Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଟି-୨୦ ବିଶ୍ବକପ୍‌: ଖେଳାଳିଙ୍କ ପାଖେ ପାଖେ ରହିବେ ଧୋନୀ, ଓ୍ବାର୍ଲଡ୍‌ କପ୍‌ ଚୟନକୁ ନେଇ ୫ ବଡ଼ ପଏଣ୍ଟ

8/09/2021 at 10:51 PM

ନୂଆଦିଲ୍ଲୀ ୮/୦୯: ଟି-୨୦ ବିଶ୍ବକପ୍‌ ପାଇଁ ଭାରତୀୟ ଟିମ୍‌ ଘୋଷଣା ହୋଇଯାଇଛି । ବୁଧବାର ମୁମ୍ବାଇରେ ଚୟନକର୍ତ୍ତା ୧୫ ସଦସ୍ୟ ବିଶିଷ୍ଟ ଟିମ୍‌ ଘୋଷଣା କରିଛନ୍ତି । ଏଥି​‌ରେ ଆର ଅଶ୍ବିନ ସ୍ଥାନ ପାଇଛନ୍ତି। ୪ ବର୍ଷ ପରେ ଅଶ୍ବିନଙ୍କ ଟିମ୍‌ରେ ପ୍ରତ୍ୟାବର୍ତ୍ତନ ହୋଇଛି। କିନ୍ତୁ ଟି-୨୦ରେ ସବୁଠୁ ଅଧିକ ଓ୍ବିକେଟ ନେଇଥିବା ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ସମେତ ୫ ବଡ଼ ଖେଳାଳିଙ୍କୁ ଟିମ୍‌ରୁ ବାଦ ଦିଆଯାଇଛି । ଏହା ବ୍ୟତୀତ ଭାରତୀୟ ଟିମ୍‌ରେ ଏମିତି ୭ ଖେଳାଳିଙ୍କୁ ମଉକା ମିଳିଛି ଯେଉଁମାନେ ପ୍ରଥମ ଥର ଟି-୨୦ ବିଶ୍ବକପ୍‌ ଖେଳିବେ। ସବୁଠୁ ବଡ଼ କଥା ହେଉଛି ଏଥର ଟି-୨୦ ବିଶ୍ବକପ୍‌ରେ ଏମଏସ୍‌ ଧୋନୀ ମଧ୍ୟ ସାମିଲ ରହିବେ । ଭାରତୀୟ ଟି-୨୦ ଓ୍ବାର୍ଲଡ୍‌ କପ୍‌ ଟିମ୍‌ର ୫ଟି ବଡ଼ ବିନ୍ଦୁ ସମ୍ପର୍କରେ ଆସନ୍ତୁ ଜାଣିବା…

 ୧-  ୨୦୨୧ ଟି-୨୦ ବିଶ୍ବକପ୍‌​ରେ ଟିମ୍‌ରେ ଧୋନୀ ସାମିଲ ରହିବେ । ଗତବର୍ଷ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିବା ଧୋନୀ ଟିମ୍‌ର ମେଣ୍ଟର ଭାବେ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଧୋନୀ ଟି-୨- ବିଶ୍ବକପ୍‌ ସମୟରେ ଖେଳାଳିଙ୍କ ସହ ମାହି ରହିବାକୁ ଥିବା ବେଳେ ମୁସ୍କିଲ ସମୟରେ ତାଙ୍କର ପରାମର୍ଶ କାମରେ ଆସିବ। ଧୋନୀଙ୍କ ନେତୃତ୍ବରେ ୨୦୦୭ ଟି-୨୦ ଓ୍ବାର୍ଲଡ୍‌ କପ୍‌ ଜିତିଥିଲା ଭାରତ।

୨-  ଟିମ୍‌ରୁ ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ସ୍ଥାନ ମିଳିନଥିବା ବେଳେ କୁଳଦୀପ ଯାଦବ ଏବଂ ଓ୍ବାସିଂଟନ୍‌ ସୁନ୍ଦର ମଧ୍ୟ ଆଉଟ୍‌ ହୋଇଛନ୍ତି। ବଡ଼ କଥା ହେଉଛି ଅଫ ସ୍ପିନର ଆର ଅଶ୍ବିନ ଟିମ୍‌କୁ ଫେରିଛନ୍ତି। ଗତ ୪ ବର୍ଷ ହେଲା ସେ ଟି-୨୦ ମ୍ୟାଚ୍‌ ଖେଳିନାହାନ୍ତି। କିନ୍ତୁ ତାଙ୍କର ଅଭିଜ୍ଞତାକୁ ଦେଖି ଚୟନକର୍ତ୍ତା ତାଙ୍କ ଉପରେ ଭରସା ପ୍ରକଟ କରିଛନ୍ତି।

୩- ଭାରତୀୟ ଟିମ୍‌ରେ ଶିଖର ଧଓ୍ବନ, ପୃଥ୍ବୀ ଶଙ୍କୁ ମଉକା ମିଳିନାହିଁ। କୃଣାଲ ପାଣ୍ଡ୍ୟାଙ୍କୁ ବି ଅଣଦେଖା କରାଯାଇଛି। ଏହା ବ୍ୟତୀତ ଦୀପକ ଚହର, ଶ୍ରେୟସ ଆୟାର ଏବଂ ଶାର୍ଦ୍ଦୁଳ ଠାକୁର ମଧ୍ୟ ୧୫ ସଦସ୍ୟ ବିଶିଷ୍ଟ ଟିମରେ ସ୍ଥାନ ପାଇନାହାନ୍ତି। ଏମାନଙ୍କୁ ରିଜର୍ଭ ରଖାଯାଇଛି।

୪- ଭାରତୀୟ ଟିମ୍‌ରେ କମ୍‌ ଅନୁଭବ ରଖିଥିବା ଲେଗ ସ୍ପିନର ରାହୁଲ ଚହର ଏବଂ ବରୁଣ ଚକ୍ରବର୍ତ୍ତୀଙ୍କୁ ଟିମ୍‌ରେ ସ୍ଥାନ ମିଳିଛି । ଏହା ସହ ଇଶାନ କିଶନଙ୍କୁ ଦ୍ବିତୀୟ କିପର ଭାବେ ମୁଖ୍ୟ ଟିମ୍‌ରେ ସାମିଲ କରାଯାଇଛି। ସଞ୍ଜୁ ସାମସନ ଟିମ୍‌ରେ ସ୍ଥାନ ତିଆରି କରିପାରିଲେ ନାହିଁ। ଆଗାମୀ ଓ୍ବାର୍ଲଡ୍‌ କପ୍‌ରେ ୭ ନୂଆ ଚେହେରା ଡେବ୍ୟୁ କରିବାକୁ ଯାଉଛନ୍ତି। ସେମାନେ ହେଉଛନ୍ତି, କେଏଲ ରାହୁଲ, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ଇଶାନ କିଶନ,  ବରୁଣ ଚକ୍ରବର୍ତ୍ତୀ, ଅକ୍ଷଣ ପଟେଲ  ଏବଂ ରାହୁଲ ଚହର।

୫- ଟି-୨୦ ବିଶ୍ବକପ୍‌ ପାଇଁ ଟିମ୍‌ ଇଣ୍ଡିଆ- ବିରାଟ କୋହଲି, ରୋହିତ ଶର୍ମା, କେଏଲ ରାହୁଲ, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ଇଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ରାହୁଲ ଚହର, ଆର ଅଶ୍ବିନ, ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀ, ଜସପ୍ରୀତ ବୁମରା, ଭୁବନେଶ୍ବର କୁମାର ଏବଂ ମହମ୍ମଦ ଶାମୀ।

   Related Posts