Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||
  • କୋରାପୁଟ : ମାଲବାହୀ ଟ୍ରେନ୍‌ ଇଞ୍ଜିନ୍ ଲାଇନ୍‌ଚ୍ୟୁତ, ନୂଆ ଟ୍ରାକ୍‌ରୁ ପୁରୁଣା ଟ୍ରାକ୍‌କୁ ପାସ୍ ବେଳେ ଦୁର୍ଘଟଣା
  • ||

ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ୨୨ ଲକ୍ଷ ଫେସବୁକ-ଇନଷ୍ଟାଗ୍ରାମ ବିଜ୍ଞାପନ ବାତିଲ

18/10/2020 at 10:37 AM

ପ୍ୟାରିସ୍ ୧୮/୧୦: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଖେଇ ଆସୁଛି। ଏଣୁ ଡୋନାଲ୍ଡ ଟ୍ରମ୍ପ ଓ ଜୋ ବିଡେନ ନିର୍ବାଚନ ପ୍ରଚାର ପ୍ରସ୍ତୁତି ଜୋରଦାର କରିଛନ୍ତି। ଏହାରି ଭିତରେ ଫେସବୁକ ଭାଇସ ପ୍ରେସିଡେଣ୍ଟ ନିକ୍ କ୍ଲଗ୍ କହିଛନ୍ତି ଫେସବୁକ ଓ ଇନଷ୍ଟାଗ୍ରାମ ୨.୨ ମିଲିଅନ ଅର୍ଥାତ୍ ୨୨ ଲକ୍ଷ ବିଜ୍ଞାପନକୁ ବାତିଲ କରି ଦିଆଯାଇଛି। ଏହା​ ସହ ଲକ୍ଷେ ୨୦ ହଜାର ଅନ୍ୟ ପୋଷ୍ଟକୁ ହଟାଇ ଦିଆଯାଇଛି ଯାହା ଭୋଟିଂରେ ବାଧା ଉପୁଜାଇଥାନ୍ତା। ଭୁଲ ତଥ୍ୟ ପ୍ରଦାନକୁ ନେଇ ୧୫୦ ମିଲିଅନ ପୋଷ୍ଟ ଉପରେ ଚେତାବନୀ ଜାରି କରାଯାଇଛି।

୨୦୧୬  ରାଷ୍ଟ୍ରପତି ନିର୍ବାଚନରେ ଫେସବୁକରେ ମତଦାତାଙ୍କୁ ଭ୍ରମିତ କରାଇବା ନେଇ ଆରୋପ ଲାଗିଥିଲା। ସେହି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ମନୋନୀତ ହୋଇଥିଲେ। ଯାହା ପରେ ଫେସବୁକ କ୍ରମାଗତ ସାବଧାନତା ଅବଲମ୍ବନ କରି ଆସୁଛି। ୨୦୧୬ରେ ବ୍ରିଟେନ ମଧ୍ୟ ଜନମତ ସଂଗ୍ରହ ବେଳେ ଏହି ପ୍ରକାର ସମସ୍ୟା ଦେଖିବାକୁ ମିଳିଥିଲା।

ନିକ୍ କ୍ଲଗ୍ କହିଛନ୍ତି ୩୫ ହଜାର କର୍ମଚାରୀ ସେମାନଙ୍କ ପ୍ଲାଟଫର୍ମ ସୁରକ୍ଷାରେ ଲାଗିଛନ୍ତି। ୭୦ ମିଡିଆ ସମୁହଙ୍କ ସହ ପାର୍ଟନରସିପ୍ କରାଯାଇଛି ଯେଉଁଥିରୁ ୫ଟି ଫ୍ରାନ୍ସରୁ ଅଛନ୍ତି।

   Related Posts