Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଟ୍ୱିଟର୍ ଡାଉନ୍ : ଲୋଡ୍ ହେଉନି ପେଜ୍, କମ୍ପ୍ୟୁଟରରେ ଠିକସେ ଚାଲୁନି ସାଇଟ୍

1/07/2021 at 9:03 AM

ନୂଆଦିଲ୍ଲୀ, ୦୧/୦୭:  ବିଶ୍ୱର ଅନେକ ଦେଶରେ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର୍ ଡାଉନ୍ ରହିଛି । ଠିକ୍ ଭାବେ କାମ ମଧ୍ୟ କରୁନି ଏହି ସୋସିଆଲ ମିଡିଆ ସାଇଟ୍ । ଅନେକ ସ୍ଥାନରୁ ଏପରି ଖବର ସାମ୍ନାକୁ ଆସିବାରେ ଲାଗିଛି ।

ମିଳିଥିବା ସୂଚନା ଅନୁସାରେ, ଅନେକ ୟୁଜର ନିଜର ଟ୍ୱିଟର୍ ଥ୍ରେଡ୍ ବା ଟ୍ୱିଟ୍ ଦେଖିବାରୁ ନାହାଁନ୍ତି । ପେଜ୍ ଭଲ ଭାବେ ଲୋଡ୍ ନେଉନାହିଁ । ଅଧିକ ସମସ୍ୟା ଓ୍ୱେବସାଇଟରେ ହିଁ ଦେଖିବାକୁ ମିଳୁଛି । ଡାଉନଡିଟେକ୍ଟର୍ ଅନୁସାରେ, ୟୁଜର୍ସ ଗୁରୁବାର ସକାଳ ୭ଟା ୩ରୁ ଏପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ଡାଉନଡିଟେକ୍ଟର ଅନୁସାରେ, ୟୁଜର୍ସମାନେ ରିପୋର୍ଟ କରିଛନ୍ତି ଯେ, ପର୍ସନାଲ କମ୍ପ୍ୟୁଟରରେ ଟ୍ୱିଟର ଠିକ୍ ଭାବେ କାମ କରୁ ନାହିଁ । କିନ୍ତୁ ମୋବାଇଲ ଆପରେ ଟ୍ୱିଟର୍ କାମ କରୁଛି । ୬୦୦୦ରୁ ଅଧିକ ୟୁଜର ବୁଧବାର ବିଳମ୍ବିତ ରାତ୍ରରେ ସମ୍ମୁଖୀନ ହେଉଥିବା ସମସ୍ୟା ବାବଦରେ ଟ୍ୱିଟ୍ କରିଥିଲେ । ମୋଟ୍ ରିପୋର୍ଟର ପ୍ରାୟ ୯୩ ପ୍ରତିଶତ ୟୁଜର ଟ୍ୱିଟର୍ ଓ୍ବେବସାଇଟରେ ଅସୁବିଧାର ସାମ୍ନା କରୁଥିବା ରିପୋର୍ଟ କରିଛନ୍ତି ।

ଆଉ କିଛି ୟୁଜର ଅଭିଯୋଗ କରିଛନ୍ତି ଯେ, ସେମାନେ ନିଜର ଟାଇମଲାଇନ୍ ଦେଖିପାରୁ ନାହାଁନ୍ତି । ଏହାସହ କାହାକୁ ରିପ୍ଲାଏ ମଧ୍ୟ କରିପାରୁ ନାହାଁନ୍ତି । ଏପରି କରିବା ଦ୍ୱାରା ଓ୍ୱେବସାଇଟରେ କେବଳ ରିଟ୍ରାଏ ଅପ୍ସନ ମିଳୁଛି ।

   Related Posts