Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

୨ଯାଆଁଳା ଭଉଣୀଙ୍କ ଚମତ୍କାରୀତା : CBSE ଦ୍ବାଦଶରେ ଆଣିଲେ ସମାନ ନମ୍ବର

16/07/2020 at 10:10 AM

ନୋଏଡ଼ା ୧୬/୭: ଗ୍ରେଟର ନୋଏଡ଼ା ଓ୍ବେଷ୍ଟର ଯାଆଁଳା ଭଉଣୀ ମାନସୀ ଏବଂ ମାନ୍ୟାଙ୍କ ଜନ୍ମ ୨୦୦୩ମସିହାରେ ମାର୍ଚ୍ଚ ୩ତାରିଖରେ ୯ମିନିଟ୍ ଅନ୍ତରାଳରେ ହୋଇଥିଲା। କେବଳ ସେହି ଗୋଟିଏ ଜିନିଷ ଆଜି ଯାଏଁ ଦୁଇ ଭଉଣୀଙ୍କୁ ଅଲଗା କରିଛି। ଉଭୟଙ୍କ ମୁହଁ ମଧ୍ୟ ପୂରା ମିଶିଥାଏ। କଣ୍ଠ ବି ସମାନ ଭଳି। ଖାଇବାରେ ଦୁଇ ଜଣଙ୍କ ପସନ୍ଦ ଏବଂ ହବି ବି ମିଶିଥାଏ। ଦୁହେଁ ବ୍ୟାଡମିଣ୍ଟନ ପ୍ରେମୀ। କିନ୍ତୁ ସୋମବାର ୨ଭଉଣୀ ନିଜ ଯୁଗଳବନ୍ଦୀ କମାଲରେ ବାପା-ମାଆ,ଶିକ୍ଷକ ଏବଂ ସାଙ୍ଗମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରି ଦେଇଛନ୍ତି। ଦୁହେଁ ସିବିଏସଇ ଦ୍ବାଦଶରେ ସମାନ ଅଙ୍କ(୯୫.୮)ପ୍ରତିଶତ ହାସଲ କରିଛନ୍ତି।

ଗ୍ରେଟର ନୋଏଡ଼ା ଓ୍ବେଷ୍ଟର ଏକ ସୋସାଇଟିରେ ସୁଚେତନ ରାଜ ସିଂହ ଏବଂ ତାଙ୍କ ପତ୍ନୀ ଜୟା ସିଂହ ରୁହନ୍ତି। ମୂଳ ଭାବେ ହାଥରସ ବାସିନ୍ଦା ସୁଚେତନ ରାଜ ସିଂହଙ୍କ ଦୁଇ ଯାଆଁଳା ଝିଅ ମାନସୀ ଏବଂ ମାନ୍ୟା ଅଛନ୍ତି। ଦୁହେଁ ଗ୍ରେଟର ନୋଏଡ଼ାର ଏଷ୍ଟର ପବ୍ଲିକ୍ ସ୍କୁଲର ଛାତ୍ରୀ।

ମାନସୀ କହିଛନ୍ତି ଯେ ଦୁଇ ଭଉଣୀ ଏକାଠି ବସି ପାଠ ପଢ଼ନ୍ତି। ପାଠପଢ଼ା ସମୟରେ ପରସ୍ପରର ଅସୁବିଧା ସମାଧାନ କରନ୍ତି। ନବମ ଶ୍ରେଣୀରୁ ଦୁହେଁ ଏଷ୍ଟର ପବ୍ଲିକ୍ ସ୍କୁଲରେ ପଢ଼ୁଛନ୍ତି। ମାନସୀ କହିଛନ୍ତି ସେମାନେ ୨ଜଣ ଇଞ୍ଜିନିୟର ହେବାକୁ ଚାହଁନ୍ତି। ୨ଭଉଣୀ ଏକାଠି ବ୍ୟାଡମିଣ୍ଟନ ଖେଳନ୍ତି।

ବିଷୟ            ମାନସୀ-ମାନ୍ୟାଙ୍କ ନମ୍ବର

ଇଂରାଜୀ                   ୯୮

ଭୌତିକ ବିଜ୍ଞାନ          ୯୫

ରସାୟନ ବିଜ୍ଞାନ         ୯୫

କମ୍ପ୍ୟୁଟର ସାଇନ୍ସ         ୯୮

ଫିଜିକାଲ୍ ଏଜୁକେସନ୍   ୯୫

ଏଷ୍ଟର ପବ୍ଲିକ୍ ସ୍କୁଲର ପ୍ରିନ୍ସିପାଲ୍ କହିଛନ୍ତି,‘ଯାଆଁଳା ଭଉଣୀ ମାନସୀ ଏବଂ ମାନ୍ୟାଙ୍କୁ ଦେଖି ସେ ମଧ୍ୟ ଦ୍ବନ୍ଦ୍ବରେ ପଡ଼ି ଯାଆନ୍ତି। ସେ ଯେତେବେଳେ ତାଙ୍କ ମାର୍କସ ଚେକ୍ କରିଥିଲେ ସେତେବେଳେ ଏହା ପୂରା ଅବିଶ୍ବସନୀୟ ଥିଲା। ’

୨ଭଉଣୀଙ୍କ ହାଇସ୍କୁଲରେ କେବଳ ୧ ପ୍ରତିଶତର ଅନ୍ତର ଥିଲା। ମାନସୀଙ୍କୁ ୯୮ପ୍ରତିଶତ ମିଳିଥିବାବେଳେ ମାନ୍ୟାଙ୍କୁ ୯୭ପ୍ରତିଶତ ନମ୍ବର ମିଳିଥିଲା। କିନ୍ତୁ ଏଥର ଉଭୟଙ୍କର ସମାନ ନମ୍ବର ମିଳିଛି। ଏଥିରେ ସ୍କୁଲ୍ ସହ ପରିବାରର ସଦସ୍ୟ ମଧ୍ୟ ଖୁସି ଅଛନ୍ତି।

   Related Posts