ଯୋଡ଼ା ଶରୀର ଜାଆଁଳା ଭାଇଙ୍କ ମୃତ୍ୟୁ: ସକାଳୁ ହଠାତ ଶିବରାମ ଓ ଶିବନାଥ ନିଜ ରୁମରୁ ମୃତ ଅବସ୍ଥାରେ ଉଦ୍ଧାର

Published By : Prameya-News7 Bureau | October 31, 2021 IST

ରାୟପୁର ୩୧/୧୦ : ଛତିଶଗଡ଼ ବଲୌଦାବଜାରର ଖେନ୍ଦା ଗାଁରେ ରହୁଥିବା ଯୋଡ଼ା ଶରୀର ଜାଆଁଳା ଦୁଇ ଭାଇ ଶିବନାଥ ଓ ଶିବରାମ ଆଉ କେବେ ନଜର ଆସିବେନି। ଶନିବାର ବିଳମ୍ବିତ ରାତିରେ ହଠାତ ସ୍ୱାସ୍ଥ୍ୟ ବିଗିଡ଼ିବାରୁ ଦୁହିଁଙ୍କର ମୃତ୍ୟୁ ହୋଇଛି। ସନ୍ଦିଗ୍ଧ ପରିସ୍ଥିତିରେ ଦୁଇ ଭାଇଙ୍କ ମୃତ୍ୟୁ ହୋଇଥିବାରୁ ପୋଲିସ ଘଟଣାର ଯାଞ୍ଚ କରୁଛି।

{"id":536389,"sizeSlug":"full","linkDestination":"none"}

ଶିବରାମ ଓ ଶିବନାଥଙ୍କ ଘର ଲୋକଙ୍କ ଅନୁଯାୟୀ, ଶନିବାର ରାତିରେ ଦୁଇ ଭାଇଙ୍କୁ ଜ୍ୱର ହୋଇଥିଲା। ସକାଳେ ଘର ଲୋକ ଦୁହିଁଙ୍କ ରୁମକୁ ଯାଇ ଦେଖିଲା ବେଳକୁ ଦୁହିଁଙ୍କର ମୃତ୍ୟୁ ହୋଇସାରିଥିଲା। ଦୁଇ ଭାଇ ଆତ୍ମହତ୍ୟା କରିଥିବା ନେଇ ମଧ୍ୟ ଗାଁରେ ଆଲୋଚନା ହେଉଛି। ଦୁଇ ଭାଇଙ୍କ ବୟସ ୨୦ ବର୍ଷ ଥିଲା।

୨୦୦୧ ଡିସେମ୍ବର ମାସରେ ଜନ୍ମ ହୋଇଥିବା ଶିବରାମ ଓ ଶିବନାଥଙ୍କ ଶରୀର ଜନ୍ମରୁ ହିଁ ଯୋଡି ହୋଇଥିଲା। ତାଙ୍କର ଦୁଇଟି ମୁଣ୍ଡ, ଦୁଇଟି ତଣ୍ଟି, ୪ଟି ହାତ ଓ ଦୁଇଟି ଗୋଡ ଥିଲା। ଦୁଇ ଭାଇ ଏକାସାଙ୍ଗେ ସବୁ କାମ କରୁଥିଲେ। ସ୍କୁଟର ଚଳାଇବା, ଗାଧୋଇବା, ସ୍କୁଲ ଯିବା ସବୁ କାମ ଦୁହେଁ ଏକାସାଙ୍ଗେ କରୁଥିଲା। ଦୁହିଁଙ୍କ ଯୋଡ଼ା ଶରୀର ଏକାସାଙ୍ଗେ କାମ କରୁଥିଲା।

{"id":536390,"sizeSlug":"full","linkDestination":"none"}

ସେଥିପାଇଁ ଦୁଇ ଭାଇଙ୍କ ଦୁଇଟି ଶରୀର ଗୋଟିଏ ଆତ୍ମା ବୋଲି କୁହାଯାଉଥିଲା। ମାନବ ଶରୀରର ଅନନ୍ୟ ଗଠନ ଉପରେ ଗବେଷଣା କରୁଥିବା ଅନେକ ବିଦେଶୀ ଟିମ ମଧ୍ୟ ବଲୌଦାବଜାର ଆସି ଶିବନାଥ ଏବଂ ଶିବରାମଙ୍କୁ ଭେଟିଥିଲେ। ଦୁହେଁ ହସଖୁସିରେ ଲୋକଙ୍କୁ ଭେଟୁଥିଲେ। ବର୍ତ୍ତମାନ ସେମାନଙ୍କର ହଠାତ୍ ମୃତ୍ୟୁର ଖବରରେ ଗାଁରେ ଶୋକର ଛାୟା ଖେଳିଯାଇଛି।

କିଛି ମାସ ପୂର୍ବରୁ ଦୁହେଁ ଏକ ସ୍କୁଟର କିଣିଥିଲେ। ଆରାମ ଭାବେ ଚଲାଇବାକୁ ସିଟ ତଳେ ୱେଲ୍ଡିଙ୍ଗ କରି ଗଦି ଲଗାଇଥିଲେ। ସ୍କୁଟରରେ ତେଲ ପକାଇବାକୁ ପେଟ୍ରୋଲ ପମ୍ପ ଯିବାରୁ ତାଙ୍କୁ ଦେଖିବାକୁ ଲୋକଙ୍କ ଭିଡ ଲାଗିଥିଲା।

{"id":536391,"sizeSlug":"full","linkDestination":"none"}

ଶରୀର ଯୋଡି ହୋଇଥିବାରୁ ଦୁହିଁଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା। ଦୈନନ୍ଦିନ କାମରେ ଅସୁବିଧା ହେଉଥିଲା। ନିକଟରେ ଏକ ସାକ୍ଷାତକାରରେ ସେମାନେ କହିଥିଲେ ଯେ ସେମାନେ ଅଲଗା ହେବାକୁ ଚାହୁଁ ନାହାନ୍ତି। ଡାକ୍ତର ମଧ୍ୟ କହିଥିଲେ ଯେ ଦୁହିଁଙ୍କ ଶରୀରକୁ ଅଲଗା କରିବା ବିପଦଜନକ ହୋଇପାରେ। ସବୁ ଅସୁବିଧା ସତ୍ତ୍ୱେ ଦୁଇ ଭାଇ ଖୁସିରେ ଜୀବନ ଅତିବାହିତ କରୁଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.