ଏହି ଅଭିନେତ୍ରୀ ରଖିଲେ ଦାବି, ୫ବର୍ଷ ଆଗରୁ ଲେଖିଥିଲେ କରୋନା ଭଳି ଭାଇରସ୍‌ର କାହାଣୀ

Published By : Prameya-News7 Bureau | April 03, 2020 IST

ମୁମ୍ବାଇ ୩।୪: କରୋନା ଭାଇରସ୍ ସାରା ବିଶ୍ବ ପାଇଁ ସବୁଠୁ ବଡ ଆହ୍ବାନ ହୋଇଯାଇଛି । ଏପର୍ଯ୍ୟନ୍ତ ହଜାର ହଜାର ଲୋକ ପ୍ରାଣ ହରାଇସାରିଛନ୍ତି । ସାରା ଦେଶରେ ୨୧ ଦିନିଆ ଲକ୍ ଡାଉନ୍ ଘୋଷଣା ହୋଇଛି । କରୋନା ଭାଇରସ୍ ଯୋଗୁଁ ସୃଷ୍ଟି ହୋଇଥିବା ଭୟଙ୍କର ପରିସ୍ଥିତି ଯୋଗୁଁ, ଏହି ଭାଇରସ୍ ସହ ଜଡିତ ଛୋଟ ଛୋଟ ଜିନିଷ ମଧ୍ୟ ଭାଇରାଲ ହେବାରେ ଲାଗିଛି ।

ଏବେ ଷ୍ଟିଭେନ୍ ସୋଡରବର୍ଗଙ୍କ ଫିଲ୍ମ Contagion ହଠାତ୍ ଟ୍ରେଣ୍ଡ୍ ଆରମ୍ଭ କରିଛି । ୨୦୧୧ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରରେ ମଧ୍ୟ ସମାନ ପରିସ୍ଥିତି ରହିଥିଲା ଯେଉଁଭଳି ଆଜି କରୋନା ସ୍ଥିତି ରହିଛି । ବର୍ତ୍ତମାନ ଅଭିନେତ୍ରୀ ତଥା ଲେଖିକା ଟ୍ବିଙ୍କଲ ଖାନ୍ନା ମଧ୍ୟ ଦାବି କରିଛନ୍ତି ଯେ, ସେ ୫ ବର୍ଷ ପୂର୍ବେ କରୋନା ପରି ଏକ କାହାଣୀ ଲେଖିଥିଲେ ।

ଟ୍ବିଙ୍କଲ ଟ୍ବିଟରରେ ଦୁଇଟି ଫଟୋ ପୋଷ୍ଟ କରିଛନ୍ତି ।ଏହି ଫଟୋଗୁଡିକରେ ଟ୍ବିଙ୍କଲଙ୍କ ନୋଟ୍ ଦେଖିବାକୁ ମିଳିଛି ଯେଉଁଥିରେ ଏକ କାହାଣୀ ଲେଖାଯାଇଛି । ଏହି କାହାଣୀରେ ଏପରି ଏକ ପରିବାର ଅଛି ଯେଉଁ ପରିବାରରେ ବାପା ଜଣେ ଶାରୀରିକ ଶିକ୍ଷା ଶିକ୍ଷକ, ମା’ ଜଣେ ସାଇକୋଥେରାପିଷ୍ଟ ଏବଂ ସେମାନଙ୍କର ଏକ ୧୨ ବର୍ଷର ପୁଅ ଅଛି । କାହାଣୀ ଅନୁଯାୟୀ, ଦେଶ ଏକ ଭାଇରସ୍ କାରଣରୁ କ୍ବାରେଣ୍ଟାଇନରେ ରହିଛି । ବିମାନ ବନ୍ଦର ବନ୍ଦ କରାଯାଇଛି । ସେନା ଘରେ ଘରେ ଯାଞ୍ଚ କରୁଛନ୍ତି । ଲୋକମାନେ ସେମାନଙ୍କର ସଂକ୍ରମିତ ପଡୋଶୀଙ୍କ ସଂପର୍କରେ ରିପୋର୍ଟ କରୁଛନ୍ତି । ଏହି ଲୋକଙ୍କୁ କ୍ୟାମ୍ପକୁ ନିଆଯାଉଛି ଏବଂ ସେମାନଙ୍କୁ ମରିବାକୁ ଛାଡି ଦିଆଯାଇଛି ।

{"id":248420,"sizeSlug":"large"}

ବୈଜ୍ଞାନିକମାନେ ଏହି ଭାଇରସ୍ ମୁକାବିଲା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି, କିନ୍ତୁ ଏହି ଭାଇରସ୍ କ୍ରମାଗତ ଭାବରେ ପରିବର୍ତ୍ତନ ହେଉଛି । ଏହି ଭାଇରସ୍ ମଧ୍ୟ ବାୟୁରେ ବ୍ୟାପିଥାଏ । ଏହି ଭାଇରସ୍ ରେ ସଂକ୍ରମିତ ଲୋକମାନେ ବାନ୍ତି କରନ୍ତି, ଥଣ୍ଡା ଅନୁଭବ କରନ୍ତି, ତାପରେ ଧୀରେ ଧୀରେ ବ୍ୟକ୍ତି ସ୍ବାଦ କ୍ଷମତା ହରାନ୍ତି । ତା’ପରେ ଶୁଣିବାର କ୍ଷମତା ପ୍ରଭାବିତ ହୁଏ ଏବଂ ତା’ପରେ ସମସ୍ତ ଇନ୍ଦ୍ରିୟଗୁଡିକ ଖରାପ ହେବାକୁ ଲାଗିଥାଏ ଏବଂ ତିନି ଦିନ ମଧ୍ୟରେ ମନୁଷ୍ୟର ମୃତ୍ୟୁ ହୋଇଯାଇଥାଏ ।

ଟ୍ବିଙ୍କଲ ଏହି ଟ୍ବିଟ୍ ର କ୍ୟାପସନରେ ଲେଖିଛନ୍ତି, ‘ଏହା ଏକ କାହାଣୀ ଚିନ୍ତାଧାରା ଯାହା ମୁଁ ମୋର ସମ୍ପାଦକଙ୍କୁ କହିଥିଲି । ଆପଣ ଦେଖିପାରିବେ ଯେ ଏହି ଫଟୋରେ ତାରିଖ ମଧ୍ୟ ଲେଖାଯାଇଛି ।ଏହା ଅକ୍ଟୋବର ୨୦୧୫ ମସିହାର କଥା । ସେ ମୋ ଚିନ୍ତାଧାରାକୁ ଏହା କହି ପ୍ରତ୍ୟାଖ୍ୟାନ କରିଥିଲେ ଯେ, ଏହା ଏକ ସୁଦୂରପ୍ରସାରୀ ଚିନ୍ତାଧାରା ଏବଂ ଏହି କାହାଣୀରେ ହ୍ୟୁମର ପାଇଁ କୌଣସି ସୁବିଧା ନାହିଁ । ବର୍ତ୍ତମାନ ମୁଁ ଏହି କାହାଣୀ ଲେଖିବିନାହିଁ କିନ୍ତୁ ୫ ବର୍ଷ ପରେ ମୁଁ ଅନୁଭବ କରୁଛି ଯେ ଏହା ସୁଦୂରପ୍ରସାରୀ ନୁହେଁ ବରଂ ଆମ ସମୟର ସତ୍ୟତା ।’

wp:html https://www.instagram.com/p/B-b41GMD-II/?utm_source=ig_web_copy_link /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.