'ବନ୍ୟାରେ ୨୦ ଜିଲ୍ଲାର ୧୪ ଲୋକ ପ୍ରଭାବିତ, ବର୍ତ୍ତମାନ ସୁଦ୍ଧା ୧୭ ଜଣଙ୍କ ମୃତ୍ୟୁ'

Published By : Prameya-News7 Bureau | August 30, 2020 IST

ଭୁବନେଶ୍ୱର୩୦/୮: ରାଜ୍ୟରେ ବନ୍ୟାସ୍ଥିତି ସଂଗୀନ। ରାଜ୍ୟର ୨୦ଟି ଜିଲ୍ଲାରେ ବନ୍ୟାଜଳ ପଶିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୦ ହଜାର କଚ୍ଚା ଘର ମାଟିରେ ମିଶି ଯାଇଥିବା ରିପୋର୍ଟରୁ ସୂଚନା ମିଳିଛି। ୨୦ଟି ଜିଲ୍ଲାରେ ବନ୍ୟାଜଳ ପଶି ବ୍ୟାପକ କ୍ଷୟକ୍ଷତି କରିଛି। ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିବାରେ ଲାଗିଥିଲା । ଏନେଇ ହୀରାକୁଦ ଡ଼୍ୟାମର ଗୋଟିଏ ପରେ ଗୋଟିଏ ଗେଟ୍ ଖୋଲା ଯାଇଥିଲା । ତେଣୁ ରାଜ୍ୟରେ ବନ୍ୟା ପରିସ୍ଥିତି ଉପୁଜିଛି । ସେହି ବନ୍ୟା କ୍ଷୟକ୍ଷତି ନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ସେ କହିଛନ୍ତି ବନ୍ୟାରେ ୧୭ଜଣଙ୍କ ଜୀବନ ଯାଇଛି । ବନ୍ୟାରେ ୨୦ଟି ଜିଲ୍ଲା ପ୍ରଭାବିତ ହୋଇଥିବା ବେଳେ ୧୭ଜଣଙ୍କ ଜୀବନ ଯାଇଛି । ୨୦ଟି ଜିଲ୍ଲାର ୧୧୨ଟି ବ୍ଲକର ୩୨୫୬ ଗ୍ରାମର ୧୪ଲକ୍ଷ ୩୨ହଜାର ୭୦୧ ଜଣ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ସେହିପରି ୧୭ଜଣଙ୍କ ଜୀବନ ଯିବା ସହ ୧୦ହଜାର ୩୮୨ ଘର ନଷ୍ଟ ହୋଇଛି ।

ଏପଟେ ଚିନ୍ତାରେ ସରକାର ।ଉପରମୁଣ୍ତରୁ କମିଲାଣି ବନ୍ୟାଜଳ କିନ୍ତୁ ନଦୀରୁ କମୁନି ପାଣି ।ଜୁଆର ପାଇଁ ନଦୀରୁ ସମୁଦ୍ରକୁ ପାଣି ଧୀରେ ଧୀରେ  ଭିଡୁଛି। ହୀରାକୁଦରୁ ବନ୍ୟାଜଳ ପାସ କରିବା ପାଇଁ ୧୨ରୁ ୧୫ ଘଣ୍ଟା ଲାଗିବ। ତେଣୁ ବନ୍ୟାସ୍ଥିତି ଆହୁରି ୩ରୁ୪ ଦିନ ଲାଗିରହିବ। ଏପଟେ ହିରାକୁଦ ଜଳ ସ୍ତର କମୁନି।  ଉପର ମୁଣ୍ତରେ ବର୍ଷା ନଥିଲେ ବି ହିରାକୁଦର ଜଳ ସ୍ତର ୬୨୮ ରହିଛି। ୪୬ ଗେଟ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ଏପଟେ ମହାନଦୀ ଅବବାହିକାରେ ଦୁଇଟି ଘାଇ ହୋଇ ଗାଁ ମୁହଁ ହୋଇଛି ବନ୍ୟା ଜଳ। ପୁରୀ ଜଗତସିଂହପୁର ଓ କେନ୍ଦ୍ରପଡାରେ ଲହାର ପ୍ରଭାବ ରହିବ। ସେଥିପାଇଁ ଉଦ୍ଧାର ଓ ରିଲାଫ କାର୍ଯ୍ୟ ଅଧିକ ଓଡ୍ରାଫ ଟିମ୍ ପଠାଇଛନ୍ତି ସରକାର।

ଜୁଆର ହେଲା କାଳ। ସରାକରଙ୍କ ଚିନ୍ତା ବଢ଼ିଲା।  ଉପରମୁଣ୍ତରୁ ପ୍ରତି ସେକେଣ୍ତରେ ହୀରକୁଦକୁ ୭ଲକ୍ଷ୬୫ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ୭ ଲକ୍ଷ ୬୫ ହଜାର କ୍ୟୁସେକ ବନ୍ୟାଜଳ ନିଷ୍କାସନ ହେଉଛି। ଆଜି ସକାଳେ ମୁଣ୍ତିଳିରେ ହିରାକୁଦରୁ ଆସିଥିବା ୧୦ ଲକ୍ଷ କ୍ୟୁସେକ୍ ବନ୍ୟାଜଳ ପାସ କରୁଛି।। ଆସନ୍ତା କାଲି ପର୍ଯ୍ୟନ୍ତ ଏହା ଲାଗି ରହିବ।  ମହାନଦୀ ଅବବାହିକାରେ ୨ଟି ଘାଇ ହୋଇଛି। କଣାସ ନୁଆସାହି ନକଟରେ ଦୟାରେ ଗୋଟିଏ ହୋଇଥିବା ବେଳେ ଖୋର୍ଦ୍ଧାର ରାଜୁଆରେ ମଧ୍ୟ ଗୋଟିଏ ଘାଇ ହୋଇଛି।  ଏହା ସହିତ ୫୦୦ଟି ଘଳିଆକୁ ମରାମତି କରାଯାଇଛି।

ଦୁଇଟି ଘାଇ ହେବା  ଫଳାରେ  ଅନେକ ଗାଁରେ ବନ୍ୟା ପାଣି ମାଡି ଯାଇଛି। ପାଣି ଘେରରେ ଥିବା ଲୋକଙ୍କୁ ଉଦ୍ଧାର କରାଯିବା ସହ ରିଲଫ୍ ଦିଆଯାଉଛି। ବନ୍ୟା ଜଳ ଆସିବାପରେ ବିଶେଷକରି ପୁରୀ, ଜଗତସିଂହପୁର, କେନ୍ଦ୍ରାପଡାରେ ବନ୍ୟା ପ୍ରଭାବ ରହିବ। ଏହାକୁ ଆଖି ଆଗରେ ରଖି ପୁରୀ ଜିଲ୍ଲାରେ ୨ଟି ଏନଡିଆରଏଫ  ଗୋଟଏ ଓଡ୍ରାଫ ଟିମ୍ ମୁତୟନ କରାଯାଇଥିବାବେଳେ କେନ୍ଦ୍ରାପଡାରେ ୭ଟି ଓଡ୍ରାଫ ଟିମ୍ ଏବଂଏନଡିଆରଏଫ ଟିମ୍, ୫ଟି ଫାୟାର ଟିମ୍ ନିୟୋଜିତ ହୋଇଛନ୍ତି।

ଆଜି ଆଉ ଗୋଟିଏ ଓଡ୍ରାଫ ଟିମ୍ ପଠାଯାଇଛି। ସ୍ଥାନୀୟ ଅଗ୍ନିଶମ ବାହିନୀଙ୍କୁ ନିୟୋଜିତ କରାଯାଇଛି। ‌ ଏହା ସହିତ ବରିଷ୍ଠ ଆଇଏଏସ ଅଫିସରମାନେ ଜିଲ୍ଲା ରହି ରିଲିଫ ଏବଂ ଉଦ୍ଧାର କାର୍ଯ୍ୟକୁ ତଦାରଖ କରୁଛନ୍ତି। ବର୍ତମାନ ବନ୍ୟାପାଣି ନଦୀରେ ପାସ କରୁଥିବାରୁ ଏହି ସବୁ ଜିଲ୍ଲାରେ ଜଳସମ୍ପଦ ବିଭାଗର ଯନ୍ତ୍ରୀମାନଙ୍କୁ ଜିଲ୍ଲାରେ ଦୁଇଦିନ ହେଲା ରହିଛନ୍ତି। ପୁରୀ ଆଉ ଜଣେ ବରିଷ୍ଠ ଯନ୍ତ୍ରୀଙ୍କୁ ପଠାଯାଇଛି। ଜଗତସିଂହପୁରରେ ସ୍ଥିତି ନିୟନ୍ତ୍ରଣରେ ରହିଛି।ମହାନଦୀରେ ବନ୍ୟା ଆସିଥିବାବେଳେ ବୁଢ଼ାବଳଙ୍ଗ, ସୁବଣ୍ଣରେଖା, ବୈତରଣୀ ଓ ବ୍ରାହ୍ମଣୀରେ ବନ୍ୟାଜଳ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି। ରେଙ୍ଗାଳି ଡ୍ୟାମର ସସମ୍ତ ଗେଟ ବନ୍ଦ କରିଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.