Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଉପରାଷ୍ଟ୍ରପତିଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଇଲା ଟ୍ୱିଟର, ଅସନ୍ତୋଷ ବ୍ୟକ୍ତ କଲେ ସରକାର

5/06/2021 at 10:50 AM

ନୂଆଦିଲ୍ଲୀ, ୦୫/୦୬:  ଟ୍ୱିଟର ଭାରତର ଉପ ରାଷ୍ଟ୍ରପତି ଏମ ଭେଙ୍କୈୟା ନାଇଡୁଙ୍କୁ ଆକାଉଣ୍ଟକୁ ଅନଭେରିଫାଏଡ୍ କରିଦେଇଛି । ଟ୍ୱିଟ୍ ଉପ ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ଆକାଉଣ୍ଟରୁ ବ୍ଲୁ ଟିକ୍ ମାର୍କ ହଟାଇ ଦେଇଛି ।

ତେବେ ଉପରାଷ୍ଟ୍ରପତିଙ୍କ ସରକାରୀ ଆକାଉଣ୍ଟ ହ୍ୟାଣ୍ଡେଲରେ ବ୍ଲୁ ଟିକ୍ ମାର୍କ ରହିଛି । ଏଥିରେ ୯ ଲକ୍ଷରୁ ଅଧିକ ଫଲୋଅର୍ସ ରହିଛନ୍ତି । ତେବେ ତାଙ୍କର ବ୍ୟକ୍ତିଗତ ଟ୍ୱିଟର ଆକାଉଣ୍ଟରେ ୧୩ ଲକ୍ଷ ଫଲୋଅର୍ସ ରହିଛନ୍ତି ।

ବ୍ୟକ୍ତିଗତ ଆକାଉଣ୍ଟରେ ଉପ ରାଷ୍ଟ୍ରପତି ମାତ୍ର ୧୧ ଜଣଙ୍କୁ ଫଲୋ କରିଥିବା ବେଳେ ତାଙ୍କର ୧୩ ଲକ୍ଷ ଫଲୋଅର୍ସ ରହିଛନ୍ତି । ଏହି ଆକାଉଣ୍ଟରେ ଗତ ୧୧ ମାସ ହେଲା କିଛି ଟ୍ୱିଟ୍ ହୋଇନାହିଁ । ଶେଷ ଥର ପାଇଁ ୨୦୨୦ ମସିହା ଜୁଲାଇ ୨୩ ତାରିଖରେ ସେ ଟ୍ୱିଟ୍ କରିଥିଲେ ।

ଟ୍ୱିଟରର ନିୟମ ଅନୁସାରେ, ଯଦି ୟୁଜର ନିଜର ଟ୍ୱିଟଲ ହ୍ୟାଣ୍ଡେଲ ନାଁ ପରିବର୍ତ୍ତନ କରେ କିମ୍ବା ଯେଉଁ ଆଧାରରେ ଭେରିଫାଏ ହୋଇଥିଲେ ସେହି ସର୍ତ୍ତକୁ ନମାନେ ତେବେ ବ୍ଲୁ ଟିକ୍ ହଟାଇ ଦିଆଯାଇଥାଏ ।

ତେବେ ଟ୍ୱିଟରର ଏହି ପଦକ୍ଷେପକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛି ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରାଳୟ ।ଭାରତ ସରକାର ଏହି ମାମଲାରେ ଟ୍ୱିଟର ସହ ମୁକାବିଲା କରିବେ ବୋଲି ସୂଚନା ମିଶିଛି । ଏପରିକି ଟ୍ୱିଟର ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ସହ ଜଡିତ ଅନେକ ବ୍ୟକ୍ତିଙ୍କ ଆକାଉଣ୍ଟରୁ ମଧ୍ୟ ବ୍ଲୁ ଟିକ୍ ହଟାଇଛି । ତେବେ ଏହି ମାମଲାରେ ଟ୍ୱିଟର ପକ୍ଷରୁ କୌଣସି ଉତ୍ତର ମିଳିନାହିଁ ।

   Related Posts