Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୬ ହଜାରରୁ ଅଧିକ କରୋନା ପଜିଟିଭ୍, ୭୩୩ ମୃତ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ଭାରତର ଏହି ଗାଁ ମାନଙ୍କରେ ବଢୁଛି ଜମଜ ଶିଶୁଙ୍କ ଜନ୍ମ, ବୈଜ୍ଞାନିକ ମଧ୍ୟ ଆଶ୍ଚର୍ଯ୍ୟ

25/09/2021 at 2:27 PM

ନୂଆଦିଲ୍ଲୀ ୨୫।୯: ଜାଆଁଳା ଶିଶୁ ଜନ୍ମ ହେବା କିଛି ନୂଆ କଥା ନୁହେଁ। ଏମିତି ଶହେ ଗର୍ଭବତୀଙ୍କ ମଧ୍ୟରୁ କଦବା କ୍ୱଚିତ ଜଣେ ମହିଳା ଜମଜ ଜନ୍ମ ଦେଇଥାନ୍ତି। ତେବେ ଭାରତୀୟ ରାଜ୍ୟ କେରଳର କୋଚ୍ଚିଠାରୁ ଦେଢଶହ କିଲୋମିଟର ଦୂର ଗାଁ କୋଡିହ୍ନି ଓ ଉତ୍ତରପ୍ରଦେଶ ପ୍ରୟାଗରାଜ ନିକଟସ୍ଥ ଗାଁ ଉମରୀରେ ଏମିତି ଗୋଟେ ପରିବାର ନାହିଁ ଯାହା ଘରେ ଜମଜ ଶିଶୁ ନାହାନ୍ତି। ତେବେ ଏହି ସ୍ଥାନମାନଙ୍କରେ ସବୁବେଳେ ଯେ ଜମଜ ଶିଶୁ ଜନ୍ମ ହେଉଥିଲେ ତାହା ନୁହେଁ ହେଲେ ଗତ ୧୦-୧୨ ବର୍ଷ ହେଲା ଏପରି ଶିଶୁଙ୍କ ଜନ୍ମହାର ବଢିବଢି ଚାଲିଛି। ଯାହା ଚିକିତ୍ସାବିଜ୍ଞାନୀଙ୍କୁ ମଧ୍ୟ ଚକିତ କରିଛି।

କୋଡିହ୍ନି ଗାଁରେ ଜନସଂଖ୍ୟା ୨ହଜାର ପାଖାପାଖି, ଏଥିରେ ଜମଜ ପିଲାଙ୍କ ସଂଖ୍ୟା କେବଳ ୪୦୦। ଗାଁରେ ରହୁଥିବା ଲୋକେ ବି ନିଜ ପିଲାଙ୍କୁ ଚିହ୍ନିବାରେ ବେଳେ ବେଳେ ଅସୁବିଧାରେ ପଡିଥାନ୍ତି। ଏହି ଗାଁରେ ଜମଜ ଶିଶୁଙ୍କ ଜନ୍ମହାର ବିଶ୍ୱର କୌଣସି ସ୍ଥାନ ଅପେକ୍ଷା ୭ ପ୍ରତିଶତ ଅଧିକ। ତେବେ ଜମଜ ଶିଶୁଙ୍କୁ ନେଇ ଭାରତ ସମେତ ଜର୍ମାନ ଓ ବ୍ରିଟେନର ଗବେଷକମାନେ ଗାଁକୁ ଆସି ପରିସ୍ଥିତି ପରିବେଶ ସମେତ ଲୋକଙ୍କ ଠାରୁ ନମୁନା ନେଇ ଯାଇଥିଲେ। ହେଲେ ଜମଜ ଶିଶୁ ଜନ୍ମହାରକୁ ନେଇ କୌଣିସ ଠୋସ୍ ନିଷ୍ପତ୍ତିରେ ଉପନିତ ହୋଇ ପାରିନାହାନ୍ତି।

ଉତ୍ତରପ୍ରଦେଶ ଉମରୀରେ ମଧ୍ୟ ସମାନ ଅବସ୍ଥା। ହାଇଦ୍ରାବାଦ, ଦିଲ୍ଲୀ, କୋଲକାତା, ଚେନ୍ନାଇ ଓ ମୁମ୍ବାଇ ଆଦି ସହରର ବଡବଡ ହସ୍ପିଟାଲର ବିଶେଷଜ୍ଞ ଡାକ୍ତରମାନେ ଆସି ଗାଁରେ ଅନେକ ପରୀକ୍ଷା ନିରିକ୍ଷା କରି ଯାଇଛନ୍ତି। ହେଲେ ଜମଜ ଶିଶୁଙ୍କ ଜନ୍ମହାର ବୃଦ୍ଧି ନେଇ ସେପରି କୌଣସି କାରଣ ଦେଇପାରିନାହାନ୍ତି। ଏହି ଗାଁରେ ପରିବାର ସଂଖ୍ୟା ମାତ୍ର ୨୫୦। ତେବେ ଏପର୍ଯ୍ୟନ୍ତ ୧୦୦ରୁ ଅଧିକ ଜମଜ ଶିଶୁ ଜନ୍ମ ହୋଇସାରିଲେଣି।

ତେବେ କୋଡିହ୍ନି ଗ୍ରାମବାସୀଙ୍କ ଅନୁସାରେ ୭୦ ବର୍ଷ ପୂର୍ବେ ଗ୍ରାମରେ ପ୍ରଥମ ଜମଜ ଶିଶୁ ଜନ୍ମ ହୋଇଥିଲେ। ତା ପରଠାରୁ ଏପରି ଶିଶୁଙ୍କ ଜନ୍ମହାର ବଢିବଢି ଚାଲିଛି। ତେବେ ସ୍ଥାନୀୟ ଡାକ୍ତର କେ.ସିରିବିଜୁ ଏହା ହୁଏତ ଲୋକଙ୍କ ଜୀବନଶୈଳୀ ଓ ଖାନପାନ ଯୋଗୁ ହେଉଥାଇପାରେ ବୋଲି କହିଛନ୍ତି। ଗ୍ରାମୀଣ ପରିବେଶରେ ବିବାହ ଜଲଦି ହୋଇଯାଏ। ଏଣୁ ପରିବାର ମଧ୍ୟ ଖୁବ୍ ଶୀଘ୍ର ଆରମ୍ଭ ହୋଇଯାଏ। ଏହାବି ଏହାର ଅନ୍ୟ ଏକ କାରଣ ହୋଇପାରେ ବୋଲି ଡା.ସିରିବିଜୁ କହିଛନ୍ତି।

   Related Posts