Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ବ୍ରଜନଗରରେ ଅଟକିଲେ୨୬ ଶ୍ରମିକ: ଛତିଶଗଡରୁ ଚାଲି ଚାଲି ଯାଉଥିଲେ ଘରକୁ

18/04/2020 at 10:34 PM

ବ୍ରଜନଗର୧୮/୪: ୨୬ ଶ୍ରମିକଙ୍କୁ ଝାରସୁଗୁଡା ବ୍ରଜରାଜନଗରରେ ଅଟକ ରଖାଯାଇଛି । ଜାମଗାଁରେ ଥିବା msp ମେଟାଳିକସ କାରଖାନାରେ ଜଣେ ଠିକାଦାରଙ୍କ ଅଧୀନରେ ଏମାନେ କାମ କରୁଥିଲେ। ସେମାନଙ୍କ ଖାଇବା ପିଇବା ଅସୁବିଧା ହେବାରୁ ସେମାନେ ଲକଡାଉନ୍ ଯୋଗୁଁ କୌଣସି ଗାଡି ନ ପାଇ ଚାଲିଚାଲି ନିଜ ଘରକୁ ବାହାରିଥିଲେ। କିନ୍ତୁ ଏହି ସମୟରେ ବ୍ରଜରାଜନଗର କିଛି ଲୋକ ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାରେ ସ୍ଥଳରେ ପହଞ୍ଚି ସେମାନଙ୍କୁ ଅଟକ ରଖିଛି। ବ୍ରଜନଗର ନିକଟସ୍ଥ NAC ହାଇସ୍କୁଲରେ ସେମାନଙ୍କ ଖାଇବା ପିଇବା ବ୍ୟବସ୍ଥା କରାଯାଇଛି। ଏହାସହ ଜିଲ୍ଲା ପ୍ରଶାସନ ପକ୍ଷରୁ ଡ଼ାକ୍ତରୀ ଦଳ ପହଞ୍ଚି ଶ୍ରମିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି। ଛତିଶଗଡ଼ରୁ ଆସିଥିବା ୨୬ ଶ୍ରମିକଙ୍କ ମଧ୍ୟରୁ ୧୮ ଜଣ ମନୋହରପୁରର ହୋଇଥିବା ବେଳେ ୮ ଜଣ ଝାରସୁଗୁଡା ଜିଲ୍ଲା ବାଗଡ଼ିହି ଅଞ୍ଚଳର ବୋଲି ଜଣାପଡିଛି।

   Related Posts