ପ୍ରକୃତ ଘଟଣା କ'ଣ କହିବ କିଏ ? ମାଆ-ଝିଅ ନିଖୋଜକୁ ୨୪ ଘଣ୍ଟା ବିତି ଗଲାଣି, ଏପଟେ ସ୍ବାମୀ ପୁରା ଚୁପ୍‌

Published By : Prameya-News7 Bureau | June 30, 2020 IST

କଳାହାଣ୍ଡି୩୦/୬: ସମ୍ବଲପୁର ମହାନଦୀ ସେତୁ ପୋଲରୁ ମାଆ ଓ ଝିଅ ନିଖୋଜକୁ ୨୪ ଘଣ୍ଟା ବିତି ଗଲାଣି। ଏପଟେ ନିଖୋଜ ପୂଜା ଅଗ୍ରଓ।ଲଙ୍କ ସ୍ବାମୀ ବରୁଣ ଅଗ୍ରଓ୍ବାଲଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ। ଏନଏସିର ୪ନମ୍ବର ଓ୍ବାର୍ଡର ବରୁଣକୁ ଗତ ୨୦୧୬ ମସିହାରେ ବିବାହ କରିଥିଲେ । ନିଖୋଜ ଘଟଣା ପରେ ବରୁଣଙ୍କ କେସିଙ୍ଗାସ୍ଥିତ ବାସଭବନରେ ତାଲା ପଡିଛି। ମଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ବରୁଣଙ୍କ ମୋବାଇଲ ନମ୍ବର ସ୍ବିଚ୍ ଦେଖାଉଛି।

 ସୂଚନା ଅନୁସାରେ, ଧମା ଥାନା ଅଞ୍ଚଳର ପୂଜା ଅଗ୍ରୱାଲ କିଛି ବର୍ଷ ତଳେ କଳାହାଣ୍ଡି କେସିଙ୍ଗା ଅଞ୍ଚଳର ବରୁଣ ଅଗ୍ରୱାଲଙ୍କୁ ବିବାହ କରିଥିଲେ। ଗତ ସପ୍ତାହରେ ସେ ଧମା ସ୍ଥିତ ନିଜ ବାପା ସରଜୁ ଅଗ୍ରୱାଲଙ୍କ ଘରକୁ ବୁଲି ଆସିଥିଲେ। ସୋମବାର ଦିନ ପ୍ରାୟ ୧୨ଟାରେ ସେ ନିଜର ୩ ବର୍ଷର ଝିଅକୁ ପାଖ ମାର୍କେଟରେ ବୁଲାଇ ଆଣିବା କହି ସ୍କୁଟି ଧରି ବାହାରିଥିଲେ। ହେଲେ ଦୀର୍ଘ ସମୟ ଧରି ଘରକୁ ଫେରିନଥିଲେ । ପରେ ତାଙ୍କର ସ୍କୁଟି ଏବଂ ହଳେ ଚପଲ ଟାଉନ ଥାନା ଅନ୍ତର୍ଗତ ମହାନଦୀ ଚାଉଁରପୁର ସେତୁ ଉପରୁ ସ୍ଥାନୀୟ ଲୋକେ ସନ୍ଦେହଜନକ ଭାବେ ଦେଖିଥିଲେ ।

ଘଟଣା ବେଳେ ହୀରାକୁଦ ବନ୍ଧର ୧୨ଟି ଗେଟ୍‌ ଖୋଲାଥିବାରୁ ଏହି ପୋଲ ତଳେ ପାଣିର ସ୍ରୋତ ଅତ୍ୟନ୍ତ ପ୍ରଖର ରହିଛି । ଆଉ ଯଦି ମା’, ଝିଅ ପୋଲ ତଳକୁ ଡେଇଁଥିବେ ତାହେଲେ ଏମାନଙ୍କ ଉଦ୍ଧାର କାଠିକର ପାଠ ବୋଲି କୁହାଯାଉଛି ।ଘଟଣାସ୍ଥଳରେ ପୁଲିସ ଏବଂ ଅଗ୍ନିଶମ ବିଭାଗର ଏକ ଟିମ୍‌ ପହଞ୍ଚି ଛାନ୍‌ଭିନ କରିଛନ୍ତି । ପୋଲ ନିକଟରେ ସ୍କୁଟି ଏବଂ ଚପଲ ରଖାଯାଇଥିବା ବେଳେ ମହିଳା ଜଣଙ୍କ ତାଙ୍କ ୩ ବର୍ଷର ଝିଅକୁ ଧରି ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି । କିଭଳି ପରିସ୍ଥିତିରେ ସେ ସମ୍ବଲପୁରରେ ପହଁଞ୍ଚିଲେ ତାକୁ ନେଇ ସନ୍ଦେହ ଘନୀଭୂତ ହେବାରେ ଲାଗିଛି ।

ପ୍ରଥମେ ମା’-ଝିଅଙ୍କ ନିଖୋଜ ଖବର ଆସିଥିବା ବେଳେ ପରେ ମହାନଦୀ ସେତୁରୁ ସ୍କୁଟି ଏବଂ ଚପଲ ଉଦ୍ଧାର ହେବା ପରେ ତଳକୁ ଡେଇଁ ପଡ଼ିଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ପୁଲିସ ଏବଂ ଅଗ୍ନିଶମ ବିଭାଗର ଟିମ୍‌ ଛାନ୍‌ଭିନ୍‌ କରୁଥିବା ବେଳେ ରାତି ଯାଏ ଉଭୟଙ୍କ ପତ୍ତା ବି ମିଳିନାହିଁ । ଦୀର୍ଘ ୧୦ଘଣ୍ଟାରୁ ଅଧିକ ସମୟ ହେଲା ଅଗ୍ନିଶମ ବାହିନୀ ଖୋଜାଖୋଜି ଜାରି ରଖିଛନ୍ତି । କିନ୍ତୁ ଅଗ୍ନିଶମ ବିଭାଗ ନଦୀ ଭିତରେ ଆଦୌ ଖୋଜାଖୋଜି କରିନଥିବାର ଅଭିଯୋଗ ଆଣି ପରିବାର ଏବଂ ସଂପର୍କୀୟ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.