୧୩ ଦିନ ପୂର୍ବରୁ ଉତ୍ତର ପ୍ରଦେଶର ଏକ ସ୍କୁଲ ବସରୁ ୨ ଜାଅଁଳା ଶିଶୁଙ୍କ ଅପହରଣ ଘଟଣାରେ ୨ ଶିଶୁଙ୍କ ମୃତଦେହ ଉଦ୍ଧାର : ସ୍ଥାନୀୟ ଅଂଚଳରେ ଉତ୍ତେଜନା

Published By : Prameya-News7 Bureau | February 24, 2019 IST

ଚିତ୍ରକୂଟ ୨୪/୨ : ୧୩ ଦିନ ପୂର୍ବରୁ ଉତ୍ତର ପ୍ରଦେଶର ଚିତ୍ରକୂଟ ଅଂଚଳରୁ ସ୍କୁଲ ବସ ଭିତରୁ ଦୁଇ ଜାଅଁଳା ଭାଇଙ୍କୁ ଅପହରଣ କରିନେଇଥିଲେ ଦୁଇ ଦୁର୍ବୁର୍ତ୍ତ | ବନ୍ଧୁକ ମୁନରେ ଦୁଇ ଶିଶୁଙ୍କୁ ଅପହରଣ କରି ଫେରାର ହୋଇଯାଇଥିଲେ ଦୁଇ ଦୁର୍ବୁର୍ତ୍ତ | ଜାଅଁଳା ଶିଶୁଙ୍କ ବାପା ଜଣେ ବ୍ୟବସାୟୀ | ବ୍ୟବସାୟୀଙ୍କ ଦୁଇ ଜାଅଁଳା ଶିଶୁଙ୍କୁ ହତ୍ୟା କରିଦିଆଯାଇଛି | ଆଜି ସକାଳେ ମର୍କା ଥାନା ଅନ୍ତର୍ଗତ ବାକଲ ଗାଁ ନିକଟସ୍ଥ ଯମୁନା ନଦୀ କୂଳରୁ ଉଭୟ ଶିଶୁଙ୍କ ମୃତଦେହ ଜବତ ହୋଇଛି | ଶିଶୁଙ୍କ ମୃତଦେହ ଉଦ୍ଧାର ହେବାପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖା ଦେଇଛି | ବ୍ୟବସାୟୀ ଚିତ୍ରକୂଟ ଅଂଚଳରେ ନିଜର ସମସ୍ତ ସଂସ୍ଥା ବନ୍ଦ କରି ଦେଇଛନ୍ତି |

{"id":88172}


ସୂଚନାଯୋଗ୍ୟ ଯେ, ଶିଶୁଙ୍କ ଅପହରଣ ପରେ ଉତ୍ତର ପ୍ରଦେଶ ପୋଲିସ, ମଧ୍ୟ ପ୍ରଦେଶ ପୋଲିସ ଏବଂ ଏସ୍ଟିଏଫ ଟିମ ଶିଶୁଙ୍କୁ ଖୋଜାଖୋଜି କରୁଥିଲେ | ଏସଟିଏଫ ବାନ୍ଦ୍ରା ଏବଂ ଚିତ୍ରକୂଟର ୪ ଜଣାଶୁଣା ଅପରାଧୀଙ୍କ ମଧ୍ୟରୁ ୩ ଅପରାଧୀଙ୍କୁ ଗିରଫ କରିଥିଲା | ଏମାନଙ୍କୁ ଗିରଫ କରି ପଚରାଉଚୁରା କରୁଥିଲା ଏସଟିଏଫ |

{"id":88175}


ଉଭୟ ଶିଶୁଙ୍କ ଗୋଡ ହାତ ବନ୍ଧା ଯାଇଥିବା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି | ଶିଶୁଙ୍କ ଗୋଡ ହାତକୁ ଅପହରନକର୍ତ୍ତା ରାଶି ଏବଂ ଲୁହା କଡାରେ ବାନ୍ଧି ବାକଲ ଗାଁ ପାଖରେ ଥିବା ଦେବୀ ମନ୍ଦିର କଡ଼ରୁ ଯାଇଥିବା ଯମୁନା ନଦୀ ପାଖରେ ଫିଙ୍ଗି ଦେଇଥିଲେ | ଉତ୍ତର ପ୍ରଦେଶ ଏସଟିଏଫ ସହ ସତାନା ପୋଲିସ ଶିଶୁଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି |

{"id":88173}


ସୂଚନାଯୋଗ୍ୟ ଯେ, ୧୨ ତାରିଖ ଦିନ ଦୁଇ ଦୁର୍ବୁର୍ତ୍ତ ମୁହଁରେ ମୁଖା ପିନ୍ଧି ଅଚାନକ ସ୍କୁଲ ବସରେ ଚଢ଼ିଥିଲେ | ଏହାପରେ ଦୁଇ ଦୁର୍ବୁର୍ତ୍ତ ବସ କଣ୍ଡକ୍ଟରଙ୍କୁ ମାଡ ମାରିଥିଲେ | ଏହାପରେ ଜଣେ ଦୁର୍ବୃତ୍ତ ମହିଳା ଏଟେଣ୍ଡେଣ୍ଟଙ୍କ ମୁଣ୍ଡରେ ବନ୍ଧୁକ ଦେଖାଇ ରଖିଥିଲା | ଅନ୍ୟଜଣେ ଜୋର ଜବରଦସ୍ତ ଦୁଇ ଜାଅଁଳା ଶିଶୁଙ୍କୁ ଅପହରଣ କରି ନେଇଥିଲା | ଚିତ୍ରକୂଟ ପୋଲିସ ବହୁତ ଖୋଜାଖୋଜି ପରେ ମଧ୍ୟ ଅପହରନକର୍ତ୍ତାଙ୍କ ଖୋଜ ଖବର ପାଇନଥିଲେ | ଗତକାଲି ୩ ଅପରାଧୀଙ୍କୁ କାବୁ କରିବା ପରେ ଏସଟିଏଫ ଶିଶୁଙ୍କ ଖବର ପାଇବା ନେଇ ସନ୍ଦେହ କରିଥିଲା | ଶିଶୁଙ୍କ ମୃତଦେହ ଦେଖି ତାଙ୍କୁ ୩ ଦିନ ପୂର୍ବରୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି | ପୋଲିସ ଘଟଣାର ତଦନ୍ତ ଜାରି ରଖିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.