ରେଳଧାରଣାରୁ ପୁରୁଷ ଓ ମହିଳାଙ୍କ ମୃତଦେହ ଠାବ, ମୃତକ ଦୁହେଁ ସମ୍ପର୍କୀୟ !

Published By : Prameya-News7 Bureau | July 20, 2020 IST

ଝାରସୁଗୁଡା ୨୦।୦୭ : ରେଳଧାରଣା ନିକଟରୁ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର । ଝାରସୁଗୁଡା ବେଳପାହାଡ଼ ରେଳ ଷ୍ଟେସନ ନିକଟରୁ ଦୁଇଜଣଙ୍କ ମୃତଦହେ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରହିଛି ।

ସୂଚନାଯୋଗ୍ୟ ଯେ, ଝାରସୁଗୁଡା  ବେଳପାହାଡ଼ ରେଳ ଷ୍ଟେସନ ନିକଟରୁ ଆଜି ସକାଳ ସମୟରେ ଦୁଇଦଣଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରୁଷ ରହିଥିବା ଜଣାପଡିଛି। ଆଜି ସକାଳ ସମୟରେ ମୃତଦେହ ପଡ଼ିଥିବାର ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ ।

ରେଲଓ୍ୱ ପୋଲିସ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି। ମୃତକ ଦୁହେଁ ନିକଟ ସମ୍ପର୍କୀୟ ହୋଇଥିବା ସୂଚନା ରହିଛି । ତେବେ କଣ ପାଇଁ ଆତ୍ମହତ୍ୟା ନା ହତ୍ୟା କରି କେହି ଟ୍ରେନ୍‌ ଲାଇନ୍‌ରେ ଫିଙ୍ଗି ଦେଇଛି । ତାହାର ତଦନ୍ତ ହେଲା ପରେ ଘଟଣାସମ୍ପର୍କର ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ଜଣାପଡିଛି । ରେଲଓ୍ୱ ପୋଲିସ ବିଭିନ୍ନ ଦିଗରୁ ଛାନ୍‌ଭିନ୍‌ ଜାରି ରଖିଛି । କିଭଳି ଓ କେଉଁ ପରିସ୍ଥିତିରେ  ଏଭଳି ଘଟଣା ଘଟିଲା, ତାହାର ଛାନ୍‌ଭିନ୍‌ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.