ଶୁକ୍ରବାର ନମାଜ ବେଳେ ଆଫଗାନିସ୍ତାନ ମସଜିଦରେ ବିସ୍ଫୋରଣ, ୧୮ ମୃତ , ୫୦ ଆହତ

Published By : Prameya-News7 Bureau | October 18, 2019 IST

ନାଙ୍ଗରହାର : ଆଫଗାନିସ୍ତାନ ନାଙ୍ଗରହର ପ୍ରାନ୍ତରେ ଶୁକ୍ରବାର ନମାଜ ବେଳେ ଲାଗଲାଗ ୨ଟି ବିସ୍ଫୋରଣ ହୋଇଛି। ଫଳରେ ୧୮ ଜଣ ନମାଜୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନୁନ୍ୟ ୫୦ ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ସ୍ଥାନୀୟ ସମୟ ମଧ୍ୟାହ୍ନ ୨ଟା ବେଳେ ଜ ଡେରା ଅଞ୍ଚଳର ମସଜିଦରେ ଏହି ବିସ୍ଫୋରଣ  ହୋଇଥିବା ଅଧିକାରୀମାନେ କହିଛନ୍ତି।

{"id":171479}

ବିସ୍ଫୋରଣ ଲାଗି କୌଣସି ସଙ୍ଗଠନ ନିଜକୁ ଦାୟି କରିନାହାନ୍ତି। ତେବେ ବିସ୍ଫୋରଣ ସୂଚନା ମିଳିବା ମାତ୍ରେ ଘଟଣାସ୍ଥଳରେ ସୁରକ୍ଷା କର୍ମୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଆହତ ଲୋକଙ୍କୁ ନିକଟସ୍ଥ ହସ୍ପିଟାଲମାନଙ୍କରେ ଭର୍ତ୍ତି କରାଯାଇଛି। ଅଧିକାରୀଙ୍କ ଅନୁସାରେ ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଅନେକ ଗୁରୁତର ଆହତଙ୍କ ଅବସ୍ଥା ଜଟିଳ ରହିଛି। ଏଣୁ ମୃତ୍ୟୁ ସଂଖ୍ୟା ବଢିବାର ସମ୍ଭାବନା ରହିଛି।

{"id":171480,"width":579,"height":392}

୨ ଦିନ ପୂର୍ବେ ପୂର୍ବ ଆଫଗାନିସ୍ତାନର ଲଘମାନରେ ତାଲିବାନୀ ଆତ୍ମଘାତୀ ଆକ୍ରମଣକାରୀ ବିସ୍ଫୋରଣ କରିଥିଲେ। ଫଳରେ ଆଫଗାନ ସୁରକ୍ଷା ବଳର ୨ ଜଣ ଜବାନ ପ୍ରାଣ ହରାଇଥିବା ବେଳେ ଅନ୍ୟ ୨୬ ଜଣ ଆହତ ହୋଇଥିଲେ। ଘଟଣାର ୨ ଦିନ ପରେ ଅର୍ଥାତ ଶୁକ୍ରବାର ତାଲିବାନମାନେ ଆତ୍ମଘାତୀ ବିସ୍ଫୋରଣ ଲାଗି ନିଜକୁ ଦାୟି କରିଥିବା ବେଳେ ଜ ଡେରା ମସଜିଦ୍ ରେ ପୁଣି ବିସ୍ଫୋରଣ ହୋଇଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.