛନ୍ତି ଡ୍ୟୁଟିରେ ଥିବା ଟ୍ରାଫିକ ପୋଲିସ । ସେ କହିଛନ୍ତି, ସେ କର୍ତ୍ତବ୍ୟରେ ଅବହେଳା କରିନାହିଁ । ନିୟମ ଉଲଂଘନ କରିଥିବାରୁ ପୋଲିସ ଅଫିସରଙ୍କ ଝିଅଙ୍କ ଗାଡିକୁ ଅଟକାଇଥିବା କହିଛନ୍ତି । ତେବେ ଏହି ଘଟଣା ଏବେ ସାରା ସହରରେ ଚର୍ଚ୍ଚାର ଖୋରାକ ହୋଇଛି ।

   Related Posts