Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ବିନୋଦଙ୍କୁ ମାରି ଖଣ୍ଡ ଖଣ୍ଡ କରି ଦେଲେ!ବାରଗୋଡ଼ିଆ ମହାନଦୀ ପଠାରୁ ମିଳିଥିବା ମୃତଦେହକୁ ଚିହ୍ନଟ କଲେ ପରିବାର

19/06/2020 at 6:42 PM

ସାଲେପୁର୧୯/୬:ବିନୋଦ ମଣ୍ଡଳ ଅପରହଣ ମାମଲାର ଲୋମ ଟାଙ୍କୁରା ପୂର୍ଣ୍ଣଛେଦ। ନିଖୋଜର ୨୫ ଦିନ ପରେ ମିଳିଲା କିଶନନଗର କଲେଜ ଡାଟା ଏଣ୍ଟ୍ରି ଅପରେଟର ବିନୋଦ ମଣ୍ଡଳଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ। ଅତି ବିଭିତ୍ସ ଭାବେ ହତ୍ୟା କରିଛନ୍ତି ହତ୍ୟାକାରୀ। ୬ ଗଡ଼ ହୋଇ ନଦୀ ପଠାରେ ପଡିଥିଲା ମୃତଦେହ।

କିଶନନଗର ଅଞ୍ଚଳର ବିଜୟ କୁମାର ମଣ୍ଡଳଙ୍କ ପୁଅ ବିନୋଦ ମଣ୍ଡଳ। ଗତମାସ ୨୪ ତାରିଖ ଦିନ ବୋର୍ଡ ଅଫିସ୍‌ ଯାଉଛି କହି ଆଉ ଫେରି ନଥିଲେ।ବିନୋଦ ଜଣେ ନବ ବିବାହିତ ଯୁବକ ଓ ସେ କିଶନନଗର କଲେଜରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ନିଖୋଜ ରହସ୍ୟଜନକ ଥିଲା। ପରିବାର ପକ୍ଷରୁ କିଶନ ନଗର ଥାନାରେ ଅପହରଣ ଅଭିଯୋଗ କରାଯାଇଥିଲା।ତେବେ ନିଖୋଜର ୨୫ ଦିନ ପରେ ଶୁକ୍ରବାର ବିନୋଦଙ୍କ ମୃତଦେହ ଜଗତପୁର ଥାନା ଅନ୍ତର୍ଗତ ବାରଗୋଡ଼ିଆ ମହାନଦୀ ପଠାରୁ ମିଳିଛି। ମୃତଦେହର ଅବସ୍ଥାରୁ ବିନୋଦଙ୍କୁ ଅତି ନିଷ୍ଠୁର ଭାବେ ହତ୍ୟା କରାଯାଇଥିବା ଜଣାପଡୁଛି। ପରିବାର ଲୋକେ ମୃତଦେହକୁ ଚିହ୍ନଟ କରିଛନ୍ତି।

ବିନୋଦଙ୍କ ଅପହରଣ ପଛରେ ପ୍ରେମ ସଂପର୍କ ସନ୍ଦେହ ଥିଲା। ନିଖୋଜ ହେବା ଦିନ ବିନୋଦ ପାଗାରେ କିଛି ଯୁବକଙ୍କୁ ଭେଟିଥିଲେ। ପୋଲିସ୍ ସନ୍ଦେହରେ କିଛି ଯୁବକଙ୍କୁ ଅଟକ ରଖିଥିଲା ପରେ ଶାରଦା କୁଣ୍ଡୁ ନାମକ ଜଣେ ଯୁବକଙ୍କୁ ଗିରଫ କରିଥିଲା। ଦୁଇ ଦୁଇ ଥର ରିମାଣ୍ଡରେ ଆଣି ପୋଲିସ୍ ଜେରା ବି କରିଛି। ଏପଟେ ବିନୋଦଙ୍କ ନିଖୋଜର କିଛିଦିନ ପରେ ଜଗତପୁର ଗୋଲେଇ ଛକରୁ ତାଙ୍କ ବାଇକ୍ ମିଳିଥିଲା।

ବିନୋଦଙ୍କ ନିଖୋଜ ନେଇ ବିଭିନ୍ନ କଥା ଆଲୋଚନା ହେଉଥିବା ବେଳେ ଭାଇରାଲ ହୋଇଥିବା ଏକ ଅଡିଓ ଟେପ୍‌ରୁ ବିନୋଦଙ୍କ ନିଖୋଜ ବା ଅପହରଣ ପଛରେ ପ୍ରେମ ଏକ କାରଣ ବୋଲି ମନେ ହେଉଥିଲା। ପୋଲିସ୍ ଛାନ୍‌ଭିନ୍ କରି ମଧ୍ୟ ବିନୋଦଙ୍କ ପତ୍ତା ପାଉ ନଥିବା ବେଳେ ବାରଗୋଡ଼ିଆ ମହାନଦୀ ପଠାରୁ ମିଳିଥିବା ମୃତଦେହ ବିନୋଦଙ୍କର ବୋଲି ତାଙ୍କ ପରିବାର ଚିହ୍ନଟ କରିବା ପରେ ମାମଲାରେ ଟ୍ବିଷ୍ଟ୍ ଆସିଛି। ହତ୍ୟାକାରୀମାନେ ଅତି ବିଭିତ୍ସ ଭାବେ ହତ୍ୟା କରିଛନ୍ତି। ତାଙ୍କ ମୁଣ୍ଡ, ଗଣ୍ଡି, ହାତ ଗୋଡ଼କୁ କାଟି ଫିଙ୍ଗି ଦେଇଛନ୍ତି ଦୁର୍ବୃତ୍ତ। ପୋଲିସ୍ ଏବଂ ଫରେନ୍‌ସିକ ଟିମ୍ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଜାରି ରଖିଛି। ବ୍ୟବଚ୍ଛେଦ ରିପୋର୍ଟ ସହ ଫରେନ୍‌ସିକ ଟିମ୍‌ର ରିପୋର୍ଟ ଆସିବା ପରେ ହତ୍ୟା ତରିକା ଏବଂ ଅନ୍ୟାନ୍ୟ ଆଗକୁ ଆସିବ।

   Related Posts