ପାଟଣା: କରୋନା ମେଡ଼ିସିନ୍ ବିକ୍ରି ପାଇଁ ୧୨ ଷ୍ଟୋରକୁ ମିଳିଲା ଅନୁମତି

Published By : Prameya-News7 Bureau | November 06, 2020 IST

ପାଟଣା୬/୧୧: ଦୀର୍ଘ ୭ ମାସ ହେଲା କରୋନା ଭାଇରସରେ ସାରା ରାଜ୍ୟବାସୀ ଅଣନିଃଶ୍ବାସୀ ହୋଇଗଲେଣି। ଏହି ସମୟରେ କେନ୍ଦୁଝର ଜିଲ୍ଲାର ପାଟଣା ବ୍ଲକ ଓ ତୁରୁମୁଙ୍ଗା ଅଞ୍ଚଳବାସୀଙ୍କ ପାଇଁ ଏକ ଖୁସି ଖବର। ଖୀରେଇଟାଙ୍ଗିରୀ ସ୍ଥିତ ଘଣା ମେଡ଼ିସିନ ଷ୍ଟୋରକୁ କରୋନା ଔଷଧ ବିକ୍ରି ପାଇଁ ମିଳିଛି ଅନୁମତି। ଓଡିଶା ସରକାରଙ୍କ ଡ୍ରଗ୍ସ କଣ୍ଟ୍ରୋଲ ନିର୍ଦ୍ଦେଶାଳୟ ପକ୍ଷରୁ କେନ୍ଦୁଝର ଜିଲ୍ଲାକୁ ଅନୁମତି ମିଳିଛି। କେନ୍ଦୁଝର ଜିଲ୍ଲାର ଡ୍ରଗ୍ସ ଇନ୍‌ସ୍‌ପେକ୍ଟର ଜିଲ୍ଲାର  ୧୨ଟି ଔଷଧ ଦୋକାନକୁ କରୋନା ଚିକିତ୍ସା ପାଇଁ ବ୍ୟବ୍ୟହୃତ ହେଉଥିବା ଫାବିପିରାଭିର ଟାବଲେଟ୍ ଏବଂ ରେମଡିସିଭିର ଇଞ୍ଜେକସନ କିଣା-ବିକା ପାଇଁ କିଛି ସର୍ତ୍ତରେ ଅନୁମତି ମିଳିଛି।

{"id":356878,"sizeSlug":"large"}

ଅନୁମତି ମିଳିଥିବା ମେଡ଼ିସିନ ଦୋକାନ ମଧ୍ୟରେ ୪୯ ନମ୍ବର ରାଜପଥ ପାର୍ଶ୍ଵରେ ଥିବା ଖୀରେଇଟାଙ୍ଗିରୀ ଘଣା ମେଡ଼ିସିନ୍ ଷ୍ଟୋରକୁ ମଧ୍ୟ ଅନୁମତି ମିଳିଛି। ହେଲେ ଏହି ମେଡ଼ିସିନ କିଣା-ବିକା ପାଇଁ ଅଭିଜ୍ଞ ଡାକ୍ତରଙ୍କ ପ୍ରେସକ୍ରିବସନ୍‌ ନିହାତି ଜରୁରୀ ବୋଲି ଜିଲ୍ଲା ଡ୍ରଗ୍ସ କାର୍ଯ୍ୟାଳୟରୁ ଚିଠି ନମ୍ବର ୧୩୨୧ରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।

{"id":356880,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.