Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||
  • ଆସୁଛି ବାତ୍ୟା: ପ୍ରଭାବିତ ହେବ ଓଡ଼ିଶା, ୩ ରାତିରୁ ଉପକୂଳରେ ପ୍ରବଳ ବର୍ଷିବ ଓ ପବନ ବୋହିବ
  • ||
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ଯୁବକଙ୍କୁ ଗଳାକାଟି ଜଙ୍ଗଲରେ ଫିଙ୍ଗିଦେବା ଘଟଣା, ୧୨ ଗିରଫ

19/10/2020 at 9:13 AM

ସମ୍ବଲପୁର ୧୯।୧୦: ସମ୍ବଲପୁରରେ ଯୁବକଙ୍କୁ ଗଳାକାଟି ଜଙ୍ଗଲରେ ଫିଙ୍ଗିଦେବା ଘଟଣାରେ ୧୨ ଗିରଫ । ହତ୍ୟା ଅଭିଯୋଗରେ ଜୁଜୁମୁରା ପୋଲିସ ୧୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଖବର ଅନୁଯାୟୀ, ସମ୍ବଲପୁର ଜୁଜୁମୁରା ଥାନା ବାନ୍ଦେର ସଂରକ୍ଷିତ ଜଙ୍ଗଲର କବାଟ ଦୁଆର ଅଞ୍ଚଳରୁ ଶୁକ୍ରବାର ଧଧୋଲୋମୁଣ୍ଡା ଗାଁର ନିଳାମ୍ଵର ବନଛୋରଙ୍କ ଗଳାକଟା ମୃତଦେହ ଉଦ୍ଧାର ହୋଇଥିଲା । ଜଙ୍ଗଲରେ ଜୀବଜନ୍ତୁଙ୍କ ଶୀକାର ପାଇ ବେଆଇନ ଭାବେ ସ୍ଥାନୀୟ ଅଂଚଳର ଶିକାରୀ ବିଦ୍ୟୁତ ତାର ବିଛାଇଥିଲେ । ଏହି ତାର ସଂସ୍ପର୍ଶରେ ଆସି ନିଳାମ୍ବରଙ୍କ ଜୀବନ ଚାଲିଯାଇଥିଲା । 

ମୃତଦେହ ଲୁଚାଇବାକୁ ଯାଇ ଧାରୁଆ ଅସ୍ତ୍ରରେ ତାଙ୍କ ଗଳାକାଟି ଜଙ୍ଗଲରେ ଫିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣା ନେଇ ଜୁଜୁମୁରା ପୋଲିସ ଶୁକ୍ରବାର ଠାରୁ ତଦନ୍ତ ଆରମ୍ଭ କରିଥିଲା । ତେବେ ଏଥିରେ ସମ୍ପୃକ୍ତ ଥିବାରୁ ବ୍ରାହ୍ମଣୀପାଲି ଗାଁର ୧୨ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ଜଣେ ଫେରାର ରହିଥିବା ଜଣାପଡିଛି । ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

   Related Posts