୨୪ ବର୍ଷ ପରେ ଆମେରିକୀୟ କମ୍ପାନୀର ମାଲିକାନାରୁ ମୁକ୍ତ ହେଲା ଓପିଜିସି, ଆସିଲା ସରକାରଙ୍କ ଅଧୀନକୁ

Published By : Prameya-News7 Bureau | December 11, 2020 IST

ଝାରସୁଗୁଡା୧୧।୧୨: ୨୪ ବର୍ଷ ପରେ ଆମେରିକୀୟ କମ୍ପାନୀର ମାଲିକାନାରୁ ମୁକ୍ତ ହେଲା ଓପିଜିସି। ଝାରସୁଗୁଡା ଜିଲ୍ଲା ବନହରପାଲି ଠାରେ ଥିବା ଇବ ଥର୍ମାଲରେ ୧୯୯୭ ମସିହାରୁ ୪୯ ପ୍ରତିଶତ ଅଂଶଧନ ନିଜ ଅକ୍ତିଆରକୁ ନେଇଥିବା ଆମେରିକୀୟ କମ୍ପାନୀ ଏଇଏସ ଶେଷରେ ଆନୁଷ୍ଠାନିକ ଭାବେ ଗୁରୁବାର ଦିନ ବିଦାୟ ନେଇଛି। ଓପିଜିସିର ଅଂଶଧନକୁ ଓଏଚପିସି କିଣିଛି। ବର୍ତ୍ତମାନ ସରକାରଙ୍କ ଅଧୀନକୁ ସମ୍ପୂର୍ଣ୍ଣ ଭାବେ ଓପିଜିସି ଆସିବା ଯୋଗୁଁ କର୍ମଚାରୀ ମହଲରେ ଖୁସିର ଲହରି ଖେଳିଯାଇଛି।

ଓପିଜିସିରେ ଏଇଏସର ଥିବା ଅଂଶଧନ ବାବଦକୁ ୧୦୨୦ କୋଟି ଟଙ୍କା ପ୍ରଦାନ କରିବା ପରେ ଓପିଜିସିରେ ଏଇଏସରେ ସମସ୍ତ ଡ଼ାଇରେକ୍ଟର ନିଜ ପଦରୁ ଇସ୍ତାଫା ପ୍ରଦାନ କରିଛନ୍ତି। କିନ୍ତୁ କିଛି ଦୁର୍ନୀତି ଖୋର ଅଧିକାରୀ ପୁଣିଥରେ ଓପିଜିସିରେ ରହିବାକୁ ଉଦ୍ୟମ କରୁଥିବାରୁ ତାକୁ ବିରୋଧ କରିବାକୁ କର୍ମଚାରୀଙ୍କ ପକ୍ଷରୁ ଦାବି କରାଯାଇ ଥିଲା। ଓପିଜିସି ହାତକୁ ସମ୍ପୂର୍ଣ୍ଣ ପରିଚାଳନାଭାର ଆସିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇ କର୍ମଚାରୀଙ୍କ ସହ ତାଳମିଳାଇଛନ୍ତି ସ୍ଥାନୀୟ ଶାସକ ଦଳ ବିଧାୟକ କିଶୋର ମହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.