Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ଜଗା ସେବାରେ କୁନି ଜଗା-ବଳିଆ, ମହାପ୍ରଭୁଙ୍କ ଓଷ ଲାଗି କଲେ ଦୁଇ କୁନି ଯାଆଁଳା ଭାଇ

1/07/2021 at 11:02 PM

ପୁରୀ, ୦୧/୦୭: ଅଣସର ଘରେ ଜ୍ବରରେ ପୀଡିତ ଥିବା ଚତୁର୍ଦ୍ଦାବିଗ୍ରହଙ୍କ ଗୁପ୍ତ ସେବା କରୁଛନ୍ତି ଦଇତାପତି ସେବାୟତ ମାନେ । ଆଉ ଆଜି ଏହି ସେବାରେ ଯୋଗ ଦେଇଛନ୍ତି ସାଢେ ତିନିମାସର ଯାଆଁଳା ଭାଇ ରୋହିତ ନନ୍ଦ ଦାସମହାପାତ୍ର ଓ ରୋନିତ ନନ୍ଦ ଦାସମହାପାତ୍ର । ଦୋଳମଣ୍ତପ ସାହିର ଯୁବ ଦଇତାପତି ସେବାୟତ ରାମାନନ୍ଦ ଦାସମହାପାତ୍ରଙ୍କ ଏହି ଯାଆଁଳା ପୁଅଙ୍କୁ ଗେଲ୍ହାରେ ଘର ଲୋକେ ଜଗା ବଳିଆ ବୋଲି ଡାକନ୍ତି ।

ଆଜି ଅଣସରର ସପ୍ତମ ଦିନରେ ମହାପ୍ରଭୁଙ୍କ ସେବା କରିବା ପାଇଁ ଜଗା-ବଳିଆ କପାଳରେ ଚନ୍ଦନ ଓ ଦେହରେ ପାଟବସ୍ତ୍ର ପିନ୍ଧି ଶ୍ରୀମନ୍ଦିର ଯାଇ ବିଧି ଓ ପରମ୍ପରା ଅନୁଯାୟୀ ମହାପ୍ରଭୁଙ୍କ ଓଷ ଲାଗି ନୀତି ସମ୍ପାଦନ କରିଛନ୍ତି। ଶ୍ରୀମନ୍ଦିର ଓ ଦଇତାକୂଳର ପରମ୍ପରା ଅନୁଯାୟୀ ଦଇତାକୂଳର କୌଣସି ପରିବାରରେ ଯଦି ପୁତ୍ର ଜନ୍ମ ହୁଏ ତେବେ ଜନ୍ମ ହେବାର ୨୧ ଦିନ ପରେ ସେ ଦଇତାପତି ଭାବେ ଗଣତି ହେବେ ବୋଲି ନିୟମ ରହିଛି । କିନ୍ତୁ ଦଇତାକୂଳର ଭାଗାରି ହିସାବରେ ଗଣତି ହେବାକୁ ହେଲେ ପ୍ରଥମେ ଶ୍ରୀମନ୍ଦିର ଯାଇ ଅଣସର ଘରେ ମହାପ୍ରଭୁଙ୍କ ସେବା କରିବା ପରମ୍ପରା ରହିଛି । ଆଉ ଏହି ପରମ୍ପରାକୁ ଆଧାର କରି ଆଜି ସନ୍ଧ୍ୟାରେ ଜଗା ବଳିଆ ଶ୍ରୀମନ୍ଦିର ଯାଇ ଅଣସର ଘରେ ମହାପ୍ରଭୁଙ୍କ ସେବା ସମ୍ପାଦନ କରିଥିବାରୁ ଦଇତାକୂଳର ଭାଗାରି ହିସାବରେ ଗଣତି ହୋଇଛନ୍ତି।

ସେବା ପୂର୍ବରୁ ଦାନ ହିସାବରେ ଏହି ଦୁଇ ଯାଆଁଳା ଭାଇ ପାଞ୍ଚୋଟି ଲେଖାଏଁ କରି ସମୁଦାୟ ୧୦ ଟି ରୂପା ମୁଦ୍ରା ମହାପ୍ରଭୁଙ୍କ ପାଖରେ ଦାନ କରିଛନ୍ତି । ତେବେ ଏତେ କମ୍ ବୟସରେ ଏହି ଯାଆଁଳା ଭାଇ ତଥା କୁନି ଦଇତାପତି ସେବାୟତ ଜଗା ବଳିଆ ମହାପ୍ରଭୁଙ୍କ ସେବା ବିଷୟରେ ଅଜ୍ଞ ଥିଲେ ମଧ୍ୟ ପରମ୍ପରା ଅନୁଯାୟୀ ଆଜି ଏମାନେ ମହାପ୍ରଭୁଙ୍କ ସୁସ୍ଥତା ପାଇଁ ଓଷ ଲାଗି କରିଛନ୍ତି। ଭବିଷ୍ୟତରେ ମହାପ୍ରଭୁଙ୍କ ସେବା ପୂଜା ଓ ନୀତି କାନ୍ତିକୁ ନିଷ୍ଠାର ସହ କିଭଳି ସମ୍ପାଦନ କରିବେ ସେନେଇ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ।

   Related Posts