Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ସନ୍ଦେହଜନକ ଭାବେ ୨୫ ମହଲା ଉପରୁ ଖସି ପଡ଼ିଲେ ଯାଆଁଳା ଭାଇ, ପୋଲିସ୍‌ର ତଦନ୍ତ ଜାରି

20/10/2021 at 5:38 PM

ଗାଜିଆବାଦ, ୨୦/୧୦: ଗାଜିଆବାଦ ସିଦ୍ଧାର୍ଥ ବିହାରର ପ୍ରତିକ୍‌ ଗ୍ରାଣ୍ଡ ସୋସାଇଟିରେ ଏକ ବିଲ୍ଡିଂରେ ଅଭାବନୀୟ ଘଟଣା ଘଟିଛି । ୨୫ ମହଲାରୁ ଖସିପଡ଼ି ଯାଆଁଳା ଭାଇଙ୍କ ଜୀବନ ଯାଇଛି । ନିଜ ଫ୍ଲାଟ୍‌ର କାଲ୍‌କୋନିରୁ ଦୁଇ ଭାଇ ଖେଳୁଥିବା ବେଳେ ସନ୍ଦେହ ଜନକ ଭାବେ ଗଳି ପଡ଼ି ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ପୋଲିସ୍‌ ଘଟଣା ସ୍ଥଳକୁ ଯାଇ ଏହା ଦୁର୍ଘଟଣା ନା କେହି ଏଥିରେ ଜଡ଼ିତ ଅଛନ୍ତି ସେ ନେଇ ତଦନ୍ତ ଜାରି ରଖିଛି ।

ସ୍ଥାନୀୟ ପୋଲିସ୍‌ ଅଧିକାରୀ ମହପାଲ୍‌ ସିଂହ ଏନେଇ କହିଛନ୍ତି ଯେ, ମୃତ ଯାଆଁଳା ଭାଇଙ୍କ ମାତା-ପିତା ପୋଲିସ୍‌କୁ ଖବର ଦେଇଥିଲେ । ହେଲେ ପରେ ସେମାନେ ମାମଲା ଦାଏର କରିବାକୁ ମନା କରିଦେଇଛନ୍ତି । ତଥାପି ପୋଲିସ୍‌ ପାରିପାର୍ଶ୍ୱିକ ଦୃଷ୍ଟିକୋଣରୁ ନିଜ ଆଡ଼ୁ ଯାଞ୍ଚ ଚଳାଇଛି । ପିତା-ମାତା କହିଛନ୍ତି ଯେ, ଦୁଇ ଭାଇ ଝିଟିପିଟିକୁ ଡରୁଥିଲେ । ହୁଏତ ଏହି କାରଣରୁ ସେମାନେ ବାଲ୍‌କୋନିରୁ ଖସି ପଡ଼ିଛନ୍ତି ।

ପୋଲିସ୍‌ ଏହି ଘଟଣାର ଯାଞ୍ଚ କରୁଥିବା ବେଳେ ମୋବାଇଲ୍‌ ଗେମ୍‌କୁ ନେଇ ସନ୍ଦେହ କରୁଛି । କାରଣ ଦୁଇଭାଇ ଗେମ୍‌ ଖେଳିବାକୁ ବହୁତ ଭଲ ପାଉଥିଲେ । ଶନିବାର ବିଳମ୍ବିତ ରାତିରେ ଦୁଇ ଭାଇ ସତ୍ୟ ନାରାୟଣ ଏବଂ ସୂର୍ଯ୍ୟ ଡି ଆପାର୍ଟମେଣ୍ଟର ୨୫ ମହଲାରେ ଥିବା ଫ୍ଲାଟର ବାଲକୋନିରୁ ସନ୍ଦେହଜନକ ଅବସ୍ଥାରେ ତଳେ ପଡ଼ିଯାଇଥିଲେ। ଦୁଇ ଭାଇଙ୍କୁ ୧୪ ବର୍ଷ ଲେଖାଏଁ ବୟସ ହୋଇଥିଲା। ସେମାନେ ବାଲ୍‌କୋନିରୁ ପଡ଼ିଯିବା ବେଳେ ଜୋର୍‌ରେ ଶବ୍ଦ ହୋଇଥିଲା । ଏହା ଶୁଣି ସିକ୍ୟୁରିଟି ଗାର୍ଡ ଘଟଣାସ୍ଥଳକୁ ଯାଇଥିଲେ। ଉଭୟେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ପରେ ଫ୍ଲାଟ୍‌ର ଅନ୍ୟ ଲୋକମାନେ ଜମା ହୋଇଯାଇଥିଲେ ।

   Related Posts