ଟ୍ୱିଟର୍ ବିବାଦ : କଂଗ୍ରେସ ବନାମ ବିଜେପି, ବିଜେପି ଆଇଟି ସେଲ୍ ମୁଖ୍ୟଙ୍କ ଟ୍ୱିଟ୍‌କୁ 'ମାନିପୁଲେଟେଡ୍ ମିଡିଆ' ଟ୍ୟାଗ୍ କଲା ଟ୍ୱିଟର୍

Published By : Prameya-News7 Bureau | December 03, 2020 IST

ନୂଆଦିଲ୍ଲୀ,୦୩/୧୨:   କୃଷକ ଆନ୍ଦୋଳନ ଥମିବାର ନାଁ ନେଉନାହିଁ । ଅନ୍ୟପଟେ ଏହାକୁ ନେଇ ରାଜନୀତି ଜୋର୍ ଧରିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରି ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବୀୟ ଟ୍ୱିଟରରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯାହାକୁ ନେଇ ସେ ନିଜେ ଅଡୁଆରେ ପଡିଛନ୍ତି । ଟ୍ୱିଟର୍ ଏହି ଭିଡିଓକୁ 'ମାନିପ୍ୟୁଲେଟେଡ୍' ବୋଲି କହିଛି । ଭିଡିଓରେ ଜଣେ ପୋଲିସ କର୍ମୀ ବୃଦ୍ଧ କୃଷକଙ୍କୁ ଲାଠି ଦେଖାଉଥିବା ନଜର ଆସିଛି ।

ଅମିତ ମାଲବୀୟ ଟ୍ୱିଟରରେ ରାହୁଲ ଗାନ୍ଧୀଙ୍କ ଏକ ପୋଷ୍ଟର ଜବାବ ଦେଇଥିଲେ । ଏହାକୁ ନେଇ ସେ ଏକ ଭିଡିଓ ପୋଷ୍ଟ କରିଥିଲେ । ଏହି ଭିଡିଓରେ ରାହୁଲ ଗାନ୍ଧୀଙ୍କୁ ସବୁଠାରୁ ବଦନାମ ଭାରତୀୟ ବିରୋଧୀ ଦଳର ନେତାଙ୍କ ମଧ୍ୟରୁ ଜଣେ ବୋଲି କୁହାଯାଇଥିଲା ।ନଭେମ୍ବର ୨୮ରେ ଅମିତ ଏକ ଟ୍ୱିଟ୍ କରିଥିଲେ । ଏଥିରେ ସେ କହିଥିଲେ ଯେ, ରାହୁଲ ସବୁଠାରୁ ବଦନାମ ନେତା । ଯାହାଙ୍କୁ ଭାରତ ଦୀର୍ଘ ସମୟ ଧରି ଦେଖି ଆସୁଛି ।

wp:html /wp:html

ଆଇଟି ସେଲ୍ ପ୍ରଭାରୀ ଅମିତ ଯେଉଁ ଭିଡିଓ ପୋଷ୍ଟ କରିଛନ୍ତି ସେଥିରେ ଦୁଇଟି ଦୃଶ୍ୟ ରହିଛି । ଅମିତ ଏଥିରେ ପ୍ରୋପାଗଣ୍ଡା ଭର୍ସେସ୍ ରିୟଲିଟି ଲେଖିଛନ୍ତି । ଯେଉଁଥିରେ ଦାବି କରାଯାଇଛି ଯେ, ପୋଲିସ କର୍ମୀ କୃଷକଙ୍କୁ ସ୍ପର୍ଶ ମଧ୍ୟ କରିନାହାଁନ୍ତି । ଏହି ପୋଷ୍ଟକୁ ଟ୍ୱିଟର ମିଛ ଓ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛି । ଏପରିକି ଏହା ଲୋକଙ୍କୁ ଭ୍ରମରେ ପକାଉଥିବା ଟ୍ୱିଟର୍ କହିଛି ।

ସୂଚନାଯୋଗ୍ୟ, ରାହୁଲ ଗାନ୍ଧୀ ନଭେମ୍ବର ୨୮ ତାରିଖରେ ବୃଦ୍ଧ କୃଷକ ମାଡ ଖାଉଥିବା ଫଟୋ ପୋଷ୍ଟ କରି ଦୁଃଖଦ ବୋଲି କହିଥିଲେ । ଏହାସହ ଭାରତର ନାରା ଜୟ ଯବାନ ଜୟ କିଷାନ । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅହଙ୍କାର ଯବାନଙ୍କୁ କୃଷକଙ୍କ ବିରୋଧରେ ଠିଆ କରିଛି । ଏହା ବିପଦଜ୍ଜନକ ବୋଲି ରାହୁଲ କହିଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.