Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଟ୍ୱିଟର୍ ପାଇଁ ବଢିଲା ଅଡୁଆ, କମ୍ପାନୀ ଏମ୍‌ଡି ମନୀଷ ମାହେଶ୍ୱରୀଙ୍କ ବିରୋଧରେ ମାମଲା ରୁଜୁ

29/06/2021 at 8:38 AM

ନୂଆଦିଲ୍ଲୀ,୨୯/୦୬: ନୂଆ ବିବାଦରେ ଫସିଛି ଟ୍ୱିଟର୍ । ଭାରତର ଭୁଲ ମାନଚିତ୍ର ପୋଷ୍ଟ କରି ନିଡ ପାଇଁ ବଢାଇଛି ଅଡୁଆ । ବିବାଦ ହେବା ପରେ କମ୍ପାନୀ ପକ୍ଷରୁ ମ୍ୟାପକୁ ହଟାଯାଇଥିଲେ ମଧ୍ୟ ବାରମ୍ବାର ଏପରି ଭୁଲ କରିବା ଟ୍ୱିଟର୍ ପାଇଁ ମହଙ୍ଗା ପଡିଛି ।  ଏବେ କମ୍ପାନୀର ଏମଡିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

ସୂଚନା ଅନୁସାରେ, ଟ୍ଵିଟର ତାର ୱେବସାଇଟରେ ସୋମବାର ଭାରତର ଭୁଲ୍ ମାନଚିତ୍ର ଦର୍ଶାଇଥିଲା। ଜାମ୍ମୁ କାଶ୍ମୀର ଏବଂ ଲଦ୍ଦାଖକୁ ଅଲଗା ଦେଶ ଦର୍ଶାଇଥିଲା ଟ୍ଵିଟର। ପରେ ଟ୍ଵିଟର ଏହାକୁ ତାର ୱେବସାଇଟ୍‌ରୁ ହଟାଇ ଦେଇଥିଲା। କିନ୍ତୁ ଟ୍ଵିଟରର ଏଭଳି ମନମାନୀ ପାଇଁ ତାହା ବିରୋଧରେ ଉତ୍ତର ପ୍ରଦେଶରେରେ ମାମଲା ରୁଜୁ ହୋଇଛି।

ୟୁପିର ବୁଲନ୍ଦସହରରେ ବଜରଙ୍ଗ ଦଳର ଜଣେ ନେତା ଟ୍ଵିଟର ଇଣ୍ଡିଆର ଏମଡି ମନିଷ ମାହେଶ୍ଵରୀଙ୍କ ବିରୋଧରେ ଆଇପିସି ଧାରା ୫୦୫ (୨), ଆଇଟି ସଂଶୋଧନ ଅଧିନିୟମ ୨୦୦୮ ଏବଂ ଧାରା ୭୪ ଆଧାରରେ ମାମଲା ରୁଜୁ କରିଛନ୍ତି।

ସୂଚନାଯୋଗ୍ୟ, ଟ୍ଵିଟରର କ୍ୟାରିଅର ପେଜ୍‌ରେ ଟ୍ଵିପ୍ ଲାଇଫ୍ ସେକ୍ସନରେ ୱାର୍ଲ୍ଡ ମ୍ୟାପ୍ ରହିଛି। ସାରା ଦୁନିଆରେ ଟ୍ଵିଟରର ଟିମ୍ ରହିଛନ୍ତି ବୋଲି ଏହି ମ୍ୟାପ୍‌ରେ ଦର୍ଶାଯାଉଛି। ଏହି ମ୍ୟାପ୍‌ରେ ଭାରତ ମାନଚିତ୍ର ମଧ୍ୟ ରହିଛି। ହେଲେ ଭାରତର ମାନଚିତ୍ରରୁ ଟ୍ଵିଟର ଜାମ୍ମୁ କାଶ୍ମୀର ଓ ଲଦ୍ଦାଖକୁ ହଟାଇ ଦେଇଛି। ତେବେ ଏହା ପ୍ରଥମ ଥର ପାଇଁ ନୁହେଁ ଏହା ପୂର୍ବରୁ ମଧ୍ୟ ଟ୍ଵିଟର ଏଭଳି ମନମାନୀ କରିସାରିଛି।

   Related Posts