ବାଂଲାଦେଶରେ ଡଙ୍ଗା ବୁଡି ୨୬ ମୃତ, ଅନେକଙ୍କ ମିଳୁନି ପତ୍ତା

Published By : Prameya-News7 Bureau | May 03, 2021 IST

ବାଂଲାଦେଶ ୩/୫: ବାଂଲାଦେଶ ପଦ୍ମନଦୀରେ ଅଘଟଣ । ଭାରସାମ୍ୟ ହରାଇ ନଦୀରେ ଡଙ୍ଗା ବୁଡିଯିବାରୁ ୨୬ ଜଣଙ୍କ ମୃତ୍ୟୁ ହୋଇଛି । ଆଜି ସକାଳୁ ଘଟିଛି ଏଭଳି ଅଘଟଣ । ତେବେ ଏବେବି ଆହୁରି ଅନେକ ପାଣି ଭିତରେ ନିଖୋଜ ଥିବା ସୂଚନା ରହିଛି ।

ବରିଷ୍ଠ ପୋଲିସ ଅଧିକାରୀ ମିରାଜ ହୋସେନଙ୍କ କହିବା ଅନୁଯାୟୀ ଆମେ ଖବର ପାଇ ସଂଗେ ସଂଗେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲୁ । ତେବେ ଆମକୁ ୨୬ଟି ମୃତଦେହ ମିଳିଥିଲା । ଆହୁରି ଅନେକଙ୍କୁ ଖୋଜା ଚାଲିଛି । ତେବେ ୫ ଗୁରୁତରଙ୍କୁ ଚିକିତ୍ସା ପାଇଁ ଡାକ୍ତରାଖାନାରେ ଭର୍ତ୍ତି କରାଯାଇଛି । ନିମ୍ନ ଆଭ୍ୟନ୍ତରୀଣ ଜଳପଥ ଓ ନିରାପତ୍ତା ମାପଦଣ୍ଡ ସତ୍ତ୍ୱେ ପ୍ରତିବର୍ଷ ବାଂଲାଦେଶ ନଦୀ ଘାଟରେ ଏଭଳି ଅଘଟଣ ଘଟୁଛି । ଶହ ଶହ ସଂଖ୍ୟାରେ ଲୋକେ ମୃତ୍ୟୁବରଣ ବି କଲେଣି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.