Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଟ୍ୱିଟର୍‌ର ୟୁ-ଟର୍ଣ୍ଣ : ଉପରାଷ୍ଟ୍ରପତିଙ୍କ ଆକାଉଣ୍ଟକୁ ପୁଣି କଲା ଭେରିଫାଏଡ୍, ଦେଲା ସଫେଇ

5/06/2021 at 11:06 AM

ନୂଆଦିଲ୍ଲୀ, ୦୫/୦୬:  ଟ୍ୱିଟରର ୟୁ ଟର୍ଣ୍ଣ । ଉପରାଷ୍ଟ୍ରପତି ଏମ ଭେଙ୍କୈୟା ନାଇଡୁଙ୍କ ଆକାଉଣ୍ଟକୁ ପୁଣି ଭେରିଫାଏ କରିଛି ଟ୍ୱିଟର । ଶନିବାର ସକାଳେ ସେ ଉପରାଷ୍ଟ୍ରପତିଙ୍କ ଆକାଉଣ୍ଟକୁ ଅନଭେରିଫାଏଡ୍ କରିଦେଇଥିଲା । ଫଳରେ ବ୍ଲୁ ଟିକ୍ ମଧ୍ୟ ହଟି ଯାଇଥିଲା ।

ଟ୍ୱିଟର ପକ୍ଷରୁ ଶନିବାର ସକାଳେ ଉପରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ଆକାଉଣ୍ଟକୁ ଅନଭେରିଫାଏଡ୍ କରିଦିଆଯାଇଥିଲା । ତେବେ ଉପରାଷ୍ଟ୍ରପତିଙ୍କ ସରକାରୀ ଆକାଉଣ୍ଟ ହ୍ୟାଣ୍ଡେଲରେ ବ୍ଲୁ ଟିକ୍ ମାର୍କ ରହିଥିଲା। ଏଥିରେ ୯ ଲକ୍ଷରୁ ଅଧିକ ଫଲୋଅର୍ସ ରହିଛନ୍ତି । ତେବେ ତାଙ୍କର ବ୍ୟକ୍ତିଗତ ଟ୍ୱିଟର ଆକାଉଣ୍ଟରେ ୧୩ ଲକ୍ଷ ଫଲୋଅର୍ସ ରହିଛନ୍ତି । ବିବାଦ ବଢିବା ପରେ ପୁଣି ଆକାଉଣ୍ଟକୁ ଭେରିଫାଏ କରାଯାଇଛି ।

ବ୍ୟକ୍ତିଗତ ଆକାଉଣ୍ଟରେ ଉପ ରାଷ୍ଟ୍ରପତି ମାତ୍ର ୧୧ ଜଣଙ୍କୁ ଫଲୋ କରିଥିବା ବେଳେ ତାଙ୍କର ୧୩ ଲକ୍ଷ ଫଲୋଅର୍ସ ରହିଛନ୍ତି । ଏହି ଆକାଉଣ୍ଟରେ ଗତ ୧୧ ମାସ ହେଲା କିଛି ଟ୍ୱିଟ୍ ହୋଇନାହିଁ । ଶେଷ ଥର ପାଇଁ ୨୦୨୦ ମସିହା ଜୁଲାଇ ୨୩ ତାରିଖରେ ସେ ଟ୍ୱିଟ୍ କରିଥିଲେ ।

ଏହି ଘଟଣାକୁ ନେଇ ଟ୍ୱିଟର ଇଣ୍ଡିଆ ସଫେଇ ଦେଇଛି ଯେ, ଆକାଉଣ୍ଟକୁ ଦୀର୍ଘ ଦିନ ଧରି ଲଗଇନ୍ କରାଯାଇ ନାହିଁ । ତେଣୁ ବ୍ଲୁ ଟିକ୍ ହଟିଯାଇଥିଲା । ଏବେବି ଆରଏସଏସର ବରିଷ୍ଠ ନେତା ସୁରେଶ ଯୋଶୀ, ସୁରେଶ ସୋନୀ, ଅରୁଣ କୁମାରଙ୍କ ଟ୍ୱିଟର ଆକାଉଣ୍ଟରୁ ଭେରିଫାଏ କରାଯାଇ ନାହିଁ ।

ଟ୍ୱିଟରର ନିୟମ ଅନୁସାରେ, ଯଦି ୟୁଜର ନିଜର ଟ୍ୱିଟଲ ହ୍ୟାଣ୍ଡେଲ ନାଁ ପରିବର୍ତ୍ତନ କରେ କିମ୍ବା ଯେଉଁ ଆଧାରରେ ଭେରିଫାଏ ହୋଇଥିଲେ ସେହି ସର୍ତ୍ତକୁ ନମାନେ ତେବେ ବ୍ଲୁ ଟିକ୍ ହଟାଇ ଦିଆଯାଇଥାଏ ।

   Related Posts