Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||

କରୋନା ମୁକାବିଲା ପାଇଁ ଆଗକୁ ଆସିଲା ଟିଭିଏସ, ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ଦେବ ୨୫ କୋଟି ଟଙ୍କା

30/03/2020 at 3:35 PM

ନୂଆଦିଲ୍ଲୀ, ୩୦|୦୩:    ସାରା ବିଶ୍ୱ ଏବେ କରୋନା ବିରୋଧରେ ଲଡେଇ କରୁଛି । ଭାରତରେ ମଧ୍ୟ ଏହି ମାରାତ୍ମକ ଭାଇରସ କାୟା ବିସ୍ତାର କରିବାରେ ଲାଗିଛି । ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦୦୦ ଟପିଥିବା ବେଳେ ମୃତକଙ୍କ ସଂଖ୍ୟା ୨୯ରେ ପହଁଚିଛି । ତେବେ କରୋନା ବିରୋଧି ଲଢେଇରେ ସାମିଲ ହୋଇଛି ଦେଶର ଅଗ୍ରଣୀ ବାଇକ୍ ନିର୍ମାତା ଟିଭିଏସ । କମ୍ପାନୀ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ୨୫ କୋଟି ଟଙ୍କା ଦାନ କରିବ ବୋଲି ଘୋଷଣା କରିଛି ।

ଟିଭିଏସ ଗ୍ରୁପର ନିର୍ଦ୍ଦେଶକ ଭେନୁ ଶ୍ରୀନିବାସନ କହିଛନ୍ତି ଯେ, କମ୍ପାନୀ କରୋନା ସହ ଲଢେଇରେ ସରକାରଙ୍କ ସହ ରହିଛି । ଶ୍ରୀନାବସନ ଟ୍ରଷ୍ଟ ୨୫ କୋଟି ଟଙ୍କା ରିଲିଫ ଫଣ୍ଡକୁ ଦାନ କରିବ । ଏହାସହ ବିଭିନ୍ ପ୍ରଭାବିତଙ୍କୁ ଖାଦ୍ୟ ଓ ମାସ୍କ ମଧ୍ୟ ଟ୍ରଷ୍ଟ ଯୋଗାଇବ । ଏହି ସମୟରେ ସମସ୍ତ କମ୍ପାନୀ ସହାଯ୍ୟର ହାତ ବଢାଇବା ଆବଶ୍ୟକ । କମ୍ପାନୀର ହୋସୁର, ପଡି ଓ ମହୀସୁର ପ୍ଲାଣ୍ଟରେ ଖାଦ୍ୟ ପ୍ୟାକେଟ୍ ପ୍ରସ୍ତୁତ କରାଯାଇ ଗରିବଙ୍କ ପ୍ରଦାନ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି ।

ଏହାସହ କମ୍ପାନୀ ରାସନ ସାମଗ୍ରୀ ମଧ୍ୟ ଯୋଗାଇବ ବୋଲି କହିଛି । ଏକ ବଡ ନିଷ୍ପତ୍ତି କ୍ରମେ କମ୍ପାନୀ ବିଭିନ୍ନ ୩ଡି ପ୍ରିଣ୍ଟିଂ କମ୍ପାନୀ ସହ ଭେଣ୍ଟିଲେଟର ତିଆରି କରିବ ବୋଲି ମଧ୍ୟ ସୂଚନା ଦେଇଛି ।

   Related Posts