୨୫ ପ୍ରତିଶତ ଲୋକ ମାନୁ ନାହାନ୍ତି ଲକ୍ ଡାଉନ୍ ନିୟମ: ଜଣଙ୍କଠାରୁ ୪୦୬ ଜଣଙ୍କୁ କରୋନା ବ୍ୟାପିବାର ଆଶଙ୍କା ରହିଛି

Published By : Prameya-News7 Bureau | April 08, 2020 IST

ଭୁବନେଶ୍ବର୮/୪: ୨୫ ପ୍ରତିଶତ ଲୋକ ମାନୁ ନାହାନ୍ତି ଲକ୍ ଡାଉନ୍ । ଯାହା ସରକାରଙ୍କ ଚିନ୍ତା ବଢାଇଛି । ଏହି ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖପାତ୍ର ସୁବ୍ରତ ବାଗଚୀ । କେବଳ ୭୫ ପ୍ରତିଶତ ଲୋକ ହିଁ ନିୟମ ପାଳନ କରୁଛନ୍ତି । କରୋନା ଭଳି ବିଶ୍ବ ମହାମାରୀର ମୁକାବିଲା ପାଇଁ ସମାଜିକ ଦୂରତ୍ବ ଏବଂ ଲକ୍ ଡାଉନ ଭଳି ନିୟମ ହୋଇଥିବା ବେଳେ କିଛି ଲୋକଙ୍କ ଖାମଖିଆଲି ମନୋଭାବ ସରକାରଙ୍କ ମୁଣ୍ଡ ବିନ୍ଧା ବଢାଇଛି । ଲକ୍ ଡାଉନ୍ ର ମୁଖ୍ୟ ଲକ୍ଷ୍ୟ ହେଉଛି ସଂକ୍ରମଣ ଚେନ୍ ଭାଙ୍ଗିବା । ଯଦି ଜଣେ ଲୋକ ଏହି ନିୟମ ମାନୁନାହାନ୍ତି ତେବେ ତାଙ୍କ ଦ୍ବାରା ୪୦୬ ଜଣଙ୍କୁ କରୋନା ବ୍ୟାପିବାର ଆଶଙ୍କା ରହିଛି । ଯଦି ଜଣେ ଅଧା ନିୟମ ପାଳନ କରୁଛନ୍ତି ତେବେ ୧୫ ଜଣକୁ ସଂକ୍ରମଣ ଭୟ ରହିଛି ।

{"id":251053,"sizeSlug":"large"}

ସେପଟେ ରାଜ୍ୟରେ ଏବେ ସୁଦ୍ଧା ୪୨ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜଣଙ୍କର ଜୀବନ ନେଇଛି କରୋନା । ଯେଉଁ ସ୍ଥାନରେ କରୋନା ପଜିଟିଭ୍ ସାମ୍ନାକୁ ଆସୁଛନ୍ତି ତାଙ୍କର ଟ୍ରାଭେଲ ହିଷ୍ଟ୍ରି ଏବଂ କେତେ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଛନ୍ତ ତାକୁ ଦେଖି ସେ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଉଛି ।

{"id":251054,"sizeSlug":"large"}

ଭୁବନେଶ୍ବରେ ଏବେ ସୁଦ୍ଧା ୫ ଟି କ୍ୟାଣ୍ଟନମେଣ୍ଟ ଜୋନ୍ ଘୋଷଣା ହୋଇଥିବା ରାଜ୍ୟ ସକରକାରଙ୍କ ପକ୍ଷରୁ କୁହାଯାଇଛି । ଏହି ୫ଟି ଜୋନ୍ ହେଲା ସୂର୍ଯ୍ୟନଗର, ବମିଂଖାଲ, ସୁନ୍ଦରପଦା ଏବଂ ସତ୍ୟନଗର । ବମିଂଖାଲରୁ ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣଙ୍କର ସତ୍ୟନଗର ଅଞ୍ଚଳ ସହ ଲିଙ୍କ ଥିବାରୁ ସତ୍ୟନଗର କିଛି ଅଞ୍ଚଳକୁ ସିଲ୍ କରାଯାଇଛି । ସତ୍ୟନଗର ଛକରୁ କାଳୀ ମନ୍ଦିର, ପତଞ୍ଜଳି ଷ୍ଟୋର, ବ୍ୟାଙ୍କ ଅଫ୍ ଇଣ୍ଡିଆ ଅଫିସର୍ସ କ୍ବାର୍ଟର ଅଞ୍ଚଳକୁ ସିଲ୍ କରାଯାଇଛି । ସତ୍ୟନଗର ତୋଷାଳୀ ଭଳବନ ନିକଟ ଓମଫେଡ ଷ୍ଟଲକୁ ଜଣେ କରୋନା ଆକ୍ରାନ୍ତ ଆସିଥିବା ବିଏମ୍‌ସି ପକ୍ଷରୁ କୁହାଯାଇଛି । ତେଣୁ ଗତ ୧୪ ଦିନ ଭିତରେ ସେହି ଓମେଫେଡକୁ ଆସିଥିବା ସବୁ ଲୋକ ନିଜରକୁ ହୋମ୍ କ୍ବାରାଣ୍ଟାଇନରେ ରଖିବା ଏବଂ ଲକ୍ଷଣ ଦେଖାଦେଲେ ୧୦୪ରେ ଜଣାଇବାକୁ ବିଏମ୍‌ସି ପକ୍ଷରୁ ପରାମର୍ଶ ଦିଆଯାଇଛି । ସେହିଭଳି କଟକ, ଗଂଜାମ, ଯାଜପୁର, ପୁରୀ, କେନ୍ଦ୍ରପଡା, କଳାହାଣ୍ଡିରେ ମଧ୍ୟ କେତେକ ଅଞ୍ଚଳରକୁ କଣ୍ଟେନେମଣ୍ଟ ଅଞ୍ଚଳ ଭାବେ ଘୋଷଣା କରାଯାଇଛି ।

{"id":251055,"sizeSlug":"large"}

ଏଭଳି ଘଡିସନ୍ଧି ମୂହୁର୍ତ୍ତରେ କିଭଳି ଘରେ ସୁସ୍ଥ ରହିବେ ସେଥିପାଇଁ କିଛି ଟିପ୍ସ ଦେଇଛନ୍ତି ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖପାତ୍ର ସୁବ୍ରତ ବାଗଚୀ । ସେ କହିଛନ୍ତି ଏହା ଏକ ଲମ୍ବା ଦୌଡ । ଏଥିପାଇଁ ମନକୁ ଶନ୍ତ ରଖି ପ୍ରିୟଜନଙ୍କୁ ସନ୍ତ୍ବନା ଦେବାକୁ ପଡିବ । ଅଳ୍ପ ଖାଆନ୍ତୁ ସୁସ୍ଥ ରୁହନ୍ତୁର ମନ୍ତ୍ର ଦେଇଛନ୍ତି ବାଗଚୀ ।

{"id":251056,"sizeSlug":"large"}

ଉଲ୍ଲେଖଯୋଗ୍ୟ ଯେ, ଆସନ୍ତାକାଲିଠାରୁ , ଅର୍ଥାତ ୯ ତାରିଖରୁ ଘରୁ ବାହାରିଲେ ମାକ୍ସ ପିନ୍ଧିବା ବାଧ୍ୟତା ମୂଳକ । ଏନେଇ ସରକାରଙ୍କ ପକ୍ଷରୁ ଗାଇଡ ଲାଇନ ଜାରି କରାଯାଇଛି ।ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶାନାମା ଜାରି କରିସାରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.