Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

କୋରାପୁଟର ଆଦିବାସୀ ଯାଅଁଳା ଭାଇ – ପେଶାରେ ସିନା ଦିନ ମଜୁରିଆ, ସୁନ୍ଦର ଗୀତ ଗାଇ ଚର୍ଚ୍ଚାରେ

21/01/2020 at 8:42 PM

ଜୟପୁର ୨୧।୦୧ – ପେଶାରେ ସିନା ଦିନ ମଜୁରିଆ । ହେଲେ ସୁନ୍ଦର ଗୀତ ଗାଇ ଚର୍ଚ୍ଚାରେ କୋରାପୁଟର ଆଦିବାସୀ ଯାଅଁଳା ଭାଇ।୯୦ ଦଶକରେ ମଦ ବିରୋଧରେ ଲୋକଙ୍କୁ ସଚେତନତା କରିବାକୁ ଏକ ସୁନ୍ଦର ଗୀତ ଦୂରଦର୍ଶନରେ ଗାଇଥିଲେ । ଯାହା କି ଦର୍ଶକଙ୍କ ମନକୁ ବେଶ୍ ଛୁଇଁଥିଲା । ଆଉ ଠିକ୍ ଏହାର ୨୦ ବର୍ଷ ପରେ ଏହି ଗୀତ ସୋସିଆଲ ମିଡିଆରେ ଭାଇରାଲ ହେବ ପରେ ପୁଣିଥରେ ଚର୍ଚ୍ଚାରେ ଏହି ଦୁଇ ଭାଇ।ଜୟପୁରର ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଏହି ଦୁଇ ଭାଇଙ୍କ ଯୁଗଳ ବନ୍ଦୀ ଉପସ୍ଥିତ ଦର୍ଶକଙ୍କୁ ବିମୁଗ୍ଧ କରିଥିଲା।

ଦୂରଦର୍ଶନରେ ୧୯୯୯ ମସିହାରେ ପ୍ରସାରିତ ହୋଇଥିବା ଏହି ଗୀତ ସେହି ସମୟରେ ବେଶ ଚର୍ଚ୍ଚିତ ଗୀତ ମାନଙ୍କ ମଧ୍ୟରୁ ଅନ୍ୟତମ।ଏହି ଗୀତ ସେହି ସମୟରେ ଅନେକଙ୍କୁ ମଦ ଛାଡିବା ପାଇଁ ବାଧ୍ୟ କରିଥିଲା।ଆଉ ଏହି ଗୀତ ଗାଇ ରାତାରାତି  ଷ୍ଟାର ପାଲଟି ଯାଇଥିଲେ କୋରାପୁଟର ଦୁଇ ଭାଇ।କିନ୍ତୁ  ସମୟ ଚକ୍ରରେ ଏମାନେ ଲୋକ ଲୋଚନରୁ ଦୂରରେ ଗଲେ।ଏହି ସୁନ୍ଦର ଗୀତ ଗାଉଥିବା ଏହି ଦୁଇ ଭାଇ ହେଲେ କୋରାପୁଟ ଦାମନଯୋଡି ଅଂଚଳର ଜ୍ୟୋତି ପ୍ରକାଶ ଓ ଶାନ୍ତି ପ୍ରକାଶ। ୨୦  ବର୍ଷ ପରେ ଏମାନଙ୍କ ସେହି ଚର୍ଚ୍ଚିତ ଗୀତ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଜୟପୁରର ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଇ ଭାଇଙ୍କୁ ଗୀତ ଗାଉଥିବା ଦେଖିବାକୁ ମିଳିଥିଲା। ଜୟପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ଦୁଇ ଭାଇ ସେମାନଙ୍କ ଗୋଟିଏ ପରେ ଗୋଟିଏ ହିଟ ଗୀତ ଗାଇଥିବା ବେଳେ ସେମାନଙ୍କ।ଯୁଗଳବନ୍ଦୀ ଉପସ୍ଥିତ ଦର୍ଶକଙ୍କୁ ବିଭୋର କରିଥିଲା।

ଦାମନଯୋଡିର ଏକ ଗରିବ ଆଦିବାସୀ ପରିବାରରେ ଏହି ଦୁଇ ଭାଇଙ୍କ ଜନ୍ମ।ଉଭୟ ଜ୍ୟୋତି ଓ ଶାନ୍ତି ବିଶେଷ ପାଠ ଶାଠ ପଢିନଥିଲେ ବି ପିଲାଟି ଦିନରୁ କିନ୍ତୁ ସଂଗୀତ ପ୍ରତି ରହିଛି ଦୁର୍ବଳତା । ଯାଅଁଳା ଭାଇ ଏବେ ନାଲକୋରେ ଝାଡୁଦାର ଭାବେ କାମ କରୁଛନ୍ତି।୫୦ରୁ ଅଧିକ ଗୀତ ଲେଖି ଗାଇ ସାରିଥିଲେ ବି ଏମାନଙ୍କୁ ଉପଯୁକ୍ତ ପ୍ଲାଟଫର୍ମ ମିଳିନି । ଆଉ ଏସବୁ ମଧ୍ୟରେ ସେମାନଙ୍କ ସଂଗୀତ ସାଧନା ପାଇଁ ଅର୍ଥ ସାଜିଛି ବାଧକ।ତେଣୁ ସରକାର ତରଫରୁ ସହାୟତା ମିଳିଲେ ଆହୁରି ସୁନ୍ଦର ଗୀତ ଗାଇ ପାରିବେ ବୋଲି କହିଛନ୍ତି ଦୁଇ ଭାଇ।

ଦୁଇ ଭାଇଙ୍କ ପାଖରେ ସତରେ ଅସାଧାରଣ ପ୍ରତିଭା ରହିଛି।ଆଉ ଏପରି ଗାୟକଙ୍କୁ ସରକାରୀ ଓ ବେସରକାରୀ ସ୍ତରରେ ସୁଯୋଗ ମିଳିଲେ ସାରା ରାଜ୍ୟ ପାଇଁ ଗୌରବ ଆଣି ପାରନ୍ତେ।

   Related Posts