Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରୋଞ୍ଚ ପଦକ ସହ ସ୍ଵଦେଶ ଫେରିଲେ ପିଭି ସିନ୍ଧୁ, ଦିଲ୍ଲୀ ଏୟାରପୋର୍ଟରେ ହେଲା ଭବ୍ୟ ସ୍ଵାଗତ
  • ||
  • ପାକିସ୍ତାନ ଉପରେ ଲାଗିଲା ଲଗାମ ! ମାର୍ଚ୍ଚରେ ଘଟିନାହିଁ ଗୋଟିଏ ବି ଅସ୍ତ୍ରବିରତି ଉଲ୍ଲଂଘନ ଘଟଣା, ଜୁନରେ କେବଳ ଦୁଇ
  • ||
  • ବୁଧବାରଠୁ ଭାରତ-ଇଂଲଣ୍ଡ ଟେଷ୍ଟ୍ ସିରିଜ୍ : ଟିମ୍ ଇଣ୍ଡିଆର ଜୋରଦାର ଅଭ୍ୟାସ, ଓପନିଂ ଯୋଡିକୁ ନେଇ ଚିନ୍ତାରେ ବିରାଟ
  • ||
  • କଟକ : କାଲିଠୁ ଖୋଲିବ କଟକ ଜିଲ୍ଲାରେ ସମସ୍ତ ଧର୍ମାନୁଷ୍ଠାନ, ଜିଲ୍ଲାପାଳ ଦେଲେ ସୂଚନା
  • ||
  • ପାଟଣା : ପାଟଣାରେ କଳା ପଲସର୍ ଆତଙ୍କ, ବାଇକ୍ ଡିକି ଭାଙ୍ଗି ଲୁଟିନେଲେ ୪ଲକ୍ଷ ଟଙ୍କା
  • ||
  • ଭୁବନେଶ୍ବର : ନିଜ ବନ୍ଧୁକରୁ ନିଜକୁ ଗୁଳିକଲେ ସିକ୍ୟୁରିଟି ଗାର୍ଡ, ପାରିବାରିକ କଳହ ଯୋଗୁଁ ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ରାସ୍ତାରେ ଛଟଛଟ ହୋଇ ଚାଲିଗଲା ଭଣଜା, ହସ୍ପିଟାଲରେ ଆଖିବୁଜିଲା ମାମୁଁ…
  • ||
  • କଟକ : ତପ୍ତପାଣି ଘାଟିରେ ଦୁର୍ଘଟଣା, ଭାରସାମ୍ୟ ହରାଇ ଓଲଟିଲା ମକା ଓ କପା ବୋଝେଇ ଦୁଇ ଟ୍ରକ୍
  • ||
  • ଭୁବନେଶ୍ବର : ସିବିଏସ୍‌ଇ ଦ୍ବାଦଶ ପରୀକ୍ଷାରେ ଟପ୍ପର ହେଲେ ଓଡିଆ ଝିଅ ଅମ୍ରିତା
  • ||
  • ଆଠଗଡ : ଟିକା ନପାଇ ଫେରିଲେ ଲୋକେ, ୨ ଦିନ ଧରି ଆଠଗଡ ବ୍ଲକ୍ ଅଞ୍ଚଳରେ ଟିକଦାନ ବନ୍ଦ
  • ||

ଟ୍ବିନ୍‌ସିଟିରେ ଦୁଇ ମିନିଟ୍ ବନ୍ଦ ରହିବ ଟ୍ରାଫିକ୍, କୋଭିଡ୍ ଯୋଦ୍ଧାଙ୍କ ପାଇଁ ନୀରବ ପ୍ରାର୍ଥନା

5/08/2020 at 11:09 AM

ଭୁବନେଶ୍ବର ୫।୮: ଟ୍ବିନ୍‌ସିଟିରେ ଦୁଇ ମିନିଟ୍‌ ପାଇଁ ବନ୍ଦ ରହିବ ଟ୍ରାଫିକ୍‌। ସନ୍ଧ୍ୟା ୬ଟାରୁ ୬ଟା ୨ ମିନିଟ୍‌ ଯାଏଁ ବନ୍ଦ ରହିବ ଟ୍ରାଫିକ୍‌ । କୋଭିଡ୍ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ନୀରବ ପ୍ରାର୍ଥନା କରାଯିବ। ଏନେଇ ସୂଚନା ଦେଲେ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ।

ଆଜି ସନ୍ଧ୍ୟା ୬ଟାରେ କୋଭିଡ୍ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଆହ୍ବାନ କରିଛନ୍ତି। ଯେଉଁଠି ଥିଲେ ବି ଛିଡ଼ା ହୋଇ ଗୋଟିଏ ମିନିଟ୍ ପ୍ରାର୍ଥନା କରିବେ।​‌ କରୋନା ମୁକାବିଲାରେ ଯେଉଁମାନେ ନିଜ ଜୀବନକୁ ପାଣି ଛଡ଼ାଇ ଦିନରାତି ଏକ କରି କାମ କରୁଛନ୍ତି, ସେମାନଙ୍କୁ ସମ୍ମାନ ଜଣାଇବା ପାଇଁ ଗୋଟିଏ ମିନିଟ୍ ନୀରବ ପ୍ରାର୍ଥନା କରିବେ। କୋଭିଡ୍ ମୁକାବିଲାରେ ଫ୍ରଣ୍ଟଲାଇନ୍ ଯୋଦ୍ଧାଙ୍କ ପାଇଁ ଗୋଟିଏ ମିନିଟ୍ ନୀରବ ପ୍ରାର୍ଥନା କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ତାଳି-ଥାଳି ବାଡେଇ ଦେଶବାସୀ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇଥିଲେ। ଠିକ୍‌ ତାର କିଛିଦିନ ପରେ ପ୍ରଧାମମନ୍ତ୍ରୀଙ୍କୁ ଆହ୍ବାନ କ୍ରମେ ଦୀପ ଜାଳି କରୋନା ଯୋଦ୍ଧାଙ୍କୁ ସାମ୍ମାନ ଜଣାଇଥିଲେ ଦେଶବାସୀ । ଏପରି କି ମୁଖ୍ୟମନ୍ତ୍ରୀଙ୍କୁ ଆହ୍ବାନ କ୍ରମେ ‘ବନ୍ଦେ ଉତ୍କଳ ଜନନୀ’ ଗୀତ ଗାଇ​‌ କୋଭିଡ୍ ଯୋଦ୍ଧାଙ୍କୁ ରାଜ୍ୟବାସୀ ସମ୍ମାନ ଜଣାଇଥିଲେ। ପୁଣିଥରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ ୧ ମିନିଟ୍‌ ନୀରବ ପ୍ରାର୍ଥନା କରି କରୋନା ଯୋଦ୍ଧାଙ୍କୁ ରାଜ୍ୟବାସୀ ସମ୍ମାନ ଜଣାଇବେ।

   Related Posts