Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ରାଜ୍ୟର ୨୧ ଜିଲ୍ଲାରେ ୨୪ କୋଭିଡ୍ ହସପିଟାଲ କାର୍ଯ୍ୟକ୍ଷମ, ୨୦ ତାରିଖ ଭିତରେ ଆଉ ୧୧ ଡାକ୍ତରଖାନା

16/04/2020 at 10:33 PM

ଭୁବନେଶ୍ବର ୧୬.୦୪- କରୋନାର ମୁକାବିଲା ଲାଗି ବ୍ୟାପକ ପଦକ୍ଷେପ ନେଇଥିବା ଓଡ଼ିଶା ସରକାର, ପ୍ରଥମେ ସ୍ବତନ୍ତ୍ର କୋଭିଡ୍ ୧୯ ଡାକ୍ତରଖାନା ପ୍ରତିଷ୍ଠା ଲାଗି ନିଷ୍ପତ୍ତି ନେଇଛନ୍ତି। ଭୟଙ୍କର ଭାଇରସ୍‌ର ସଂକ୍ରମଣ ଭୟ ତଥା  ଅନ୍ୟ ଦେଶର ସ୍ଥିତି ଦେଖି ସରକାର ଏପରି ନିଷ୍ପତ୍ତି ନେଇ କାର୍ଯ୍ୟ ଆରମ୍ଭ କରିସାରିଛନ୍ତି । କେବଳ ରାଜ୍ୟସ୍ତରରେ ନୁହେଁ ଜିଲ୍ଲା ୱାରି କୋଭିଡ ଡାକ୍ତରଖାନା  ପ୍ରତିଷ୍ଠା କରିବାର ଯୋଜନା । ରାଜ୍ୟବ୍ୟାପି ୩୫ଟି କୋଭିଡ୍‌ ଡାକ୍ତରଖାନା ଯୋଜନାରେ ଆଜି ସୁଦ୍ଧା ୨୧ ଜିଲ୍ଲାରେ ୨୪ ଟି ସ୍ବତନ୍ତ୍ର ହସପିଟାଲ କାର୍ଯ୍ୟକ୍ଷମ ହୋଇଛି । ଆଗାମି ୨୦ ତାରିଖ ସୁଦ୍ଧା ଅନ୍ୟ ୧୧ ଟି କାର୍ଯ୍ୟକରିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଶାସନ ସଚିବ ତଥା ଉନ୍ନୟନ କମିଶନର ସୁରେଶ ମହାପାତ୍ର କହିଛନ୍ତି।

 ସରକାରୀ ସଂସ୍ଥା ସହ ଘରୋଇ ଡାକ୍ତରଖାନା, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ପବ୍ଲିକ ସେକ୍ଟର ଅଣ୍ଟରଟେକିଂ ( ପିଏସୟୁ) ଏବଂ ଘରୋଇ କମ୍ପାନୀ ବା ଶିଳ୍ପ ସଂସ୍ଥାଙ୍କ ସହାୟତାରେ ଏହି ସବୁ ସ୍ବତନ୍ତ୍ର କୋଭିଡ ୧୯ ଡାକ୍ତରଖାନା ପ୍ରତିଷ୍ଠା ହୋଇଛି ଏବଂ ହେଉଛି । ଗୁରୁବାର ସୁଦ୍ଧା କାର୍ଯ୍ୟକ୍ଷମ ୨୪ ଟି କୋଭିଡ୍ ହସପିଟାଲରେ ମୋଟ ୩୯୫୧ ଶଯ୍ୟା ଏବଂ ୨୯୩ ଆଇସିୟୁ ରହିଛି । ସେହିପରି ଅବଶିଷ୍ଟ ୧୧କୋଭିଡ ଡାକ୍ତରଖାନାରେ ୧୮୭୦ ଶଯ୍ୟା ଏବଂ ୭୩ ଆଇସିୟୁ ରହିବ ।

ଉନ୍ନୟନ କମିଶନର ଶ୍ରୀ ମହାପାତ୍ର କାର୍ଯ୍ୟକ୍ଷମ ହୋଇଥିବା ଏବଂ ହେବାକୁଥିବା କୋଭିଡ ଡାକ୍ତରଖାନା ଗୁଡିକର ସୂଚନା ଦେଇଛନ୍ତି ।ସେଗୁଡିକ ହେଲା,ବଲାଙ୍ଗିରରେ କିସ୍‌ କ୍ୟାମ୍ପସରେ କିମ୍ସ ଦ୍ବାରା ହୋଇଥିବା ଡାକ୍ତରଖାନା ଯେଉଁଥିଲାଗି ଓଏମସି ଆର୍ଥୀକ ସହାୟତା ଦେଉଛନ୍ତି । ବାଲେଶ୍ବରର ଜ୍ୟୋତି ହସପିଟାଲ ଯାହା କି ଓଡିଶା ହାଇଡ୍ରୋ ପାୱାର କର୍ପୋରେସନର ସହାୟତାରେ ପ୍ରତିଷ୍ଠିତ ।

ଭଦ୍ରକର ସାଳନ୍ଦିରେ ଏନଟିପିସି ସହାୟତାରେ ପ୍ରତିଷ୍ଠିତ କୋଭିଡ ଡାକ୍ତରଖାନା। କଟକର ଅଶ୍ବିନୀ ହସପିଟାଲ ।ଟାଟା କମ୍ପାନୀଙ୍କ ସହାୟତାରେ ଡୁବୁରି , ବ୍ରହ୍ମପୁର ଏବଂ ଜୋଡାରେ ପ୍ରତିଷ୍ଠିତ ୩ ଟି ହସପିଟାଲ । ଭୁବନେଶ୍ବରରେ ସମ୍‌ ହସିପିଟାଲ ଦ୍ବାରା ସ୍ବତନ୍ତ୍ର କୋଭିଡ ହସଟିଟାଲ , ଯାହାକୁ ଏମସିଏଲ୍‌ ସହାୟତା କରୁଛନ୍ତି । ସେହିପରି ଓଏମସି ସହାୟତାରେ କିମ୍ସର କୋଭିଡ ଡାକ୍ତରଖାନା । କନ୍ଧମାଳର ଜିଏନ୍‌ଏମ୍ ସେଣ୍ଟରରେ କୋଭିଡ ହସପିଟାଲ । ଯାହାକି କିମ୍ସ ଦ୍ବାରା ଏବଂ ଓଏମ୍‌ସି  ସହାୟତାରେ ହୋଇଛି ।ସେହିପରି ଓଏମସି ସହାୟତାରେ ପୁରୀର ଆଇଡିଏଚ୍  ଏବଂ ଆୟୁର୍ବେଦିକ କଲେଜ୍‌ରେ ଦୁଇଟି ଅଲଗା ଅଲଗା କୋଭିଡ ଡାକ୍ତରଖାନା ।ରାଉରକେଲାରେ ଜିଲ୍ଲା ମିନେରାଲ ଫଣ୍ଡର ଆର୍ଥୀକ ସହାୟତାରେ ହାଇଟେକ ମେଡିକାଲ କଲେଜ ଏବଂ ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ନିୟନ୍ତ୍ରୀତ  କୋଭିଡ ଡାକ୍ତରଖାନା ।

ଦେଓଗଡ ସରକାରୀ ପଲିଟେକନିକ୍‌ରେ ସରକାରଙ୍କ ଦ୍ବାରା ଡାକ୍ତରଖାନା ହୋଇଥିବା ବେଳେ ଗଜପତି ଜିଲ୍ଲାରେ ସେଞ୍ଚୁରିଆନ ୟୁନିଭରସିଟି ହଷ୍ଟେଲ୍‌ରେ କୋଭିଡ ଡାକ୍ତରଖାନା ହୋଇଛି । ହାଇଟେକ ମେଡିକାଲ କଲେଜ ଦ୍ବାରା ପରିଚାଳିତ ଏହି ଡାକ୍ତରଖାନାକୁ ଓଏଚପିସି ସହାୟତା ଦେଉଛି । କୋରାପୁଟର ଜୟପୁର ସ୍ଥିତ ପୁରୁଣା ଉପଖଣ୍ଡସ୍ତରୀୟ ଡାକ୍ତରଖାନା ବିଲ୍ଡିଂ , ମାଲକାନଗିରିରର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୋଠା, ରାୟଗଡାର ଇଏସଆଇ ହସପିଟାଲ କୋଠାରେ ତିନିଟି କୋଭିଡ ଡାକ୍ତରଖାନା ହୋଇଛି ।

ସେହିପରି କେନ୍ଦ୍ରାପଡାର ଛତା ଠାରେ ପଲିଟେକନିକ ହଷ୍ଟେଲ୍‌ରେ ସମ୍ ହସପିଟାଲ ପକ୍ଷରୁ କୋଭିଡ ଡାକ୍ତରଖାନା କରାଯାଇଛି ।ଢେଙ୍କାନାଳ ଜିଲ୍ଲାର ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୋଠାରେ ଓଏମସି ସହାୟତାରେ କୋଭିଡ ଡାକ୍ତରଖାନା ।

ବୌଦ୍ଧରେ ପୁରୁଣା ଜେଲ୍ କ୍ୟାମ୍ପସରେ ସରକାରଙ୍କ ପକ୍ଷରୁ ଡାକ୍ତରଖାନା ହୋଇଥିବା ବେଳେ ସମ୍ବଲପୁରରେ ସରକାରୀ ଆଇଟିଆଇ କୋଠା, ମୟୁଭଞ୍ଜରେ କିସ୍‌ କ୍ୟାମ୍ପସ, ଅନୁଗୁଳରେ ଏମସିଏଲ୍‌ର ମେଡିକାଲ କଲେଜ ହସପିଟାଲ, ଝାରସୁଗୁଡାର ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୋଠା, ଜଗତସିଂହପୁରରେ  ପାରାଦୀପ ସ୍ଥିତ ବିଜୁ ଯାତ୍ରୀ ନିବାସ କୋଠା,ବରଗଡରେ ଏକ କୋଭିଡ ଡାକ୍ତରଖାନା, କେନ୍ଦୁଝରର ରାଙ୍କି ସ୍ଥିତ ଏକ ହଷ୍ଟେଲ, ନବରଙ୍ଗପୁରରେ ବିଇଡି କଲେଜ କୋଠା, ନୟାଗଡର ଚାନ୍ଦପୁର ସ୍ଥିତ ଟିବି ହସପିଟାଲ,ନୂଆପଡାରେ ଏକ ହଷ୍ଟେଲ, କଳାହାଣ୍ଡିର  ସରକାରୀ ଇଞ୍ଜିନିୟରିଂ କଲେଜ କୋଠା, ସମ୍ବଲପୁରର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ସୁନ୍ଦରଗଡରେ ଏନଟିପିସି ଡାକ୍ତରଖାନାରେ  ଏହି ସବୁ କୋଭିଡ ଡାକ୍ତରଖାନା ପ୍ରତିଷ୍ଠା ହୋଇଛି ବା ୨୦ ତାରିଖ ସୁଦ୍ଧା କାର୍ଯ୍ୟକ୍ଷମ ହେବ ।    

   Related Posts