ଟୁଇନ ସିଟିର ନୂଆ ପୋଲିସ କମିଶନର ଭାବେ ଦାଇତ୍ୱ ନେଲେ ସତ୍ୟଜିତ ମହାନ୍ତି

Published By : Prameya-News7 Bureau | August 03, 2018 IST

ଟ୍ବିନ ସିଟି ନୂତନ ପୋଲିସ କମିଶନର ଭାବେ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଫିସର ସତ୍ୟଜିତ ମହାନ୍ତି । ଭୁବନେଶ୍ବରସ୍ଥିତ କମିଶନରେଟ ପୋଲିସ ମୁଖ୍ୟାଳୟରେ ପୂର୍ବତନ ପୋଲିସ କମିଶନର ୱାଇ.ବି ଖୁରାନିଆ ତାଙ୍କୁ ଦାୟିତ୍ବ ହସ୍ତାନ୍ତର କରିଛନ୍ତି । ଦାୟିତ୍ବ ନେବା ପରେ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ ପୋଲିସ ଓ ଜନତା ମଧ୍ୟରେ କିଭଳି ଉତ୍ତମ ସମ୍ପର୍କ ସ୍ଥାପନ ହେବ ସେନେଇ ଧ୍ୟାନ ଦିଆଯିବ । ଥାନାକୁ ଆସୁଥିବା ବ୍ୟକ୍ତି କିଭଳି ଉଚିତ ନ୍ୟାୟ ପାଇପାରିବ ତା ଉପରେ ଗୁରୁତ୍ବ ଦିଆଯିବ । ଟ୍ବିନ ସିଟିକୁ ଅପରାଧମୁକ୍ତ କରିବାକୁ ସଦାସର୍ବଦା ସେ ଚେଷ୍ଟା କରିବେ କମିଶନର କହିଛନ୍ତି । ଏହାସହ ଟ୍ରାଫିପ ସମସ୍ୟା ଦୂର ପାଇଁ ମଧ୍ୟ ସମସ୍ତ ବ୍ୟବସ୍ଥା କରାଯିବ । ଚଳିତ ବର୍ଷ ହେବାକୁ ଥିବା ହକି ୱାର୍ଲଡ କପକୁ କିଭଳି ସୁରୁଖୁରୁରେ କରାଯିବ ସେଥିପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯିବ ବୋଲି ପୋଲିସ କମିଶନର କହିଛନ୍ତି । ଏଥିସହ କମିଶନରେଟ ପୋଲିସରେ ଥିବା ସମସ୍ୟାକୁ ଧିରେ ଧିରେ ସମାଧାନ କରାଯିବ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.