Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଟିକାକରଣ ଏକ କୋଟି ପାର, ଶୁଭେଚ୍ଛା ଜଣାଇଲା ସ୍ବାସ୍ଥ୍ୟ ବିଭାଗ
  • ||
  • ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୪୫୮୭ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରୁ ସର୍ବାଧିକ ୬୭୧ ଡିସଚାର୍ଜ
  • ||
  • ଜୁନ ୨୪ରେ ବୈଠକ ଡାକିଲେ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧି, ଦଳୀୟ କନ୍ଦଳ ନେଇ ହେବ ମାନସମନ୍ଥନ
  • ||
  • ଭଦ୍ରକ : ବ୍ରାଉନସୁଗାର ସେବନକୁ ବିରୋଧ କରିବାରୁ ମାରଣାସ୍ତ୍ର ଧରି ଗୋଡାଇଲେ ଯୁବକ, ୩ ଗିରଫ, ୧୦ ଗ୍ରାମ ବ୍ରାଉନସୁଗାର ଜବତ
  • ||
  • ଭୁବନେଶ୍ବର : କୋଭିଡ୍ ଦ୍ବାରା କ୍ଷତିଗ୍ରସ୍ତ ଅନେକ ଅର୍ଗାନ୍ ରହୁନି ସୁରକ୍ଷିତ – ଡିଏମଇଟି
  • ||
  • ୫୦ ନେତାଙ୍କୁ ପ୍ରିୟଙ୍କା ଗାନ୍ଧୀଙ୍କ ଫୋନ୍ : ‘ଆପଣଙ୍କ ଟିକେଟ୍ କନଫର୍ମ୍, ନିର୍ବାଚନ ପାଇଁ ପ୍ରସ୍ତୁତ ହୁଅ’
  • ||
  • ଇଟ୍ଟାନଗର : ପୁଣି ଥରିଲା ଅରୁଣାଞ୍ଚଳ ପ୍ରଦେଶ, ଇଟ୍ଟାନଗରରେ ଭୂକମ୍ପ ଝଟ୍‌କା
  • ||
  • ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ନୂଆ ଗାଇଡ୍ ଲାଇନ୍ ଅନୁଯାୟୀ ବ୍ୟବହାର ହେବ ଷ୍ଟେରଏଡ୍ – ନିରଞ୍ଜନ ମିଶ୍ର
  • ||
  • ଭୁବନେଶ୍ବର : ଦ୍ବିତୀୟ ଲହର ଅପେକ୍ଷା ତୃତୀୟ ଲହର ପ୍ରଭାବ କମ୍, ତଥାପି ଜୋରଦାର କରିବାକୁ ପଡିବ ଟିକାକରଣ – ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ପାଟଣା : ଘରେ ଶୋଇଥିବା ବେଳେ କାମୁଡିଦେଲା ସାପ, ଚାଲିଗଲା ମହିଳାଙ୍କ ଜୀବନ
  • ||

ଟେଲି ଅଭିନେତ୍ରୀ ନିକିତା ମୃତ୍ୟୁ ଘଟଣାରେ ଟ୍ବିଷ୍ଟ୍ ; ସ୍ବାମୀ ଲିପନ୍ ଅଟକ, ଶାଶୂ ଓ ଶ୍ବଶୂରଙ୍କ ନାଁରେ ଏତଲା ଦେଲେ ବାପଘର ଲୋକେ

7/01/2019 at 9:55 AM

କଟକ ୭|୧: ଟେଲି ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ଘଟଣାରେ ଟ୍ବିଷ୍ଟ୍ । ସ୍ବାମୀ ଲିପନ୍ ଅଟକ ଥିବାବେଳେ ଶାଶୂ ଓ ଶ୍ବଶୁରଙ୍କ ନାଁରେ ଏତଲା ଦେଲେ ନିକିତାଙ୍କ ବାପଘରଲୋକେ ।  ଟେଲି ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ମାମଲାରେ  ଆଜି ଘଟଣାସ୍ଥଳକୁ ଯାଇ ଛାନଭିନ୍ କରିବ ପୋଲିସ। ସାଇଣ୍ଟିଫିକ୍ ଟିମ୍ ନିକିତାଙ୍କ ଘରକୁ ଯାଇ ଅନୁଧ୍ୟାନ କରିବ। ନିକିତାଙ୍କର ସ୍ବାମୀ ଅଟକ ଥିବା ବେଳେ ଆଜି ତାଙ୍କ ଶାଶୁ ଶ୍ବଶୁରଙ୍କୁ ଜେରା କରିପାରେ ପୋଲିସ।

ଅନ୍ୟପକ୍ଷରେ ଏହି ମାମଲାରେ  ମୁହଁ ଖୋଲିଛନ୍ତି ନିକିତାଙ୍କର ବାପଘର ଲୋକେ। ନିକିତାଙ୍କ ବାପା ଅଭିଯୋଗ କରିଛନ୍ତି ଯେ, ତାଙ୍କ ଝିଅକୁ ଶାଶୁ ଘର ଲୋକେ ମାରିଦେଇଛନ୍ତି। ଘଟଣା ଦିନ ନିକିତା ଓ ତାଙ୍କ ସ୍ବାମୀ ଲିପନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହାପରେ ସେ ଛାତ ଉପରକୁ ଯାଇଥିଲେ। ସେଠାରେ ମଧ୍ୟ ଦୁଇ ଜଣଙ୍କ ମଧ୍ୟରେ ବଚସା ହୋଇଥିଲା । ଏହା ପରେ ନିକିତାଙ୍କୁ ଲିପନ୍ ଠେଲି ଦେଇଥିବା ଅଭିଯୋଗ କରିଛନ୍ତି ତାଙ୍କ ବାପା ସନାତନ ବେହେରା।  ବିବାହର ୬ରୁ ୭ ମାସ ପରେ ଶାଶୂଘର ଲୋକେ ନିକିତାଙ୍କୁ ଘରୁ ବାହାର କରିଦେଇଥିଲେ । ନିକିତାଙ୍କ ରୋଜଗାର ଟଙ୍କା ଏବଂ ଘରେ ରହିବା ପାଇଁ ଲିପନ୍ ଓ ତାଙ୍କ ପରିବାର ଚାପ ଦେଉଥିଲେ ବୋଲି କହିଛନ୍ତି ସନାତନ। ଏନେଇ ସେ ଚାଉଳିଆଗଞ୍ଜ ଥାନାରେ ଲିପନ୍ ସାହୁ, ତାଙ୍କ ମା କୁନ୍ତଳା ସାହୁ ଓ ବାପା ଲିଙ୍ଗରାଜ ସାହୁଙ୍କ ନାଁରେ ଏତଲା ଦେଇଛନ୍ତି । ପୋଲିସ ମାମଲା ରୁଜୁ କରିବା ସହ ତାଙ୍କ ସ୍ବାମୀଙ୍କୁ ଅଟକ ରଖିଛି ।

   Related Posts