ଆନ୍ଦୋଳନକାରୀଙ୍କ ସପକ୍ଷରେ twitter, ବ୍ଲୁ ବାର୍ଡ ହେଲା ବ୍ଲାକ୍

Published By : Prameya-News7 Bureau | June 01, 2020 IST

ସାନଫ୍ରାନସିସ୍କୋ ୧।୬: ଇଣ୍ଟରନେଟ୍‌ରେ ସର୍ବ ବୃହତ୍ତ ସୋସିଆଲ ମିଡିଆ ସାଇଟ୍ ଟ୍ୱିଟର ବର୍ଣ୍ଣବିଦ୍ୱେଷ ଓ ଅତିରିକ୍ତ ପୋଲିସ କାର୍ଯ୍ୟାନୁଷ୍ଠାନ ବିରୋଧରେ ଆମେରିକାରେ ଚାଲିଥିବା ବିକ୍ଷୋଭ ପ୍ରତି ନିଜର ସମର୍ଥନ ଜଣାଇଛି। ଏଥିଲାଗି ଟ୍ୱିଟର ତାଙ୍କର ଅଧିକାରୀକ ଲୋଗୋ ବ୍ଲୁ ବାର୍ଡର ରଙ୍ଗ ପରିବର୍ତ୍ତନକରି ବ୍ଲାକ୍‌ କରିଛନ୍ତି। ଜନୈକ ଅଶ୍ୱେତ ନାଗରିକ ଜର୍ଜ ଫ୍ଲାୟଡଙ୍କ ପୋଲିସ ବର୍ବରତା ଯୋଗୁ ପ୍ରାଣ ହରାଇବା ଘଟଣା ଏବେ ଆମେରିକାକୁ ଗୋଟିଏ ଗୋଡରେ ଛିଡା କରିଛି। ସାରା ଦେଶରେ ଲୋକେ ରାସ୍ତାକୁ  ଓହ୍ଲାଇ ବିରୋଧ ପ୍ରଦର୍ଶନ କରୁଥିବା ବେଳେ ବିକ୍ଷୋଭକାରୀଙ୍କ ସପକ୍ଷରେ ଆସିଛନ୍ତି ଟ୍ୱିଟର।

{"id":279829,"width":581,"height":383,"sizeSlug":"large"}

ପୋଲିସ ବର୍ବରତାର ଭିଡିଓ ଭାଇରାଲ ହେବା ପରେ ଫ୍ଲଏଡଙ୍କ ମୃତ୍ୟୁ ଲାଗି ଦାୟୀ ପୋଲିସ ଅଧିକାରୀ ଡେରିକ୍ ଚୌୱିନ୍‌ଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି। ଚୌୱିନଙ୍କ ବ୍ୟତୀତ ମାମଲାରେ ସମ୍ପୃକ୍ତ ଅନ୍ୟ ୪ ପୋଲିସ କର୍ମଚାରୀଙ୍କୁ  ଚାକିରୀରୁ ବହିଷ୍କାର କରାଯାଇଛି। ତେବେ ଲୋକେ ଏଥିରେ ସନ୍ତୁଷ୍ଟ ନୁହଁନ୍ତି। ଫ୍ଲଏଡଙ୍କ ଲାଗି ନ୍ୟାୟ ଦାବିରେ ଲୋକେ ରାସ୍ତାକୁ ଓହ୍ଲାଇଥିବା ବେଳେ ଏଥିରେ ସୋସିଆଲ ମିଡିଆ ସାଇଟ୍ ଟ୍ୱିଟର ନିଜର ସମର୍ଥନ ପ୍ରଦର୍ଶନ କରିଛନ୍ତି। 

{"id":279832,"sizeSlug":"large"}

ତେବେ ଏପରି କାର୍ଯ୍ୟକ୍ରମରେ ସାମିଲ ହେବା ଟ୍ୱିଟର ଲାଗି କିଛି ନୂଆ କଥା ନୁହେଁ। ନିକଟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ଏକ ପୋଷ୍ଟ କରିଥିଲେ। ଯେଉଁଥିରେ ସେ ଲୁଟପାଟ୍ କରୁଥିବା ବିକ୍ଷୋଭକାରୀଙ୍କୁ ‘ଠଗ୍’ ବୋଲି ସମ୍ବୋଧନ କରିଥିଲେ। ଏଥିଲାଗି ଟ୍ୱିଟର ତାଙ୍କୁ ଚେତାବନୀ ପୂର୍ବକ ସବୁଜ ସଙ୍କେତ ଦେଇଥିଲେ। ସେହିପରି ବାଲଟ ବାକ୍ସ ସମ୍ପର୍କରେ ତାଙ୍କର ଏକ ତଥ୍ୟାତ୍ମକ ଭାବେ ତ୍ରୁଟିପୂର୍ଣ୍ଣ ଟ୍ୱିଟ୍‌କୁ ମଧ୍ୟ କମ୍ପାନୀ ସବୁଜ ସଙ୍କେତ ଦେଇଥିଲା। ଏଥିଲାଗି ଟ୍ରମ୍ଫ ଏଭଳି ସୋସିଆଲ ମିଡିଆଙ୍କ ବିରୋଧରେ ତାଙ୍କର ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଆଗକୁ ଏମାନଙ୍କ ଲାଗି ଆଇନରେ ସଂଶୋଧନ କରିବେ ବୋଲି ମଧ୍ୟ ଧମକ୍ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.