୧୨ ଡକାୟତ ଗିରଫ: ମାରଣାସ୍ତ୍ର, ସୁନା ଗହଣା ଓ ନଗଦ ଟଙ୍କା ଜବତ

Published By : Prameya-News7 Bureau | June 25, 2020 IST

ନବରଙ୍ଗପୁର୨୫/୬: ନବରଙ୍ଗପୁର ପୋଲିସକୁ ବଡ ସଫଳତା ମିଳିଛି। ୧୨ ଜଣ ଡକାୟତକୁ ଗିରଫ କଲା ନବରଙ୍ଗପୁର ପୋଲିସ । ୨୦ ଦିନ ଭିତରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ୪ଟି ସଶସ୍ତ୍ର ଡକାୟତି ହୋଇଥିଲା । ଡକାୟତ ମାନଙ୍କ ଠାରୁ ଟଙ୍କା ,ମାରଣାସ୍ତ୍ର ,ଗହଣା ଏବଂ ମୋବାଇଲ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି। ଏହି ଡକାୟତମାନେ ପୂର୍ବରୁ ବିଭିନ୍ନ ସ୍ଥାନରେ ଚୋରି, ଡକାୟତ କରିବାର ସୂଚନା ରହିଛି। ଦୀର୍ଘଦିନ ଧରି ଏମାନେ ଚୋରି କରି ନିଜର କାୟା ବିସ୍ତାର କରି ଚାଲିଛି। ସବୁ ରାତି ଅନ୍ଧାର ନୁହେଁ କଥା ଭଳି ଗୁରୁବାର ନବରଙ୍ଗପୁର ପୋଲିସ୍ ଏମାନଙ୍କୁ ଗିରଫ କରିଛି। ଏହି ସଂପର୍କରେ ନବରଙ୍ଗପୁର ଏସ୍‌ପି ପ୍ରେମମିଟ୍ କରି ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.