Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

ବାଦ୍‌ ପଡିଲେନି ଶିଶୁ, ୬ଦିନର ଯମଜ ବି କରୋନା ସଂକ୍ରମିତ

23/05/2020 at 4:46 PM

ଅହମ୍ମଦାବାଦ ୨୩।୦୫: ଗୁଜରାଟର ମେହସନା ଜିଲ୍ଲାରେ ୬ ଦିନ ତଳେ ଜନ୍ମ ନେଇଥିବା ଯମଜ ଭାଇ ଓ ଭଉଣୀଙ୍କ ଠାରେ କରୋନା ପଜିଟିଭ ଚିହ୍ନଟ ହୋଇଛି । କରୋନା ଭାଇରସ ଦ୍ୱାରା ସଂକ୍ରମିତ ହେବାରେ ସେମାନେ ରାଜ୍ୟର ସବୁଠୁ କମ୍‌ ବୟସ୍କ ରୋଗୀ ବୋଲି ଜଣେ ଅଧିକାରୀ ଶୁକ୍ରବାର ପ୍ରକାଶ କରିଛନ୍ତି ।

ଜିଲ୍ଲା ଉନ୍ନୟନ ଅଧିକାରୀ ମନୋଜ ଦକ୍ଷିଣୀଙ୍କ କହିବା ଅନୁସାରେ ମେହସନା ଜିଲ୍ଲାର ମୋଲିପୁର ଗାଁର ଜଣେ ଗର୍ଭବତୀ ଯିଏକି କରୋନା ପଜିଟିଭ୍‌ ଭାବେ ଚିହ୍ନିତ ହୋଇଥିଲେ । ସେ ମେ ୧୬ ତାରିଖରେ ବଡ଼ନଗର ହସ୍ପିଟାଲରେ ଏହି ଯାଁଳା ସନ୍ତାନଙ୍କୁ ଜନ୍ମ ଦେଇଥିଲେ । ଏହା ହେଉଛି ରାଜ୍ୟରେ ପ୍ରଥମ ଘଟଣା ଯେଉଁଥିରେ ନବଜାତ, ପୁଣି ଯାଁଳା ପିଲା କରୋନା ଭାଇରସ ପଜିଟିଭ୍‌ ଭାବେ ଚିହ୍ନିତ ହୋଇଛନ୍ତି । ନବଜାତ ଶିଶୁପୁତ୍ରଟି ମେ ୧୮ ତାରିଖରେ କରୋନା ପଜିଟିଭ୍‌ ଚିହ୍ନିତ ହୋଇଥିବାବେଳେ କନ୍ୟା ସନ୍ତାନର ରିପୋର୍ଟ ଶୁକ୍ରବାର ପଜିଟିଭ୍‌ ଆସିଛି । ଉଭୟଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ଥିବା ସେ ପ୍ରକାଶ କରିଛନ୍ତି । ସୂଚନା ଥାଉକି, ମୁମ୍ବାଇରୁ ଫେରିଥିବା ୩ ଜଣ ଲୋକ କରୋନା ପଜିଟିଭ୍‌ ଭାବେ ଚିହ୍ନିତ ହେବା ପରେ ମେହସନା ଜିଲ୍ଲାର ମୋଲିପୁର ଗାଁ ଏବେ କରୋନାର ଗଡ଼ ପାଲଟିଛି ।

   Related Posts