କରୋନା ସତର୍କତା : ଆସନ୍ତା ୩୧ପର୍ଯ୍ୟନ୍ତ ଟ୍ବିନ୍ ସିଟିରେ ସମସ୍ତ ମଲ୍ ବନ୍ଦ

Published By : Prameya-News7 Bureau | March 16, 2020 IST

ଭୁବନେଶ୍ୱର ୧୬।୦୩: କରୋନା ସଂକ୍ରମଣ ଭୟରେ  ଟ୍ବିନ୍ ସିଟିରେ ସମସ୍ତ ମଲ୍ ବନ୍ଦ ।  ସୋମବାର ଠାରୁ  କଟକ-ଭୁବନେଶ୍ବରର  ସମସ୍ତ ମଲ୍  ବନ୍ଦ ରହିବ । ଆସନ୍ତା  ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ  ଟ୍ବିଟ୍  କରି ସୂଚନା ଦେଇଛନ୍ତି  ପୋଲିସ କମିଶନରକ ସୁଧାଂଶୁ ଷଡ଼ଙ୍ଗୀ।

{"id":239046,"sizeSlug":"large"}

ଓଡ଼ିଶା ଅରବାନ୍‌ ପୁଲିସ୍‌ ଆଇନ ଧାରା ୩୫ ଅନୁସାରେ ଟୁଇନ୍‌ ସିଟିରେ ସମସ୍ତ ମଲ୍‌ ବନ୍ଦ ରହିବ ବୋଲି ପୋଲିସ୍‌ କମିଶନର ଡ. ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି ।ଯଦି ନିର୍ଦ୍ଦେଶକୁ କେହି ବି ଅବମାନନା କଲେ ତେବେ ସେମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ଡ. ଷଡଙ୍ଗୀ ଟୁଇଟ୍‌ କରି ସୋମବାର ଠାରୁ ଯେଭଳି କମିଶନରେଟ୍‌ ପୋଲିସ୍‌ ଅଞ୍ଚଳରେ କୌଣସି ମଲ୍‌ ଖୋଲା ନରହେ ସେଥି ପାଇଁ ପଦକ୍ଷେପ ନେବାକୁ ଉଭୟ କଟକ ଓ ଭୁବନେଶ୍ୱର ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପକ୍ଷରେ ରାଜ୍ୟର ପ୍ରଥମ କରୋନା ଭୁବନେଶ୍ବରରେ ରୋଗୀ ଚିହ୍ନଟ ହୋଇଛନ୍ତି। ସେ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ୍ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ରକ୍ତ ଓ ସ୍ୱାବ୍‌ ନମୁନା ପରୀକ୍ଷାରୁ କରେନା ଭାଇରସ ଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.