ଅଭିନେତା ଅକ୍ଷୟ କୁମାରଙ୍କୁ ଗେ’ ଭାବୁଥିଲେ ଶାଶୂ ଡିମ୍ପଲ ; ଟ୍ବିଙ୍କିଲଙ୍କୁ ବିବାହ ଦେବା ପୂର୍ବରୁ ଅକ୍ଷୟଙ୍କର କ’ଣ ପରୀକ୍ଷା କରିଥିଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ

Published By : Prameya-News7 Bureau | September 16, 2018 IST

ମୁମ୍ବାଇ ୧୬|୯: ଅକ୍ଷୟ କୁମାର ଏବଂ ଟ୍ବିଙ୍କିଲ ଖାନ୍ନାଙ୍କ ବିବାହକୁ ୧୮ବର୍ଷ ହୋଇସାରିଲାଣି । ଅକ୍ଷୟ କୁମାର ୨୦୦୧ ମସିହା ଜାନୁଆରୀ ୧୭ ତାରିଖରେ ଟ୍ବିଙ୍କିଲ ଖାନ୍ନାଙ୍କୁ ବିବାହ କରିଥିଲେ । ଯଦିଓ ଅକ୍ଷୟ କୁମାର ଥରେ କହିଥିଲେ ଯେ ତାଙ୍କ ଶାଶୂ ଡିମ୍ପଲ କାପାଡିଆ କେବେ ତାଙ୍କୁ ଗେ’ ବୋଲି ଭାବୁଥିଲେ । ଟ୍ବିଙ୍କିଲଙ୍କ ସହ ପ୍ରସ୍ତାବ ପଢିବା ପରଠୁ ଡିମ୍ପଲ କାପାଡିଆଙ୍କର ଅକ୍ଷୟ କୁମାରଙ୍କ ଉପରେ ସନ୍ଦେହ ଥିଲା । ସେ ଭାବୁଥିଲେ ଅକ୍ଷୟ ଗେ’ ବୋଲି । ଯେତେବେଳେ ଅକ୍ଷୟ କୁମାର ଏବଂ ଟ୍ବିଙ୍କିଲ ଖାନ୍ନା କରନ ଜୋହରଙ୍କ ସୋ’ ‘କଫି ଓ୍ବିଥ୍ କରନ’ ରେ ଅତିଥି ହୋଇ ଅସିଥିଲେ ସେତେବେଳେ ଉଭୟ ତାଙ୍କ ଜୀବନର କେତେକ କଥା ସେୟାର କରିଥିଲେ । ଟ୍ବିଙ୍କିଲ ଖାନ୍ନା କହିଥିଲେ ଯେ, ବିବାହ ପୂର୍ବରୁ ତାଙ୍କ ମା ଅକ୍ଷୟଙ୍କୁ ଗେ’ ଭାବୁଥିଲେ । ଡିମ୍ପଲଙ୍କୁ ଅକ୍ଷୟଙ୍କ ସେକ୍ସୁଆଲ ଓରିଏଣ୍ଟେସନ ଉପରେ ସନ୍ଦେହ ଥିଲା । ଜଣେ ସାମ୍ବାଦିକ ବନ୍ଧୁ ତାଙ୍କୁ କହିଥିଲେ ଯେ ଅକ୍ଷୟ ଜଣେ ଗେ’ । ଏହା ପରେ ସେ ଅକ୍ଷୟଙ୍କ ସମ୍ବନ୍ଧରେ ଛାନଭିନ କରିଥିଲେ । ଏହାସହ ଭବିଷ୍ୟତରେ ଅକ୍ଷୟ ପିଲା ଜନ୍ମ କରିବାରେ ସକ୍ଷମ କି ନୁହେଁ ବୋଲି ଜାଣିବା ପାଇଁ ତାଙ୍କର ଜେନେଟିକ୍ ଟେଷ୍ଟ ମଧ୍ୟ କରାଇଥିଲେ । ସୋ’ ରେ ଅକ୍ଷୟ କହିଥିଲେ ଯେ ଏସବୁ ଜାଣିଲା ପରେ ତାଙ୍କୁ ବହୁତ ରାଗ ଲାଗିଥିଲା । ଯଦିଓ ସେ ମାନନ୍ତି ଯେ ବିବାହ ସମୟରେ ଜାତକ ମିଳାଇବା ବ୍ୟତୀତ ଏହି ଟେଷ୍ଟ କରାଯିବା ଉଚିତ୍ ବୋଲି । ଟ୍ବିଙ୍କିଲ ଏମିତି ମଧ୍ୟ କହିଥିଲେ ଯେ, ସେ ଅକ୍ଷୟଙ୍କୁ ମାତ୍ର ୧୫ ଦିନ ପାଇଁ ବୟଫ୍ରେଣ୍ଡ କରିଥିଲେ । କେବଳ ଏତିକି ନୁହେଁ ବିବାହ ପାଇଁ ଅକ୍ଷୟଙ୍କ ଆଗରେ ଟ୍ବିଙ୍କିଲ ସର୍ତ୍ତ ମଧ୍ୟ ରଖିଥିଲେ । ଯେତେବେଳେ ଅକ୍ଷୟ ତାଙ୍କୁ ପ୍ରପୋଜ କରିଥିଲେ ସେତେବେଳେ ତାଙ୍କ ଫିଲ୍ମ ‘ମେଲା’ ରିଲିଜ୍ ହେବାର ଥିଲା । ଟ୍ବିଙ୍କିଲଙ୍କୁ ଲାଗୁଥିଲା କି ‘ମେଲା’ ହିଟ୍ ହେବ ବୋଲି । ତେଣୁ ସେ ଅକ୍ଷୟଙ୍କ ଆଗରେ ସର୍ତ୍ତ ରଖିଥିଲେ ଯେ ଯଦି ଫିଲ୍ମ ଫ୍ଲପ୍ ହେବ ତେବେ ସେ ତାଙ୍କୁ ବିବାହ କରିବେ । ଫିଲ୍ମଟି ପ୍ରକୃତରେ ଫ୍ଲପ୍ ହୋଇଥିଲା ଏବଂ ଟ୍ବିଙ୍କିଲଙ୍କୁ ବିବାହ ପାଇଁ ହଁ କହିବାକୁ ପଡିଥିଲା । ଅକ୍ଷୟଙ୍କ ଆଗରେ ଟ୍ବିଙ୍କିଲଙ୍କ ମା ଡିମ୍ପଲ ମଧ୍ୟ ସର୍ତ୍ତ ରଖିଥିଲେ । ଡିମ୍ପଲ କହିଥିଲେ ଯେ ବର୍ଷେ ପର୍ଯ୍ୟନ୍ତ ଟ୍ବିଙ୍କିଲଙ୍କ ସହ ତାଙ୍କୁ ଲିଭ୍ ଇନ୍ ରିଲେସନସିପରେ ରହିବାକୁ ହେବ । ତା ପରେ ହିଁ ବିବାହ ପାଇଁ ଯାହା ନିଷ୍ପତ୍ତି ନିଆଯିବ । ମାତ୍ର ବର୍ଷକ ମଧ୍ୟରେ ସେମାନଙ୍କର ବିବାହ ହୋଇଯାଇଥିଲା । ୨୦୦୨ ମସିହାରେ ଟ୍ବିଙ୍କିଲଙ୍କ ପୁଅ ଆରବ ଜନ୍ମ ହୋଇଥିଲା । ପରେ ୨୦୧୨ ମସିହାରେ ଝିଅ ନିତାରା ଜନ୍ମ ହୋଇଥିଲେ । ଝିଅ ଜନ୍ମ ହେବା ପୂର୍ବରୁ ଟ୍ବିଙ୍କିଲ ସର୍ତ୍ତ ରଖିଥିଲେ ଯେ, ଯଦି ଅକ୍ଷୟ ଭଲ ଭଲ ଫିଲ୍ମ ବାଛି କାମ କରିବେ ତେବେ ଯାଇ ସେ ଦ୍ବିତୀୟ ସନ୍ତାନ ପାଇଁ ପ୍ଲାନିଂ କରିବେ । ଟ୍ବିଙ୍କିଲଙ୍କ କଥା ମାନି ଅକ୍ଷୟ ବାଛି ବାଛି ଭଲ ଫିଲ୍ମରେ କାମ କରିବା ଆରମ୍ଭ କରିଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.